ଓଡିଶା

odisha

ETV Bharat / bharat

ଏକ ଦେଶ, ଏକ ନିର୍ବାଚନ: ରାଷ୍ଟ୍ରପତିଙ୍କୁ 18 ହଜାର ପୃଷ୍ଠାର ରିପୋର୍ଟ ପ୍ରଦାନ - One Nation One Election

One Nation, One Election: ଏକ ଦେଶ, ଏକକ ନିର୍ବାଚନକୁ ନେଇ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ । ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରାଷ୍ଟ୍ରପତିଙ୍କୁ 18 ହଜାର ପୃଷ୍ଠାର ରିପୋର୍ଟ ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ଏକ ଦେଶ ଏକକ ନିର୍ବାଚନ
ଏକ ଦେଶ ଏକକ ନିର୍ବାଚନ

By ETV Bharat Odisha Team

Published : Mar 14, 2024, 2:07 PM IST

ନୂଆଦିଲ୍ଲୀ:ଏକ ଦେଶ, ଏକ ନିର୍ବାଚନକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ରିପୋର୍ଟ ଦାଖଲ କରାଯାଇଛି । ଏକ ଦେଶ, ଏକ ନିର୍ବାଚନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି, ମାଡାମ୍ ପ୍ରେସିଡେଣ୍ଟଙ୍କୁ ଭେଟି ରିପୋର୍ଟ ଦାଖଲ କରିଛନ୍ତି । ଦାଖଲ କରାଯାଇଥିବା ରିପୋର୍ଟ 18 ହଜାର 626 ପୃଷ୍ଠାର ବୋଲି ଆଇନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି । ଗତ 191 ଦିନ ମଧ୍ୟରେ ହିତାଧିକାରୀ, ବିଶେଷଜ୍ଞ ଏବଂ ଅନୁସନ୍ଧାନ କାର୍ଯ୍ୟର ବ୍ୟାପକ ପରାମର୍ଶ କରି ଏହି ରିପୋର୍ଟ ଦାଖଲ କରାଯାଇଛି । ପ୍ରକାଶଥାଉକି, ଗତ ବର୍ଷ ସେପ୍ଟେମ୍ବର 2 ତାରିଖରେ ଏହି କମିଟି ଗଠନ କରାଯାଇଥିଲା ।

ଏହି କମିଟି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ୍ ମେଘଓ୍ବାଲ, ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି (DPAP)ର ମୁଖ୍ୟ ଗୁଲାମ ନବୀ ଆଜାଦଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏହି ରିପୋର୍ଟ ଦାଖଲ କରାଯାଇଛି । ଉଚ୍ଚ ସ୍ତରୀୟ କମିଟି ବିଜେପି, ତ୍ରୁଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ସିପିଆଇ(ଭରତୀୟ କମ୍ୟୁୁନିଷ୍ଟ ପାର୍ଟି), ସିପିଆଇ (ଏମ୍), ଏଆଇଏମଆଇଏମ, RPI(ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ), ଆପନା ଦଳ ଭଳି ଅନେକ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ଏହି ପ୍ରସ୍ତାବକୁ କମିଟି ଲିଖିତ ଆକାରରେ ପ୍ରଦାନ କରିଛନ୍ତି । ଏକକ ନିର୍ବାଚନ ନେଇ ବୁଦ୍ଧିଜୀବୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଠାରୁ ମଧ୍ୟ ପରାମର୍ଶ ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: One Nation One Poll: ବିରୋଧ କରିବ କଂଗ୍ରେସ, CWC ବୈଠକ ପରେ ଚିଦାମ୍ବରମଙ୍କ ସୂଚନା

ପ୍ରକାଶଥାଉକି, ଦେଶରେ ଏକା ସଙ୍ଗେ ଲୋକସଭା ଏବଂ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ସମ୍ବନ୍ଧିତ ପ୍ୟାନେଲ ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶ ପ୍ରକ୍ରିୟା ଆରମ୍ଭ କରିଥିଲା । ଏନେଇ କମିଟି ପକ୍ଷରୁ କୁହାଯାଇଛି ଯେ, ପ୍ରଥମ ପର୍ଯ୍ୟାୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସଙ୍ଗେ ହୋଇପାରିବ । ଏହାପରେ 100 ଦିନ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟରେ ସ୍ଥାନୀୟ ପ୍ରତିନିଧି ସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, 2029ରେ ଏକକାଳୀନ ନିର୍ବାଚନ କରିବା ପାଇଁ କମିଟି ପରାମର୍ଶ ଦେବ । ଏହା ସହିତ ଜଡିତ ପ୍ରକ୍ରିୟାଗତ ଏବଂ ଯୁକ୍ତିଯୁକ୍ତ ପ୍ରସଙ୍ଗଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା କରିବେ । ତେବେ ନଗରପାଳିକା ଓ ପଞ୍ଚାୟତ ନିର୍ବାଚନ, ଲୋକସଭା ଓ ବିଧାନସଭା ନିର୍ବାଚନର ୧୦୦ଦିନ ମଧ୍ୟରେ ଅନୁଷ୍ଠିତ ହେବାକୁ ରିପୋର୍ଟରେ କୁହାଯାଇଛି ।

କହିରଖୁଛୁ କି, ଏକକ ନିର୍ବାଚନର ଅର୍ଥ ହେଉଛି ଦେଶର ସମସ୍ତ ନିର୍ବାଚନ ଗୋଟିଏ ସମୟରେ ହେବ । ପୂର୍ବରୁ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକାସଙ୍ଗେ ହେଇଥିଲେ ହେଁ ପରବର୍ତ୍ତୀ ସମୟରେ ଏହି ପରମ୍ପରାରେ ପରିବର୍ତ୍ତନ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details