ଲକ୍ଷ୍ନୌ:ସୁନା ଗହଣା, ନଗଦ ଟଙ୍କା ଭଳି ମୂଲ୍ୟବାନ ଜିନିଷ ପଦାର୍ଥ ଚୋରି ପାଇଁ ସ୍ବପ୍ନ ଦେଖିଥିଲା । ଏହି ଲକ୍ଷ୍ୟରେ ଦୁର୍ବୃତ୍ତ ଜଣକ ଡାକ୍ତରବାବୁଙ୍କ ଘରେ ପଶିଥିଲା । ପ୍ରଥମେ ଘରେ ଲାଗିଥିବା ଗିଜର, ଇନଭର୍ଟର ଓ ମୋଟର ଆଦିର ବ୍ୟାଟେରୀ ଖୋଲିଥିଲା । ଭୀଷଣ ଗରମ ଯୋଗୁଁ ଚୋର ଜଣକ ଏସି ଅନ୍ କରି କିଛି ସମୟ ବିଶ୍ରାମ ନେବା ପାଇଁ ଚିନ୍ତା କରିଥିଲା । ଆଉ ବିଶ୍ରାମ ନେଉ ନେଉ ଗଭୀର ନିଦ୍ରାରେ ଶୋଇବା ପରେ ଆଖି ଖୋଲିଲା ବେଳକୁ ସ୍ବାଗତ ପାଇଁ ଥିଲା ପୋଲିସ । ଉତ୍ତର ପ୍ରଦେଶ କ୍ୟାପିଟାଲ ସିଟି ଲକ୍ଷ୍ନୌରୁ ସାମ୍ନାକୁ ଆସିଛି ଏଭଳି ନିଆରା ଚୋରି ଘଟଣା ।
ଲକ୍ଷ୍ନୌ ଗାଜିପୁର ଥାନା ଅନ୍ତର୍ଗତ ଇନ୍ଦିରାନଗରର ସେକ୍ଟର 20ରେ ଡକ୍ଟର ସୁନୀଲ ପାଣ୍ଡେ ରୁହନ୍ତି । ତାଙ୍କ ଘର ଅଧିକାଂଶ ସମୟ ବନ୍ଦ ରହିଥାଏ । ରବିବାର ସକାଳେ ଡାକ୍ତର ସୁନୀଲଙ୍କ ନିକଟକୁ ପଡ଼ୋଶୀଙ୍କ ଫୋନକଲ୍ ଆସିଥିଲା । ତାଙ୍କ ଘର ଖୋଲା ଥିବା ନେଇ ପଡ଼ୋଶୀ ଜଣକ ଡାକ୍ତରବାବୁଙ୍କୁ ସୂଚିତ କରିଥିଲେ । ଏହାପରେ ଡାକ୍ତର ଜଣକ ସଙ୍ଗେ ସଙ୍ଗେ ଘରେ ପହଞ୍ଚିଥିଲେ ଏବଂ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଘର ଡ୍ରଇଙ୍ଗ ରୁମରେ ଶୋଇଥିବା ଦେଖିବାକୁ ପାଇଥିଲେ । ଘରେ ଲାଗିଥିବା ମୋଟର, ଗିଜର, ଇନଭର୍ଟର ବ୍ୟାଟେରୀ ଖୋଲା ପଡିଥିବା ବେଳେ ଘରେ ଏଣେତେଣେ ଜିନିଷ ପଡ଼ିଥିଲା ।
ଏହା ବି ପଢନ୍ତୁ- ଫିଲ୍ମ ଷ୍ଟାଇଲରେ ଆକ୍ରମଣ କରି ସୁନା ଗହଣା ଲୁଟିଲେ ଦୁବୃର୍ତ୍ତ