ଓଡିଶା

odisha

ETV Bharat / bharat

'ଚୁରମା' ଖାଇ ମାଆଙ୍କୁ ମନେପକାଇଲେ ମୋଦି, ନୀରଜଙ୍କ ମାଆଙ୍କୁ ଭାବପ୍ରବଣ ଚିଠି - MODI LETTER TO NEERAJ MOTHER - MODI LETTER TO NEERAJ MOTHER

Modi writes to emotional letter to Neeraj Chopras mother: ନବରାତ୍ରି ଉପବାସ ଆରମ୍ଭ କରିବା ପୂର୍ବରୁ ନୀରଜ ଚୋପ୍ରାଙ୍କ ମା’ ପଠାଇଥିବା ଚୂରମା ଖାଇଲେ ପ୍ରଧାନମନ୍ତ୍ରୀ । ଭାବପ୍ରବଣ ହୋଇ ଲେଖିଲେ ଚିଠି । କହିଲେ 'ଚୁରମା' ମା’ କଥା ମନେ ପକାଇଦେଲା । ଅଧିକ ପଢନ୍ତୁ

E'ଚୂରମା ମୋ ମା’ଙ୍କ କଥା ମନେ ପକାଇ ଦେଲା', ନୀରଜଙ୍କ ମା’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାବପ୍ରବଣ ଚିଠି
'ଚୂରମା ମୋ ମା’ଙ୍କ କଥା ମନେ ପକାଇ ଦେଲା', ନୀରଜଙ୍କ ମା’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାବପ୍ରବଣ ଚିଠି ((ANI PHOTO))

By ETV Bharat Odisha Team

Published : Oct 3, 2024, 8:12 AM IST

Updated : Oct 3, 2024, 9:03 AM IST

ନୂଆଦିଲ୍ଲୀ:ଆଉ ମାତ୍ର ଦିନ କେଇଟା ପରେ ଦଶହରା । ଧରାବତରଣ କରିବେ ମହିଷାମର୍ଦ୍ଦିନୀ ମା' ଦୁର୍ଗା । ଏହା ପୂର୍ବରୁ ଆଜିଠୁ ଆରମ୍ଭ ହୋଇଯାଇଛି ନବରାତ୍ରୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ 'ଚୁରମା' ପଠାଇଛନ୍ତି ପ୍ୟାରିସ୍‌ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରାଙ୍କ ମା’ ସରୋଜ ଦେବୀ । ଯାହାକୁ ଦେଖିବା ପରେ ଭାବବିହ୍ବଳ ହୋଇପଡିଛନ୍ତି ମୋଦି । ଭାବପ୍ରବଣତାର ସହ ଚିଠି ଲେଖି ଧନ୍ୟବାଦ ଜଣାଇଛନ୍ତି । ସରୋଜ ଦେବୀ ପଠାଇଥିବା 'ଚୁରମା' ତାଙ୍କ ମାଆ’ଙ୍କ କଥା ମନେ ପକାଇଦେଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଗାଡକଣରେ ଘର ବାଣ୍ଟିଲେ ମୋଦି, ଜନ୍ମଦିନରେ ଖାଇଲେ କ୍ଷୀରି - PM Modi At Gadakana Sabar Sahi

ଏହା ମଧ୍ୟ ପଢନ୍ତୁ-କ୍ଷୀରି ଖାଇଲେ, ମା'ଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ ମୋଦି - Modi treated to kheeri

  • ନୀରଜଙ୍କ ମାଆ ପଠାଇଥିବା'ଚୁରମା' ମୋ ମାଆ କଥା ମନେ ପକାଇ ଦେଲା:

