ଓଡିଶା

odisha

ETV Bharat / bharat

ଗୁରୁବାରକୁ ଘୁଞ୍ଚିଲା ଶୁଣାଣି, ‘NTA’ର ଆବେଦନ ଉପରେ ଜାରି ହେଲା ନୋଟିସ - SC issues notice on NTA - SC ISSUES NOTICE ON NTA

NEET-UG 2024 Row: ଗୁରୁବାରକୁ ଘୁଞ୍ଚିଲା ଶୁଣାଣି । 18 ତାରିଖରେ ଶୁଣାଣି କରିବେ ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ । ଅଧିକ ପଢନ୍ତୁ

NEET-UG 2024 row: ଗୁରୁବାରକୁ ଘୁଞ୍ଚିଲା ଶୁଣାଣି, ଏନଟିଏର ଆବେଦନ ଉପରେ ଜାରି ହେଲା ନୋଟିସ
NEET-UG 2024 row: ଗୁରୁବାରକୁ ଘୁଞ୍ଚିଲା ଶୁଣାଣି, ଏନଟିଏର ଆବେଦନ ଉପରେ ଜାରି ହେଲା ନୋଟିସ (ETV Bharat Odisha)

By ETV Bharat Odisha Team

Published : Jul 15, 2024, 5:56 PM IST

ହାଇଦ୍ରାବାଦ: NEET ପେପର ଲିକ୍ ମାମଲାରେ ଆଜି ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାର ଥିଲା । ଆଜି ସେପରି କିଛି ରାୟ ପ୍ରକାଶ କରିନାହାନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଜୁଲାଇ 18 ତାରିଖରେ ପରୀକ୍ଷା ଅନିୟମିତତା ଏବଂ ପୁନଃପରୀକ୍ଷା ପାଇଁ ହୋଇଥିବା ଆବେଦନ ଶୁଣାଣି କରିବ । କେନ୍ଦ୍ର ଏବଂ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ)ର ସତ୍ୟପାଠ ଦାଖଲ ପରେ ଆଜି କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏକ ମୁଦ୍ଦା ଲଫାପାରେ ସୁପ୍ରିମକୋର୍ଟରେ ମାମଲାର ତଦନ୍ତ ରିପୋର୍ଟ ଦାଖଲ ମଧ୍ୟ କରିଛି ।

NEET-UG 2024 row: ଗୁରୁବାରକୁ ଘୁଞ୍ଚିଲା ଶୁଣାଣି, ଏନଟିଏର ଆବେଦନ ଉପରେ ଜାରି ହେଲା ନୋଟିସ (ETV Bharat Odisha)

ରିପୋର୍ଟ ସାର୍ବଜନୀନ ହୋଇନଥିଲେ ସୁଦ୍ଧା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସିବିଆଇ ଦାଖଲ ରିପୋର୍ଟରେ ଏହା ଦର୍ଶାଇଛି ଯେ, NEET ପରୀକ୍ଷାରେ ହୋଇଥିବା ଲିକ୍ କେବଳ ପରୀକ୍ଷା କେନ୍ଦ୍ର ମଧ୍ୟରେ ସୀମିତ ରହିଥିଲା । ଏହା ସୋସିଆଲ ମିଡିଆରେ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଲିକ୍ ହୋଇନାହିଁ । ପୂର୍ବରୁ ଏନଟିିଏ ମଧ୍ୟ ସମାନ ତଥ୍ୟ ସତ୍ୟପାଠ ଆଧାରରେ କୋର୍ଟଙ୍କୁ ଅବଗତ କରିଥିଲା । କୌଣସି ପରୀକ୍ଷା କେନ୍ଦ୍ରର ଷ୍ଟ୍ରଙ୍ଗରୁମର ତାଲା ଭଙ୍ଗାଯାଇନି କିମ୍ବା ପରୀକ୍ଷା ପ୍ରଶ୍ନପତ୍ରର କ୍ରମିକ ସଂଖ୍ୟାରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନି ବୋଲି ଏନଟିଏ କୋର୍ଟଙ୍କୁ କହିଥିଲା । ଆଜି ସମାନ କଥା ସିବିଆଇ ମଧ୍ୟ ମୁଦ୍ଦା ଲଫାପାରେ ରିପୋର୍ଟ ଦାଖଲ କରିଥିବା ସୂଚନା ରହିଛି । ଅନ୍ୟପଟେ ରାଜସ୍ଥାନ ହାଇକୋର୍ଟରେ ଜାରି ରହିଥିବା ଏହି ପ୍ରଶ୍ନପତ୍ର ଲିକ ସମ୍ପର୍କିତ ମାମଲାର ସ୍ଥାନାନ୍ତର ସର୍ବୋଚ୍ଚ କୋର୍ଟଙ୍କୁ କରିବା ପାଇଁ ଏନଟିଏ କରିଥିବା ମାମଲାରେ ମଧ୍ୟ କୋର୍ଟ ନୋଟିସ ଜାରି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ‘କୌଣସି ପ୍ରଶ୍ନପତ୍ର ହଜିନି କିମ୍ବା ତାଲା ଭାଙ୍ଗିନି’: ସୁପ୍ରିମକୋର୍ଟରେ NTAର ସତ୍ୟପାଠ, ଆଜି ଶୁଣାଣି - NTA submitted affidavit to sc

ଚଳିତବର୍ଷ ମେ’ ମାସ ୫ ତାରିଖରେ NEET ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ କେନ୍ଦ୍ରରେ ମୋଟ ୨୪ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଆବେଦନ ଫର୍ମରେ ପଞ୍ଜିକରଣ କରିବା ସହ ପ୍ରାୟ ସାଢେ ୨୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ଏହି ରେଜଲ୍ଟ ଜୁନ ୧୪ ତାରିଖରେ ଘୋଷଣା ହେବାକୁ ସ୍ଥିର କରାଯାଇଥିବା ବେଳେ ୪ ତାରିଖରେ ପରୀକ୍ଷା ଫଳାଫଳ ପ୍ରକାଶନକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ଫଳାଫଳରେ ୬୭ ଜଣ ପରୀକ୍ଷାର୍ଥୀ ଶୀର୍ଷ ସ୍ଥାନରେ ରହିବା ପରେ ବିବାଦ ଦେଖାଯିବା ସହ ସ୍ୱଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି ହୋଇଥିଲା । ଏହି ଘଟଣାର ତଦନ୍ତ ପାଇଁ ଏକ ‘ଏସଆଇଟି’ ଗଠନ କରିବା ଦାବିରେ ସର୍ବୋଚ୍ଚ କୋର୍ଟରେ ମାମଲା କରିଥିଲେ ବହୁ ପରୀକ୍ଷାର୍ଥୀ । ସେହିପରି କାଉନସିଲିଂ ପ୍ରକ୍ରିୟାକୁ ବନ୍ଦ ରଖିବା ପାଇଁ ମଧ୍ୟ ଆବେଦନରେ ଦାବି ହୋଇଥିଲା । ଗ୍ରେସ ମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସାନି ପରୀକ୍ଷା କରାଇ ଫଳ ମଧ୍ୟ ପ୍ରକାଶିତ ହୋଇସାରିଛି । ତଥାପି କାଉନସିଲିଂ ବନ୍ଦ ରଖାଯିବା ସହ ମାମଲା ସର୍ବୋଚ୍ଚ କୋର୍ଟରେ ବିଚାରାଧୀନ ରହିଛି । ପୁନଃ ପରୀକ୍ଷା ହେବକି ନାହିଁ, ତାହା ଆସନ୍ତା ଶୁଣାଣିରେ ସ୍ପଷ୍ଟ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details