ହାଇଦ୍ରାବାଦ: ଟ୍ରମ୍ପଙ୍କ ଉଗ୍ର ବାଣିଜ୍ୟ ନୀତି ପାଇଁ ଏବେ ସାରା ବିଶ୍ବରେ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ ଭେଟିବାକୁ ଯାଉଛନ୍ତି । ଚଳିତମାସ 12 ତାରିଖରେ ଦୁଇଦିନିଆ ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ସେ 13 ତାରିଖରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ । ଟ୍ରମ୍ପ ଦ୍ବିତୀୟ ଥର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତକାର ହେବାକୁ ଯାଉଛି । ଏଥିରେ ଦୁଇ ଦେଶର ମିଳିତ ପ୍ରସଙ୍ଗ ସହ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ ଉଭୟ ନେତା ଆଲୋଚନା କରିବେ । 10 ଓ 11 ତାରିଖରେ ପ୍ୟାରିସରେ ଦୁଇଦିନିଆ କାର୍ଯ୍ୟକ୍ରମ ସାରି ପ୍ରଧାନମନ୍ତ୍ରୀ ସେଠାରୁ ଆମେରିକା ଅଭିମୁଖେ ଯାତ୍ରା କରିବେ ।
- 13 ରେ ମୋଦି-ଟ୍ରମ୍ପ ଭେଟଘାଟ୍
ସରକାରୀ ସୂତ୍ର ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦି 12 ତାରିଖ ସଂଧ୍ୟାରେ ଆମେରିକା ରାଜଧାନୀ ଓ୍ବାଶିଂଟନ-ଡିସି ବିମାନ ବନ୍ଦରରେ ଅବତରଣ କରିବେ । ଏହା ପରଦିନ (13 ତାରିଖ)ରେ ସେ ହ୍ବାଇଟ୍ ହାଉସରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସାକ୍ଷାତ କରିବେ । ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଓ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବା ପରେ, ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହା ପ୍ରଥମ ଦ୍ବିପାକ୍ଷିକ ଆଲୋଚନା ହେବାକୁ ଯାଉଛି । ରାଷ୍ଟ୍ରପତି ଟ୍ରମ୍ପଙ୍କ ଇମିଗ୍ରେସନ୍ ଓ ଟାରିଫ ପଲିସିକୁ ନେଇ ସାରା ବିଶ୍ବରେ ଚିନ୍ତାଜନକ ସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।
- ଆମେରିକା ପୂର୍ବରୁ ପ୍ୟାରିସ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ୟାରିସ ଗସ୍ତସୂଚୀ ରହିଛି । ପ୍ରଧାନମନ୍ତ୍ରୀ ଚଳିତମାସ 10 ଓ 11 ତାରିଖରେ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଆୟୋଜିତ ହେବାକୁ ଯାଉଥିବା କୃତ୍ରିମ ବୁଦ୍ଧିମତ୍ତା କ୍ରିୟାନୁଷ୍ଠାନ ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ ଶେଷ କରି ସେ 12 ତାରିଖରେ ଆମେରିକାରେ ପହଞ୍ଚିବେ ।
- ଟ୍ରମ୍ପଙ୍କ ଉଗ୍ର ବାଣିଜ୍ୟ ନୀତିରେ ବିଶ୍ବ ଆଶଙ୍କିତ