ଓଡିଶା

odisha

ETV Bharat / bharat

ଗଣମାଧ୍ୟମକୁ ସରକାରୀ ନିର୍ଦ୍ଦେଶାନାମା: ରାମ ମନ୍ଦିର ସମ୍ପର୍କିତ ମିଥ୍ୟା ଖବର ପ୍ରସାରଣରୁ କ୍ଷାନ୍ତ ରୁହ

false content on Ram Temple event: ଗଣମାଧ୍ୟମ ପାଇଁ କେନ୍ଦ୍ର ଜାରି କଲା ନିର୍ଦ୍ଦେଶାବଳି । ମିଥ୍ୟା ଓ ନିରାଧାର ଖବର ପ୍ରସାରଣରୁ ଦୂରେଇ ରହିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଗଣମାଧ୍ୟମକୁ ସରକାରୀ ନିର୍ଦ୍ଦେଶାନାମା: ରାମ ମନ୍ଦିର ସମ୍ପର୍କିତ ମିଥ୍ୟା ଖବର ପ୍ରାସରଣରୁ କ୍ଷାନ୍ତ ରୁହ
ଗଣମାଧ୍ୟମକୁ ସରକାରୀ ନିର୍ଦ୍ଦେଶାନାମା: ରାମ ମନ୍ଦିର ସମ୍ପର୍କିତ ମିଥ୍ୟା ଖବର ପ୍ରାସରଣରୁ କ୍ଷାନ୍ତ ରୁହ

By ETV Bharat Odisha Team

Published : Jan 20, 2024, 5:37 PM IST

ନୂଆଦିଲ୍ଲୀ:22ରେ ହେବାକୁ ଥିବା ବହୁପ୍ରତୀକ୍ଷିତ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପୂର୍ବରୁ ଗଣମାଧ୍ୟମ ଓ ବିଶେଷ ଭାବେ ସାମାଜିକ ଗଣମାଧ୍ୟମରେ ଏହି ସମ୍ପର୍କିତ ବିଭିନ୍ନ ପ୍ରକାର ମିଥ୍ୟା ଓ ନିରାଧାର ଖବର ପ୍ରସାରଣ ଘଟଣା ଏକ ନୂତନ ଚ୍ୟାଲେଞ୍ଜ ଭାବେ ସାମ୍ନାକୁ ଆସିଲାଣି । ଆଜି ଏହି ସମ୍ପର୍କିତ ମିଥ୍ୟା ଓ ମନୋଗଢା ଖବର ପ୍ରସାରଣ କରିବାରୁ ଦୂରେଇ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶାବଳି ଜାରି କରିଛନ୍ତି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଉଭୟ ମୁଖ୍ୟସ୍ରୋତ ଗଣମାଧ୍ୟମ ସଂସ୍ଥା ଓ ସୋସିଆଲ ମିଡିଆର ସମସ୍ତ ପ୍ଲାଟଫର୍ମ ପାଇଁ ଏହି ନିର୍ଦ୍ଦାଶାବଳି ଜାରି କରିଛନ୍ତି । ଏପରି ମିଥ୍ୟା ଓ ନିରାଧାର ଖବର ସାମାଜିକ ସଦଭାବନା ଓ ଐକ୍ୟକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ଏହି ସମ୍ପର୍କିତ କୌଣସି ଖବର ପ୍ରସାରିତ କରିବା ପୂର୍ବରୁ ଯତ୍ନଶୀଳ ହେବା ନେଇ ଜାରି ନିର୍ଦ୍ଦେଶାବଳିରେ କୁହାଯାଇଛି ।

22ରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଗଣମାଧ୍ୟମରେ ଏବେ ରାମ ମନ୍ଦିର ସମ୍ପର୍କିତ ଖବର ଶିରୋନାମାରେ ରହିଛି । କାର୍ଯ୍ୟକ୍ରମ ସମ୍ପର୍କିତ ବିଭିନ୍ନ ରୋଚକ ଖବର ଆସିବାରେ ଲାଗିଛି । ଯାହାକୁ ନେଇ ଦେଶବ୍ୟାପୀ ପାଠକ ଓ ଦର୍ଶକଙ୍କ ଉତ୍କଣ୍ଠା ମଧ୍ୟ ରହିଛି । ତେବେ ଘରୋଇ ଟିଭି ଚ୍ୟାନେଲ, ଖବରକାଗଜ ଓ ଖବର ଓ କରେଣ୍ଟ ଆଫାଏର୍ସ କଥାବସ୍ତୁ ପ୍ରକାଶିତ କରୁଥିବା ସମସ୍ତ ଡିଜିଟାଲ ମିଡିଆ, ଓ୍ବେବସାଇଟଗୁଡିକ କ୍ଷେତ୍ରରେ ଏହି ନିର୍ଦ୍ଦେଶାବଳି ଲାଗୁ ହେବ । ରାମ ମନ୍ଦିର ସମ୍ପର୍କିତ କୌଣସି ଖବର, ତଥ୍ୟ କିମ୍ବା ସୂଚନା ପ୍ରାପ୍ତ ହେଲେ ସମ୍ପୂର୍ଣ୍ଣ ନିଶ୍ଚିତ ନକରିବା ପର୍ଯ୍ୟନ୍ତ ପ୍ରସାରିତ ବା ପ୍ରକାଶିତ ନକରିବା ପାଇଁ ଏଥିରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ପ୍ରାଣ ପ୍ରତିଷ୍ଠା ଉତ୍ସବ: ମନ୍ଦିର ପରିସରରେ କ୍ୟାମ୍ପ ଖୋଲିଲା NDRF

ତେବେ 22 ତାରିଖରେ (ସୋମବାର) ମୁଖ୍ୟ କାର୍ଯ୍ୟକ୍ରମକୁ ଆଉ ମାତ୍ର 48 ଘଣ୍ଟା ବାକି ଥିବାବେଳେ ଏବେ ଅଯୋଧ୍ୟାରେ ନୀତିକାନ୍ତି ଆରମ୍ଭ ହୋଇଗଲାଣି । ନିମନ୍ତ୍ରିତ ଅତିଥିମାନେ ମଧ୍ୟ ପହଞ୍ଚିବା ଆରମ୍ଭ କରିଛନ୍ତି । ମୁଖ୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଯଜମାନ ଭାବେ ଅଂଶଗ୍ରହଣ କରୁଛନ୍ତି । ଦେଶର ବିଭିନ୍ନ ସ୍ଥାନ ସହ ମୋଟ 55 ଦେଶର ଅନ୍ତର୍ଜାତୀୟ ଅତିଥି ଏହି ଭବ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । 22 ତାରିଖ ମଧ୍ୟାାହ୍ନ 12.20 ରୁ 1 ଟା ମଧ୍ୟରେ ପ୍ରାଣପ୍ରତିଷ୍ଠା ଉତ୍ସବ ଏକ ବରିଷ୍ଠ ପଣ୍ଡିତ ମଣ୍ଡଳୀଙ୍କ ଦ୍ବାରା ସମାପିତ ହେବ । ଏହା ପରେ ପ୍ରଥମ ଆରତୀ ଅନୁଷ୍ଠିତ ହେବ । ଏବେ ସାଧାରଣ ଶ୍ରଦ୍ଧାଳୁଙ୍କୁ ଅଯୋଧ୍ୟା ଯିବାକୁ ବାରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details