ଓଡିଶା

odisha

ETV Bharat / bharat

୧୯ ଯୁବକଙ୍କୁ ଏଡ୍‌ସ ସଂକ୍ରମଣ କରାଇଦେଲେ ନାବାଳିକା, ଜଣଙ୍କ ସହ ସମସ୍ତେ ରଖିଥିଲେ ଶାରୀରିକ ସମ୍ପର୍କ! - HIV CASES IN UTTARAKHAND

ଜଣେ ନାବାଳିକା ସହ ଶାରୀରିକ ସମ୍ପର୍କ ରଖି ୧୯ ଜଣ ଏଚ୍.ଆଇ.ଭି ସଂକ୍ରମିତ । ନିଶା ଦେବାର ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲେ ଯୁବକ ।

HIV CASES IN UTTARAKHAND
HIV CASES IN UTTARAKHAND (ETV Bharat)

By ETV Bharat Odisha Team

Published : Oct 29, 2024, 4:52 PM IST

Updated : Oct 29, 2024, 5:55 PM IST

ଡେରାଡୁନ: ୫ ମାସରେ ୧୯ ଜଣ ଏଚ.ଆଇ.ଭି ଏଡ୍‌ସ ସଂକ୍ରମଣ ଚିହ୍ନଟ । ଜଣେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିବାରୁ ସମସ୍ତଙ୍କୁ ଏଚ.ଆଇ.ଭି ହୋଇଛି। ସେପଟ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିପାରେ, କାରଣ ନାବାଳିକଙ୍କ ସହ ଏହୁରି ଅନେକ ଲୋକ ସଂସ୍ପର୍ଶରେ ଥିଲେ । ନାବାଳିକା ସହ ସମ୍ପର୍କରେ ଆସିଥିବା ଅନ୍ୟ ଲୋକମାନେ ମଧ୍ୟ ଏଚ୍.ଆଇ.ଭି ସଂକ୍ରମିତ ହୋଇପାରନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ସନ୍ଦେହ କରୁଛି ।

ଏକାଥରେ ୧୯ ଜଣ ଯୁବକଙ୍କୁ ଏଡ୍‌ସ!:

ସୂଚନା ଅନୁସାରେ, ଉତ୍ତରାଖଣ୍ଡର ନୈନତାଲ ଜିଲ୍ଲା ରାମନଗର ଅଞ୍ଚଳରେ ଗତ ୪ ବର୍ଷ ମଧ୍ୟରେ ୭୫ଟି ଏଚ.ଆଇ.ଭି ପଜିଟିଭ ମାମଲା ଚିହ୍ନଟ ହୋଇଛି, କିନ୍ତୁ ଚଳିତ ବର୍ଷ ଏପ୍ରିଲରୁ ଆଜି ପର୍ଯ୍ୟନ୍ତ ମାତ୍ର ୫ ମାସ ମଧ୍ୟରେ ୧୯ଟି ଏଚ୍‌.ଆଇ.ଭି ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗର ଅନୁସନ୍ଧାନରୁ ଜଣାପଡିଛି ଯେ, ଅଧିକାଂଶ ଏଚ.ଆଇ.ଭି ପଜିଟିଭ୍ ଯୁବକ ଅଛନ୍ତି । କୁହାଯାଉଛି ଯେ, ଏଚ୍‌.ଆଇ.ଭି ପଜିଟିଭ୍ ଯୁବକମାନେ ଜଣେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖି ଏଡ୍‌ସ ସଂକ୍ରମିତ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ଭୁଲ ପରିଚୟ ଦେଇ କରିଛନ୍ତି ରେଜିଷ୍ଟ୍ରେସନ୍‌; ୮ ହଜାରରୁ ଅଧିକ ପଞ୍ଜିକୃତ ଏଡ୍‌ସ୍‌ ରୋଗୀଙ୍କ ପତ୍ତା ମିଳୁନି

ଜଣେ ନାବାଳିକା ସହ ସବୁ ଯୁବକଙ୍କ ଥିଲା ଶାରୀରିକ ସମ୍ପର୍କ:

କୁହାଯାଉଛି ଯେ, ନାବାଳିକା ଜଣଙ୍କ ନିଶା ସେବନ କରିବାରେ ଅଭ୍ୟସ୍ତ ଥିଲେ । ଯୁବକମାନେ ନାବାଳିକା ଜଣଙ୍କୁ ନିଶା ଦେବାର ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଯୁବକମାନେ ନାବାଳିକ ସଂସ୍ପର୍ଶରେ ଆସିବା ପରେ ସେମାନଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ପରେ ଏନେଇ ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନେ ଏଚ.ଆଇ.ଭି ପଜିଟିଭ୍ ଥିବା ଜଣାପଡ଼ିଥିଲା । ତେବେ ସଂକ୍ରମିତ ହୋଇଥିବା ଯୁବକମାନଙ୍କୁ କାଉନସେଲିଂବେଳେ ଜଣାପଡ଼ିଥିଲା ଯେ, ଅଧିକାଂଶ ଯୁବକ ସମାନ ନାବାଳିକା ସହ ସମ୍ପର୍କ ରଖିଥିଲେ । ଯାହା ଫଳରେ ସେମାନେ ଏଚ୍.ଆଇ.ଭି ସଂକ୍ରମିତ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ..ଜେଲରେ 38 କଏଦୀ ଏଚଆଇଭି ପଜିଟିଭ, ଚିନ୍ତାରେ ପ୍ରଶାସନ

ଏହା ମଧ୍ୟ ପଢ଼ନ୍ତୁ..ଛୁଆଁ ରୋଗ ନୁହେଁ ଏଡସ୍; କେବଳ ଟିକା ନୁହେଁ, ସଚେତନ ରହିଲେ ରୋକିହେବ ରୋଗ - WORLD AIDS VACCINE DAY

ଏଡ୍‌ସ ନେଇ ସଚେତନ କରୁଛି ସ୍ବାସ୍ଥ୍ୟ ବିଭାଗ:

ଏପ୍ରିଲ ୨୦୨୩ରୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ୨୪ଟି ନୂଆ ମାମଲା ଆସିଥିବାବେଳେ ଚଳିତ ବର୍ଷ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ୧୯ ଜଣ ଲୋକ ଏଚ.ଆଇ.ଭି ସଂକ୍ରମିତ ହୋଇଥିବା ଜଣାପଡିଛି । ୧୯ ସଂକ୍ରମିତ ସମସ୍ତ ଯୁବକ । ନୈନତାଲ ସିଏମଓ ଡାକ୍ତର ହରିଶ ପନ୍ତ କହିଛନ୍ତି ଯେ, ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସେମିନାର ଏବଂ ସଚେତନତା ଶିବିର ଆୟୋଜିତ କରାଯାଉଛି । ଯେଉଁଥିରେ ଏଚ୍‌.ଆଇ.ଭି ପଜିଟିଭ ଲୋକଙ୍କୁ ମାଗଣା ଔଷଧ ଦିଆଯାଏ । ସଂକ୍ରମିତମାନଙ୍କ ପରିଚୟ ଗୋପନୀୟ ରଖାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 29, 2024, 5:55 PM IST

ABOUT THE AUTHOR

...view details