ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ କେଳେଙ୍କାରୀ: ବିଜେପି ନେତାଙ୍କ ସହଯୋଗୀ ସମେତ ୨ ଅଭିଯୁକ୍ତ ଗିରଫ - Prajwal Revanna Sex Scandal - PRAJWAL REVANNA SEX SCANDAL

Prajwal Revanna Sex Scandal: ପ୍ରଜ୍ବଳ ରେବନ୍ନାଙ୍କ ଅଶ୍ଳୀଳ ଭିଡିଓ କେଳେଙ୍କାରୀ ମାମଲାରେ ଏସଆଇଟି 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୂର୍ବରୁ ବିଜେପି ନେତା ଦେବରାଜ ଗୌଡାଙ୍କୁ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲାରେ ଗିରଫ କରାଯାଇଛି । ଅଧିକ ପଢନ୍ତୁ

Prajwal Revanna Sex Scandal
Prajwal Revanna Sex Scandal (ETV Bharat)

By ETV Bharat Odisha Team

Published : May 12, 2024, 9:14 PM IST

ବେଙ୍ଗାଲୁରୁ: ‘ଜେଡିଏସ’ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ଅଶ୍ଳୀଳ ଭିଡିଓ କେଳେଙ୍କାରୀ ମାମଲାରେ 2 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଉଭୟ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୂର୍ବତନ ବିଜେପି ବିଧାୟକଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାପଡିଛି । ଅଶ୍ଳୀଳ ଭିଡିଓକୁ ଭାଇରାଲ କରିବା ମାମଲାରେ ଏସଆଇଟି ସେମାନଙ୍କୁ ଗିରଫ କରିଛି । ଉଭୟ ଅଭିଯୁକ୍ତଙ୍କ ନାଁ ଲିଖିତ ଓ ଚେତନ ବୋଲି ଜଣାପଡିଥିବା ବେଳେ ସେମାନଙ୍କୁ ଏ ବାବଦରେ ଅଧିକ ପଚରାଉଚରା ଚାଲିଛି ବୋଲି ଏସଆଇଟି କହିଛି ।

ଏସଆଇଟି କହିବା ମୁତାବକ, ଲିଖିତ ପୂର୍ବତନ ବିଜେପି ବିଧାୟକ ତଥା ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପ୍ରୀତମ ଗୌଡାଙ୍କ ସହଯୋଗୀ ଅଟେ । ସେହିଭଳି ଚେତନ ମଧ୍ୟ ତାଙ୍କ ଅଫିସରେ ଜଣେ କର୍ମଚାରୀ ଅଟେ । ହାସନର ସାଇବର କ୍ରାଇମ ଥାନାରେ ଉଭୟଙ୍କୁ ପଚରାଉଚୁରା ଚାଲିଛି । ସେମାନଙ୍କ ଗିରଫଦାରି ଫଳରେ ମାମଲାରେ ଏକ ନୂଆ ମୋଡ ଆସିଛି । ସେହିଭଳି ଅନ୍ୟ ୨ ଜଣ ଅଭିଯୁକ୍ତ ନବୀନ ଗୌଡା ଓ ପୁଟ୍ଟା ରାଜୁଙ୍କୁ ଖୋଜିବା ପାଇଁ ପୋଲିସ ତଲାସ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ ...ପ୍ରଜ୍ଜଳ ରେବନ୍ନା ଯୌନ କେଳେଙ୍କାରୀ ମାମଲା, ବିଜେପି ନେତା ଦେବରାଜ ଗୌଡା ଗିରଫ - Prajwal Revanna Case

ସୂଚନାଯୋଗ୍ୟ ଯେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଅଶ୍ଳୀଳ ଭିଡିଓ କେଳେଙ୍କାରୀ ମାମଲାରେ ବିଜେପି ନେତା ଦେବରାଜ ଗୌଡାଙ୍କୁ ଏସଆଇଟି ଗିରଫ କରିଥିଲା । ବିଜେପି ନେତା ଦେବରାଜ ଗୌଡା 2023 ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପ୍ରଜ୍ବଳଙ୍କ ପିତା ଏଚ.ଡି ରେବନ୍ନାଙ୍କ ବିରୋଧରେ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ‘ଜେଡିଏସ’ ନେତାଙ୍କ ଭିଡିଓ ଭାଇରାଲ କରିବା ପଛରେ ଦେବରାଜଙ୍କ ଭୂମିକା ଥିବା ପୋଲିସ ସନ୍ଦେହ କରୁଥିଲା । ଏହାକୁ ଦେବରାଜ ଖଣ୍ଡନ କରିବା ସହ କଂଗ୍ରେସ ନେତାଙ୍କ ହାତ ଥିବା ପାଲଟା ଅଭିଯୋଗ କରିଥିଲେ ।

ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡାଙ୍କ ବିଧାୟକ ପୁଅ ଏଚ.ଡି ରେବନ୍ନା ଓ ସାଂସଦ ନାତି ପ୍ରଜ୍ବଳ ରେବନ୍ନା ଏହି ମାମଲାରେ ଛନ୍ଦି ହୋଇଛନ୍ତି । ରେବନ୍ନା ଏସଆଇଟି ଦ୍ବାରା ଗିରଫ ହୋଇ ଏବେ ହେପାଜତରେ ରହିଛନ୍ତି । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସେ ନ୍ୟାୟିକ ହେପାଜତରେ ରହିବେ । ପୁଅ ପ୍ରଜ୍ବଳ ଭିଡିଓ ଭାଇରାଲ ହେବା ପୂର୍ବରୁ ଦେଶ ଛାଡି ପଳାୟନ କରିଛନ୍ତି । ସେ ଏବେ ଜର୍ମାନୀରେ ଥିବା ବିଭିନ୍ନ ସୂତ୍ରରୁ ସୂଚନା ମିଳିଛି । ତଦନ୍ତକାରୀ ସଂସ୍ଥା ତାଙ୍କ ବିରୋଧରେ ଲୁକଆଉଟ ନୋଟିସ ସହ ବିଭିନ୍ନ ନୋଟିସ ଜାରି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details