ଓଡିଶା

odisha

ETV Bharat / bharat

NEET ପେପର ଲିକ୍‌ ପ୍ରସଙ୍ଗରେ ବର୍ଷିଲେ ରାହୁଲ; କହିଲେ ମୋଦି ‘ୟୁକ୍ରେନ୍ ଯୁଦ୍ଧ’ ରୋକିଦେଲେ, ହେଲେ ପେପର ଲିକ୍‌ ନୁହେଁ - Rahul gandhi on NEET paper leak - RAHUL GANDHI ON NEET PAPER LEAK

NEET paper leak case: ପ୍ରେସମିଟ କରି ରାହୁଲ ବର୍ଷିଲେ । କହିଲେ ବିଜେପି ଭୟ ଦେଖାଇ ରାଜନୀତି କରୁଥିଲା । ଏବେ ନିର୍ବାଚନ ଫଳାଫଳ ପରେ ସେ ଭୟ ଦୂର ହୋଇଛି । ଦେଶ ଏକ ଶକ୍ତିଶାଳୀ ବିରୋଧୀ ପାଇଛି । ଅଧିକ ପଢନ୍ତୁ

NEET ପେପରଲିକ ପ୍ରସଙ୍ଗରେ ବର୍ଷିଲେ ରାହୁଲ, କହିଲେ ଶିକ୍ଷା ବ୍ୟବସ୍ଥା ବିଜେପି କବଜାରେ
NEET ପେପରଲିକ ପ୍ରସଙ୍ଗରେ ବର୍ଷିଲେ ରାହୁଲ, କହିଲେ ଶିକ୍ଷା ବ୍ୟବସ୍ଥା ବିଜେପି କବଜାରେ (ETV Bharat Odisha)

By ETV Bharat Odisha Team

Published : Jun 20, 2024, 5:30 PM IST

ନୂଆଦିଲ୍ଲୀ:NEET ପରୀକ୍ଷା ପେପର ଲିକ୍‌ ମାମଲାରେ ଏବେ ଦେଶରେ ରାଜନୀତି ଉଷ୍ଣ ହେବାରେ ଲାଗିଛି । ଆଜି ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଏହି ଅବ୍ୟବସ୍ଥା ପାଇଁ ବିଜେପି ସରକାରକୁ ଦାୟୀ କରିଛନ୍ତି ରାହୁଲ । ନିର୍ଦ୍ଦିଷ୍ଟ ସଂଗଠନ ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ କବଜା କରିସାରିଲାଣି, ଏହାକୁ ପରିବର୍ତ୍ତନ କରିବାକୁ ହେବ ବୋଲି ରାହୁଲ କହିଛନ୍ତି । ଏହାସହିତ କଟାକ୍ଷରେ କହିଛନ୍ତି କି, ମୋଦି ୟୁକ୍ରେନ ଯୁଦ୍ଧ ରୋକିଦେଲେ ହେଲେ ପେପର ଲିକ୍ କୁ ରୋକି ପାରିଲେ ନାହିଁ ।

ଆଜି ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ରାହୁଲ ପ୍ରସମିଟ୍‌ କରି ବିଭିନ୍ନ ପ୍ରସଙ୍ଗରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କି ଟାର୍ଗେଟ କରିଥିଲେ । ପେପର ଲିକ ପ୍ରସଙ୍ଗରେ ରାହୁଲ କହିଛନ୍ତି, ବିଶ୍ବବିଦ୍ୟାଳୟରେ ପରୀକ୍ଷା ପରିଚାଳନା ପ୍ରକ୍ରିୟାର ପୁନଃଡିଜାଇନ ପ୍ରସ୍ତୁତ କରିବାକୁ ପଡିବ । ଏକଥା କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ମଧ୍ୟ ଘୋଷଣା କରିଥିଲେ । ଏବେ ବିରୋଧୀ ସରକାରଙ୍କ ଉପରେ ଚାପ ସୃଷ୍ଟି କରି କାର୍ଯ୍ୟକାରୀ କରିବାକୁ ନିଶ୍ଚିୟ ଚେଷ୍ଟା କରିବ । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ‘ଏନଟିଏ’କୁ ପେପର ଲିକ୍‌ ମାମଲାରେ କ୍ଲିନଚିଟ ଦେବାକୁ ମଧ୍ୟ ରାହୁଲ ନାପସନ୍ଦ କରିଛନ୍ତି । ଏଥିରେ କୌଣସି ବିଶ୍ବସନୀତା ନାହିଁ ବୋଲି ସମସ୍ତେ ଜାଣିସାରିଥିବା କହିଛନ୍ତି ରାହୁଲ । ବର୍ତ୍ତମାନ ସରକାରଙ୍କର ନିଟ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ ପ୍ରସଙ୍ଗରେ କୌଣସି ଧ୍ୟାନ ନାହିଁ । ସେମାନେ ଲୋକସଭାରେ ବାଚସ୍ପତି ନିର୍ବାଚନ କିପରି ହେବ, ସେଥିରେ ଲାଗିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସୁରମା ପାଢ଼ୀ ବାଚସ୍ପତି ନିର୍ବାଚିତ, ଓଡ଼ିଶା ବିଧାନସଭାରେ ଦ୍ବିତୀୟ ମହିଳା ବାଚସ୍ପତି - SURAMA PADHY NEW SPEAKER

ରାହୁଲ ଆହୁରି ମଧ୍ୟ କହିଛନ୍ତି, ନିର୍ବାଚନ ପରେ ସାରା ଦେଶରେ ନରେନ୍ଦ୍ର ମୋଦିଙ୍କ ପ୍ରତି ଲୋକଙ୍କର ଥିବା ଭୟ ଦୂର ହୋଇଛି । ଲୋକଙ୍କୁ ଭୟଭୀତ କରି ରାଜନୀତି କରିବା ବିଜେପିର କାମ । ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ କାହା କଥା ଶୁଣନ୍ତି ନାହିଁ । ସେ ଯାହା ସଠିକ ଭାବନ୍ତି ତାହା ହିଁ କରନ୍ତି । ହେଲେ ଏବେ ନିର୍ବାଚନୀ ଫଳାଫଳ ଆସିବା ପରେ ବିଜେପି ଆଉ ସେହି ସ୍ଥିତିରେ ନାହିଁ । 56 ଇଞ୍ଚର ଛାତି ଆଉ ନାହିଁ । କେବଳ କଂଗ୍ରେସ ଓ ବିଭିନ୍ନ ବିରୋଧୀ ଦଳ କାହିଁକି, ସାଧାରଣ ଲୋକ ମଧ୍ୟ ବିଜେପିକୁ ଭୟ କରିବା ଛାଡି ଦେଇଛନ୍ତି । ଦେଶକୁ ଏବେ ଏକ ଶକ୍ତିଶାଳୀ ବିରୋଧୀ ଦଳ ମିଳି ସାରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details