ଓଡିଶା

odisha

By ETV Bharat Odisha Team

Published : Apr 20, 2024, 4:18 PM IST

ETV Bharat / bharat

ଗ୍ଲାମରର୍ସ ପୋଲିଂ ଅଫିସର ଈଶା ଅରୋରା, ଭାଇରାଲ ହେଉଛି ଫଟୋ - Viral UP Polling Officer

Viral UP Polling Officer: ଚର୍ଚ୍ଚାରେ ୟୁପି ପୋଲିଂ ଅଫିସର ଈଶା ଅରୋରା । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି ଈଶା । ଜାଣନ୍ତୁ ତାଙ୍କ ସମ୍ପର୍କରେ

Viral UP Polling Officer
Viral UP Polling Officer

ଲକ୍ଷ୍ନୌ:ରାତାରାତି ସୋସିଆଲ ମିଡିଆ ସେନ୍ସେସନ ପାଲଟିଛନ୍ତି ଉତ୍ତର ପ୍ରଦେଶ ପୋଲିଂ ଅଫିସର ଈଶା ଅରୋରା । ତାଙ୍କର ଏକ ଚଷମା ପିନ୍ଧା ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ଶାହାରାନପୁର ଲୋକସଭା ଆସନରେ ଆସୁଥିବା ଗଙ୍ଗୋହ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟିଂ ଦାୟିତ୍ବରେ ଥିଲେ ଈଶା । ତାଙ୍କ ଫଟୋ ଭାଇରାଲ ହେବା ପରେ ସେ କିଏ ଓ କେଉଁ କାରଣ ପାଇଁ ଭାଇରାଲ ହେଉଛନ୍ତି ସେ ନେଇ ସୋସିଆଲ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ଫଟୋ ଭାଇରାଲ ହେବା ପରେ ଏକ ଜାତୀୟ ଗଣମାଧ୍ୟମକୁ ଈଶା ପ୍ରତିକ୍ରିୟା ଦେଇ କହିଛନ୍ତି, "ଯେକୌଣସି ଡ୍ୟୁଟିରେ ଥାଆନ୍ତୁ ନା କାହିଁକି, ସବୁବେଳେ ସମୟାନୁବର୍ତ୍ତିତା ଅବଲମ୍ବନ କରିବା ଉଚିତ । ପ୍ରତ୍ୟେକ ମହିଳା ଓ ପୁରୁଷ ସମୟାନୁବର୍ତ୍ତିତାକୁ ଅନୁସରଣ କଲେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ । ଭିଡିଓରେ ୟୁଜର୍ସ କଣ କହୁଛନ୍ତି ତାହା ଦେଖିବାକୁ ମୋ ପାଖରେ ସମୟ ନାହିଁ । ବର୍ତ୍ତମାନ ନିର୍ବାଚନ ଚାଲିଥିବା ବେଳେ ମୋ କାର୍ଯ୍ୟକୁ ସଠିକ ଭାବେ କରିବା ମୋର ପ୍ରଥମ କର୍ତ୍ତବ୍ୟ । ମୁଁ ଭାବୁଛି ମୋର ସମୟାନୁବର୍ତ୍ତିତା ଓ ନିଷ୍ଠାଭାବ ଯୋଗୁଁ ଭିଡିଓଟି ଭାଇରାଲ ହୋଇଛି ।"

ଏହା ବି ପଢନ୍ତୁ- Jharkhand Panchayat election: କର୍ତ୍ତବ୍ୟନିଷ୍ଠା ସର୍ବୋପରି, ପତ୍ନୀଙ୍କ ପିଠିରେ ଆସିଲେ ପୋଲିଂ ଅଫିସର

ଈଶାଙ୍କ ଭିଡିଓ ଭାଇରାଲ ହେବା ପରେ ଜଣେ ୟୁଜର୍ସ କହିଛନ୍ତି, "ଚଳିତ ନିର୍ବାଚନରେ ଏହି ମ୍ୟାଡାମ ହେଉଛନ୍ତି ଷ୍ଟାର । ଭୋଟିଂ ବେଳେ ଈଶା ଅରୋରା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।" ଅନ୍ୟ ଜଣେ ୟୁଜର୍ସ କହିଛନ୍ତି, " ଏପରି ପୋଲିଂ ଅଫିସର ଥିଲେ, ମୁଁ ନିଶ୍ଚିତ ମତଦାନ ପାଇଁ ଯିବି ।"

କିଏ ଈଶା ଅରୋରା ? :- ମିଳିଥିବା ସୂଚନା ଅନୁସାରେ ଈଶା ଅରୋରା ଜଣେ ବ୍ୟାଙ୍କ କର୍ମଚାରୀ । ଚଳିତ ନିର୍ବାଚନରେ ଗଙ୍ଗୋହ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ ମହଙ୍ଗି ଗାଁର ଏକ ମତଦାନ କେନ୍ଦ୍ରରେ ସେ ମତଦାନ ଅଧିକାରୀ ଭାବେ ତାଙ୍କୁ ଦାୟିତ୍ବ ମିଳିଛି । ପୋଲିଂ ବୁଥରେ ସେ ନିର୍ଦ୍ଧାରିତ ସମୟରେ ପହଞ୍ଚିଥିବା ବେଳେ ନିଜ ଦାୟିତ୍ବ ତୁଲାଇଛନ୍ତି । ନିଜ କାମ ପ୍ରତି ତାଙ୍କର ନିଷ୍ଠାଭାବ ଦେଖି ଜିଲ୍ଲା ନିର୍ବାଚନ ଅଧିକାରୀ ମଧ୍ୟ ଈଶାଙ୍କୁ ବେଶ ପ୍ରଶଂସା କରିଛନ୍ତି ।

କେମିତି ହେଲେ ଭାଇରାଲ ? :-ସୂଚନା ଥାଉ କି ଗୁରୁବାର ଷ୍ଟ୍ରଙ୍ଗ ରୁମରୁ ଯେତେବେଳେ ମତଦାନ କେନ୍ଦ୍ରକୁ ମତଦାନ ଅଧିକାରୀମାନେ ବାହାରିଥିଲେ, ସେହି ସମୟରେ ଈଶା ଅରୋରା ମଧ୍ୟ ଇଭିଏମ ମେସିନ ଧରି ବାହାରିଥିଲେ । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ଈଶା ଏବେ ସାରା ଦେଶରେ ଭାଇରାଲ ପୋଲିଂ ଅଫିସର ଭାବେ ଚର୍ଚ୍ଚାରେ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details