ଚିଠିରେ ମୋଦି ଲେଖିଛନ୍ତି,'' ମୁଁ ଆଶା କରୁଛି, ଆପଣ ନିଶ୍ଚିନ୍ତ ଖୁସି, ସୁସ୍ଥ ଓ ନିରାପଦରେ ଥିବେ । ଜାମାଇକାର ପ୍ରଧାନମନ୍ତ୍ରୀ ଭାରତ ଗସ୍ତରେ ଆସିବା ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନୀରଜଙ୍କ ଭାଇଙ୍କ ସହ ଭେଟ ହେବାର ସୁଯୋଗ ମିଳିଥିଲା । ଯେତେବେଳେ ଆପଣଙ୍କ ହାତ ତିଆରି 'ଚୁରମା' ସେ ମୋତେ ଦେଇଥିଲେ । ତାହା ଦେଖି ମୁଁ ବହୁତ ଖୁସି ହୋଇଯାଇଥିଲି । 'ଚୁରମା' ଖାଇବା ପରେ ମୁଁ ମୋ ନିଜକୁ ଆଉ ରୋକି ନପାରି ଚିଠି ଲେଖିଲି । 'ଚୁରମା' ଦେବାର ଗୋଟିଏ ଦିନ ପରେ ସ୍ବାଦ ଚାଖି ମୁଁ ଭାବପ୍ରବଣ ହୋଇପଡିଥିଲି । ଆପଣଙ୍କ ସ୍ନେହରେ ଭରପୂର ଏହି ଉପହାର ମୋ ମାଆ’ଙ୍କ କଥା ମନେ ପକାଇଦେଲା । ''

ଏହା ମଧ୍ୟ ପଢନ୍ତୁ-ଡାଇମଣ୍ଡ ଲିଗ୍‌ରେ ଦ୍ବିତୀୟ ସ୍ଥାନରେ ସନ୍ତୁଷ୍ଟ ନୀରଜ, ପିଟରସନ ଚମ୍ପିଆନ - Diamond League

ଏହା ମଧ୍ୟ ପଢନ୍ତୁ-ସାନ୍ତାଳୀ ଭାଷାକୁ ଡିଜିଟାଲ ପ୍ଲାଟଫର୍ମ ଦେଇ ଚର୍ଚ୍ଚାରେ ମୟୂରଭଞ୍ଜର ରାମଜିତ ଟୁଡୁ, 'ମନ କି ବାତ'ରେ ପ୍ରଶଂସା କଲେ

ପ୍ରଧାନମନ୍ତ୍ରୀ - Ramjeet Promoting Santhali Language

  • ନବରାତ୍ରି ପୂର୍ବରୁ 'ଚୁରମା'ମୋ ପାଇଁ ସ୍ବତନ୍ତ୍ର ଉପହାର:

ମୋଦି ଆହୁରି ମଧ୍ୟ ଲେଖିଛନ୍ତି,''ନବରାତ୍ରି ପୂର୍ବରୁ ଏହା ମୋ ପାଇଁ ଏକ ବିଶେଷ ଉପହାର । ମୁଁ 9ଦିନ ନବରାତ୍ରି ପାଳେ । ଉପବାସ ଆରମ୍ଭ ହେବା ପୂର୍ବରୁ ମୁଁ 'ଚୁରମା' ଖାଇଛି । ଆପଣଙ୍କ ହାତ ତିଆରି ଖାଦ୍ୟ ଯେପରି ନୀରଜଙ୍କୁ ଦେଶ ପାଇଁ ପଦକ ଜିତିବାର ଶକ୍ତି ଦିଏ, ସେପରି ଏହି 'ଚୁରମା' ମୋତେ ଆଗାମୀ 9 ଦିନ ପାଇଁ ଦେଶ ସେବା କରିବାକୁ ଶକ୍ତି ଦେବ । ଶକ୍ତିର ପର୍ବ ନବରାତ୍ରି ଅବସରରେ ମୁଁ ଆପଣଙ୍କୁ ଏବଂ ଦେଶର ସମସ୍ତ ମା’ଙ୍କୁ ନିଶ୍ଚିତ କରୁଛି ଯେ, ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ପାଇଁ ମୁଁ ନିରନ୍ତର କାର୍ଯ୍ୟ ଜାରି ରଖିବି। "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 3, 2024, 9:03 AM IST

ABOUT THE AUTHOR

...view details