ହାଇଦ୍ରାବାଦ: ଜୁଲାଇ ମାସରେ, ଶୁଭ ଏବଂ ସମୃଦ୍ଧି ପ୍ରଦାନକାରୀ ଶୁକ୍ର ଦେବତା ଥରେ ନୁହେଁ ବରଂ ଦୁଇଥର କକ୍ଷ ପରିବର୍ତ୍ତନ କରିବେ । ବର୍ତ୍ତମାନ ଶୁକ୍ର ଦେବତା ମିଥୁନ ରାଶିରେ ଅଛନ୍ତି । ଜୁଲାଇ 07 (ରବିବାର) ଶ୍ରୀଗୁଣ୍ଡିଚା ରଥଯାତ୍ରା ଦିନ ସକାଳ 4ଟା 39 ମିନିଟ୍ରେ ଶୁକ୍ର ଦେବତା କର୍କଟ ରାଶିକୁ ଗତି କରିବେ । ଯେଉଁ ଠାରେ ଶୁକ୍ରଦେବ ଜୁଲାଇ 31 ପର୍ଯ୍ୟନ୍ତ ଅବସ୍ଥାନ କରିବେ । ପରେ ଜୁଲାଇ 31ରେ ରାତି 2ଟା 40ମିନିଟ୍ରେ ସିଂହ ରାଶିକୁ ପ୍ରବେଶ କରିବେ । ଯେଉଁଠାରେ ଶୁକ୍ର ଦେବତା 25 ଅଗଷ୍ଟ 2024 ପର୍ଯ୍ୟନ୍ତ ରହିବେ । ଜୁଲାଇରେ ଶୁକ୍ର ଦେବତା ଦୁଇଥର କକ୍ଷ ପରିବର୍ତ୍ତନ କରୁଥିବାରୁ ସମସ୍ତ ରାଶିର ଲଭ୍ ଲାଇଫ, କ୍ୟାରିୟର ଏବଂ ସ୍ବାସ୍ଥ୍ୟ ଉପରେ ଉଭୟ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ପଡ଼ିବ । କିନ୍ତୁ ଆଜି ଆମେ ଆପଣଙ୍କୁ 5ଟି ରାଶି ବିଷୟରେ କହିବୁ ଯେଉଁମାନଙ୍କ ପାଇଁ 25 ଅଗଷ୍ଟ ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ଶୁଭ ରହିବ ।
ମୀନ ରାଶି: ବ୍ୟବସାୟୀମାନେ ସେମାନଙ୍କ ପରିବାର ଲୋକଙ୍କ ସହ ବିଦେଶ ଭ୍ରମଣରେ ଯାଇପାରନ୍ତି । ଆସନ୍ତା ସପ୍ତାହ ମଧ୍ୟରେ ଆପଣଙ୍କ ମନ ଚାହୁଁଥିବା କମ୍ପାନୀରେ ଚାକିରି ମିଳିପାରେ । ଘର କିମ୍ବା ଦୋକାନ କିଣିବାର ଇଚ୍ଛା ପୂରଣ ହେବ । ବନ୍ଧୁଙ୍କ ସହାୟତାରେ ଆପଣଙ୍କୁ ବହୁତ ବଡ଼ ଖୁସି ଖବର ମିଳିବ । ଯାହା ଆପଣଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିପାରେ । ମହିଳାମାନେ ଧନ ସଞ୍ଚୟ କରିବେ ।
ବିଛା ରାଶି:ଚାକିରି କରିଥିବା ଲୋକମାନଙ୍କର ଆୟ ହଠାତ ବୃଦ୍ଧି ହୋଇପାରେ । ଯେଉଁଥିରେ ଆପଣ କରିଥିବା ଋଣ ପରିଶୋଧ କରିବେ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ୍ ଦେଉଥିବାରୁ ବହୁଦିନ ଧରି ଅଟକି ରହିଥିବା କାର୍ଯ୍ୟ ଧୀରେ ଧୀରେ ସମାପ୍ତ ହୋଇଯିବ । ଯଦି ବ୍ୟବସାୟୀଙ୍କ ବ୍ୟବସାୟ ସହ ଜଡିତ କୌଣସି ମାମଲା କୋର୍ଟରେ ଚାଲିଛି, ତେବେ ସେମାନେ ଏଥିରେ ସଫଳତା ପାଇପାରନ୍ତି । ମହିଳାମାନେ କର୍ମଚଞ୍ଚଳ ହେବେ । ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସିଦ୍ଧିଲାଭ କରିବେ ।