ହାଇଦ୍ରାବାଦ:ପ୍ରେମସମ୍ପର୍କକୁ ନିବିଡ଼ କରାଏ ପ୍ରତିଶୃତି । ଆଜି ହେଉଛି ଭାଲେଣ୍ଟାଇନ ସପ୍ତାହର ୫ମ ଦିନ । ଯାହାକୁ ପ୍ରତିଶୃତିର ଦିନ ବା ପ୍ରୋମିଜ ଡେ' ଭାବେ ପାଳନ କରାଯାଏ । ଏହି ଦିନ ସମ୍ପର୍କରେ ସୁଧାର ଆଣିବାର ସୁଯୋଗ ଦେଇଥାଏ । ତେବେ ସମ୍ପର୍କକୁ ମଜବୁତ କରିବା ପାଇଁ ଏହି ଦିନ ଉତ୍ସର୍ଗୀକୃତ କରାଯାଇଥିବା ବେଳେ ପ୍ରେମୀଯୁଗଳ ପରସ୍ପରକୁ ବିଭିନ୍ନ ପ୍ରକାର ପ୍ରତିଶୃତି ଦେବା ସହ ନିଜର ମନର କଥା କହିଥାନ୍ତି ।
ପ୍ରେମ ସପ୍ତାହର ପ୍ରଥମ ଦିନ ରୋଜ ଡେ'ରୁ ଆରମ୍ଭ ହୋଇଥିବା ବେଳେ ଏହି ସିରିଜ ପ୍ରପୋଜ ଡେ', ଚକୋଲେଟ ଡେ', ଟେଡି ଡେ' ଦେଇ ଫେବୃଆରୀ ୧୪ ଯାଏଁ ଚାଲିବ । ତେବେ ଏହି ସାତ ଦିନିଆ ପ୍ରେମ ଦିବସ ଭିତରୁ ପ୍ରାୟ ପ୍ରେମ ପକ୍ଷୀଙ୍କ ପାଇଁ ଏହି ପ୍ରତିଜ୍ଞା ଦିବସ ବିଶେଷ ହୋଇଥାଏ । ଏହି ଦିନ ପ୍ରେମୀ ଯୁଗଳ ମାନେ ସାତ ଜନ୍ମ ଯାଏଁ ସାଥୀ ହୋଇ ରହିବା ପାଇଁ ପରସ୍ପରକୁ ପ୍ରତିଜ୍ଞା ଦେଇଥାଆନ୍ତି । କେବଳ ପ୍ରେମିକ ପ୍ରେମିକା ନୁହନ୍ତି ସ୍ୱାମୀ- ସ୍ତ୍ରୀ, ସାଙ୍ଗସାଥୀ ସମସ୍ତେ ସଂପର୍କକୁ ଜୀବନ ତମାମ ଦୃଢ଼ ରଖିବା ପାଇଁ ଶପଥ ନିଅନ୍ତି । ତେବେ ଆଜିର ଏହି ଖାସ୍ ଦିନରେ ଏହି ୫ଟି ପ୍ରତିଜ୍ଞା ସହ ଆପଣ ମଧ୍ୟ ଆପଣଙ୍କ ସମ୍ପର୍କକୁ ମଜବୁତ କରାନ୍ତୁ ।
ପ୍ରଥମ ପ୍ରତିଶୃତି
ସଂପର୍କରେ, ଯେତେବେଳେ ପ୍ରେମୀ ଯୁଗଳ ପରସ୍ପର ଉପରେ ଅଧିକାର ଦେଖାନ୍ତି ଏବଂ ପରସ୍ପରର ଇଚ୍ଛା ପୂରଣ କରିବା ସେମାନଙ୍କର କର୍ତ୍ତବ୍ୟ ବୋଲି ଭାବନ୍ତି, ତେବେ ଏଠାରୁ ସମ୍ପର୍କରେ ବିଶ୍ବାସ ଏବଂ ନିବିଡ଼ତା, ପରସ୍ପର ପ୍ରତି ଭଲପାଇବା ଏବଂ ସମ୍ମାନ ବଢିଥାଏ । କାରଣ ସମ୍ପର୍କରେ ବିଶ୍ବାସ, ଭଲପାଇବା ଏବଂ ସମ୍ମାନ ବହୁତ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥାଏ । ଏଭଳି ପରିସ୍ଥିତିରେ ସାଥୀଙ୍କୁ ପ୍ରତିଜ୍ଞା କରିବା ଦରକାର ଯେ ତୁମେ ତାଙ୍କ ସମସ୍ତ ସୁଖ ପୂରଣ କରିବାର ଦାୟିତ୍ବ ନେବ ଏବଂ ତାଙ୍କୁ ଯଥାସମ୍ଭବ ଖୁସିରେ ରଖିବାକୁ ଚେଷ୍ଟା କରିବ ।
ଦ୍ୱିତୀୟ ପ୍ରତିଶୃତି
ତୁମେ ପ୍ରତିଜ୍ଞା କର ଯେ ତୁମେ ସାଥୀକୁ କେବେ ବି ବଦଳାଇବାକୁ ଚେଷ୍ଟା କରିବ ନାହିଁ । ସେ ଯେପରି ତୁମେ ତାଙ୍କୁ ଠିକ୍ ସେହିପରି ପସନ୍ଦ କରିବ ଏବଂ ଆପଣାଇବ । ପ୍ରାୟତଃ କିଛି ଲୋକ ନିଜ ସାଥୀକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବାକୁ ଚାହିଁଥାନ୍ତି ଏବଂ ନିଜ ପସନ୍ଦ ଏବଂ ନାପସନ୍ଦକୁ ନିଜ ଅନୁସାରେ ନିଜ ସାଥୀଙ୍କୁ ଆପଣାଇବାକୁ ବାଧ୍ୟ କରିଥାନ୍ତି । ଯଦି ଏପରି ହୁଏ, ତେବେ ଏହା ସମ୍ପର୍କରେ ଫାଟ ସୃଷ୍ଟି କରିବା ଆରମ୍ଭ କରାଇଥାଏ ।