ମେଷ:ବୃଷ ରାଶିରେ ଆଜି ପ୍ରବେଶ କରିବେ ରବି । ଏହି ସମୟରେ ଆପଣଙ୍କ କଥାବାର୍ତ୍ତାରେ ଉଦ୍ଧତତା ଦେଖିବାକୁ ମିଳିପାରେ । ପାରିବାରିକ ଦ୍ଵନ୍ଦ୍ଵ ମଧ୍ୟ ଦେଖାଦେଇପାରେ କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ କହିବାକୁ ଗଲେ, ଆଗାମୀ ଭବିଷ୍ୟତରେ ସବୁ କିଛି ଠିକ ହୋଇଯିବ ।
ଉପଚାର: ପ୍ରତି ଦିନ ଗୋଟିଏ ମାଳି ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ
ବୃଷ: ବୃଷ ସଂକ୍ରାନ୍ତି ସମୟରେ ଆପଣଙ୍କ ଠାରେ ବୃଥା ଅହଙ୍କାର ଭାବ ଜାରି ରହିବ । ତଥାପି ମଧ୍ୟ ଏହି ସମୟରେ ଆପଣଙ୍କର ଅନେକ ଗୁଡିଏ ସମସ୍ୟାର ସମାଧାନ ହୋଇଯିବ । ଜଣେ ବ୍ୟବସାୟ ସହଯୋଗୀଙ୍କ ସହିତ ମନମାଳିନ୍ୟ ହେବାର ସମ୍ଭାବନା ଅଛି । ନିଜର ଜୀବନସାଥୀଙ୍କ ସହିତ ମଧ୍ୟ ଅନେକ ଅସହମତତା ଦେଖାଦେବ ।
ସମାଧାନ: କୁଙ୍କୁମ ସହିତ ଅର୍ଘ୍ୟ ମିଶ୍ରଣ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ ।
ମିଥୁନ: ବର୍ତ୍ତମାନ ରବି ଆପଣଙ୍କ ରାଶିରୁ ଦ୍ଵାଦଶ ସ୍ଥାନକୁ ସ୍ଥାନାନ୍ତର ହେବେ । ପୁରୁଣା ଅସୁସ୍ଥତା ଦୂର ହେବ । କିଛି ନୂତନ ସୁଯୋଗ ମଧ୍ୟ ମିଳିବାର ସମ୍ଭାବନା ଅଛି । ଏହି ସମୟରେ ନିଜ ସ୍ୱାସ୍ଥ୍ୟ ଓ ଆର୍ଥିକ ଅବସ୍ଥାର ତଦାରଖ କରନ୍ତୁ ।
ଉପଚାର: ସୂର୍ଯ୍ୟାଷ୍ଟକ ଜପ କରନ୍ତୁ ।
କର୍କଟ: ବୃଷ ରାଶିରେ ରବିଙ୍କର ଅବସ୍ଥାନ ସମୟରେ ଆପଣଙ୍କର ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଚାକିରୀ ପାଇଁ ବହୁତ ଲୋକଙ୍କ ସହିତ ଏକ ନେଟୱର୍କ ସୃଷ୍ଟି ହେବ । ସମାଜରେ ଲୋକମାନେ ଆପଣଙ୍କୁ ଅଧିକ ଆପଣେଇବା ସହିତ ସମ୍ମାନ ଦେବେ । କାମରୁ ଆର୍ଥିକ ଲାଭ ହେବ । ଏହି ସମୟରେ ଆପଣ ବନ୍ଧୁମାନଙ୍କ ସହିତ ଭ୍ରମଣରେ ଯିବାର ସମ୍ଭାବନା ଅଛି ।
ଉପଚାର: ପ୍ରତିଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ଜପ କରନ୍ତୁ ।
ସିଂହ: ବୃଷ ରାଶିରେ ରବିଙ୍କର ପ୍ରବେଶ ଦ୍ଵାରା କ୍ଷତିଗ୍ରସ୍ତ ବ୍ୟବସାୟ ଉପରେ ପ୍ରଭାବ ପଡିବ । ପାରିବାରିକ ବାତାବରଣ ଚମତ୍କାର ହେବ । ଆପଣଙ୍କର ବାପା ଆପଣଙ୍କୁ ସାହାଯ୍ୟ କରିବେ ଏବଂ କାମରେ ମଧ୍ୟ ଆପଣଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆଯିବାର ସମ୍ଭାବନା ଅଛି ।
ଉପଚାର: ପ୍ରତିଦିନ ଉଚ୍ଚ ସ୍ଵରରେ ସୂର୍ଯ୍ୟାଷ୍ଟକ ଜପ କରିବା ଦ୍ଵାରା ସାହାଯ୍ୟ ମିଳିବ ।
କନ୍ୟା: ବୃଷ ସଂକ୍ରାନ୍ତି ପରେ ଗୋଟିଏ ମାସ ଆପଣଙ୍କୁ ବାପାଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାକୁ ପଡିବ । ଆପଣ ସାମାନ୍ୟ ଚିନ୍ତିତ ହେବାର ସମ୍ଭାବନା ଅଛି । ଆପଣ ନିଜର ଭାଇଭଉଣୀମାନଙ୍କ ସହିତ ବନ୍ଧୁତ୍ଵପୂର୍ଣ୍ଣ କଥାବାର୍ତ୍ତା କରିବେ । ଆପଣ ଗୋଟିଏ ସ୍ଥାନକୁ ଭ୍ରମଣରେ ଯିବାର ମଧ୍ୟ ସମ୍ଭାବନା ଅଛି ।
ଉପଚାର: ପ୍ରତିଦିନ ଶିବ ଭଗବାନଙ୍କୁ ଜଳ ଅର୍ପଣ କରନ୍ତୁ ।