ଜୟପୁର:ରାଜସ୍ଥାନ ଭରତପୁର ଜିଲ୍ଲାର ବଏନା ଅଞ୍ଚଳରେ ବଡ ଅଘଟଣ ଘଟିଛି । ପୋଖରୀର ଆଡିବନ୍ଧ ଭାଙ୍ଗିଯିବାରୁ 7ଜଣ ଯୁବକ ଭାସିଯାଇ ପ୍ରାଣ ହରାଇଛନ୍ତି । ନାଗଲାହଟ୍ଟା ଗ୍ରାମ ନିକଟରେ ପ୍ରବାହିତ ବାଣଗଙ୍ଗା ନଦୀ ସଲଗ୍ନ ଏକ ଜଳଶୟ ନିକଟରେ ଏମାନେ ଥିବା ବେଳେ ନଦୀ ଜଳପ୍ରବାହ ବଢିବା କାରଣରୁ ହଠାତ ପୋଖରୀର ଆଡିବନ୍ଧ ଭୁଶୁଡି ପଡିଥିଲା । ଏଥିରେ 7ଜଣ ଯୁବକ ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ । ସୂଚନା ପାଇଁ ଗ୍ରାମବାସୀ ଓ ସ୍ଥାନୀୟ ପୋଲିସ ଅପରେସନ ଆରମ୍ଭ କରିଥିଲା । ସମସ୍ତ 7 ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ପୋଖରୀ ଆଡିବନ୍ଧ ଭାଙ୍ଗିବାରୁ ଅଘଟଣ:-
ସୂଚନାନୁସାରେ, ଆଜି (ରବିବାର) ଗାଁର କିଛି ଯୁବକ ନାଗଲାହଟ୍ଟା ଗ୍ରାମ ନିକଟରେ ବାଣଗଙ୍ଗା ନଦୀ କୂଳରେ ଥିବା ଏକ ପୋଖରୀ କୂଳରେ ବସିଥିଲେ । ଏହି ସମୟରେ ପୋଖରୀର ଆଡିବନ୍ଧର କିଛି ଅଂଶ ନଦୀଜଳ ପ୍ରବାହରେ ଦବି ଯାଇ ଭୁଶୁଡି ପଡିଥିଲା । ନଦୀ ପ୍ରଖର ସ୍ରୋତରେ ଏହି ଯୁବକମାନେ ଭାସି ଯାଇଥିଲେ । ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିବା ସହ ପୋଲିସ ଓ ପ୍ରଶାସନକୁ ଖବର ଦେଇଥିଲେ । ପୋଲିସ୍ ଓ ଅଗ୍ନିଶମ ଟିମ୍ କିଛି ଘଣ୍ଟାର ଅପରେସନ ପରେ ଗୋଟିଏ ପରେ ଗୋଟିଏ ସମସ୍ତ 7 ମୃତଦେହ ଉଦ୍ଧାର କରିଛି । ସମସ୍ତେ ଗୋଟିଏ ଗ୍ରାମର ହୋଇଥିବା ସୂଚନା ମିଳିଛି ।
- ମୃତକମାନେ ହେଲେ: