ଓଡିଶା

odisha

ETV Bharat / bharat

ଭବ୍ୟ ମନ୍ଦିର, ଦିବ୍ୟ ମୂର୍ତ୍ତି: ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ମୋଦି - ସାଷ୍ଟାଙ୍ଗ ପ୍ରଣିପାତ କଲେ ମୋଦି

Modi Performs Dandavat Pranam: ଜନ୍ମମାଟିକୁ ଫେରିଲେ ମର୍ଯ୍ୟଦା ପୁରୁଷ ଶ୍ରୀରାମ । ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଅଯୋଧ୍ୟା ମାଟି । ରାମଲାଲାଙ୍କୁ ପ୍ରଥମେ ଆଳତି କରିବା ପରେ ଦଣ୍ଡବତ ପ୍ରମାଣ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

Modi Performs Dandavat Pranam
Modi Performs Dandavat Pranam

By ETV Bharat Odisha Team

Published : Jan 22, 2024, 2:23 PM IST

ଲକ୍ଷ୍ନୌ:ଅଲୌକିକ ଏବଂ ଐତିହାସିକ ମୁହୂର୍ତ୍ତ । ଶେଷ ହେଲା ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା । 500 ବର୍ଷର ଅପେକ୍ଷା ମାତ୍ର 84 ସେକେଣ୍ଡରେ ସଂପନ୍ନ । ଉତ୍ତରପ୍ରଦେଶ ଅଯୋଧ୍ୟାରେ ନବନିର୍ମିତ ରାମ ମନ୍ଦିରର ଉଦଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମ୍ପୂର୍ଣ୍ଣ ହୋଇଛି । ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଇଛନ୍ତି । ମୋଦିଙ୍କ ସହିତ ଆରଏସଏସ ମୁଖ୍ୟ ମୋହନ ଭାଗବତ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିଥିଲେ । ରାମଲାଲାଙ୍କ ହସହସ ମୁଖ ସାମ୍ନାକୁ ଆସିଥିବା ବେଳେ ପ୍ରତିମୂର୍ତ୍ତି ଦେଖିଲେ ମନେ ହେଉଛି ଶ୍ରୀରାମ ମଧ୍ୟ ସତେ ଯେମିତି ଖୁସି ହୋଇ ଖିଲିଖିଲି ହସୁଛନ୍ତି । ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଶେଷ ହେବା ପରେ ଦଣ୍ଡାୟମାନ ହୋଇ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ପ୍ରଧାନମନ୍ତ୍ରୀ ଭବ୍ୟ ରାମ ମନ୍ଦିରକୁ ଆସିବା ସମୟରେ ରାମଲାଲାଙ୍କ ପାଇଁ ଏକ ରୂପା ମୁକୁଟ ନେଇ ଆସିଥିଲେ ।

ପ୍ରାଣ ପ୍ରତିଷ୍ଠା ସମୟରେ ପୁଷ୍ପ ବର୍ଷା: ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଭବ୍ୟ ଆୟୋଜନ କରାଯାଇଥିଲା । ଦେଶ ବିଦେଶର ଅତିଥି ଯୋଗ ଦେଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡ଼ି କରାଯାଇଥିଲା । ସମଗ୍ର ଅଯୋଧ୍ୟା ରାମ ଧ୍ବନିରେ ପ୍ରକମ୍ପିତ ହେଉଥିବା ବେଳେ ହେଲିକପ୍ଟର ସାହାଯ୍ୟରେ ମନ୍ଦିରରେ ପୁଷ୍ପ ବର୍ଷା କରାଯାଇଥିଲା ।

ରାମଲାଲାଙ୍କ ପ୍ରଥମ ଝଲକ: ରାମଙ୍କ ହସହସ ମୁହଁ ଦେଖି ଭକ୍ତ ମଧ୍ୟ ବିଭୋର ହୋଇଛନ୍ତି । ସତେ ଯେମିତି ଜନ୍ମମାଟିକୁ ଫେରି ଖୁସି ହୋଇଛନ୍ତି ମର୍ଯ୍ୟଦା ପୁରୁଷ । କଳା ମୁଗୁନି ପଥରରେ ଖୋଦିତ ଏହି ଭବ୍ୟ ବିଗ୍ରହ ସମସ୍ତଙ୍କୁ ବିମୋହିତ କରୁଛି । ରାମଲାଲାଙ୍କ ଆଖିରୁ ପୋଟଳି ଫିଟାଇ କଜ୍ବଳ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ମଧ୍ୟ ପଢନ୍ତୁ: 500 ବର୍ଷ ପ୍ରତିକ୍ଷାର ଅନ୍ତ; ବିରାଜିଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ମାହେନ୍ଦ୍ର ବେଳାରେ ହେଲା ପ୍ରାଣ ପ୍ରତିଷ୍ଠା

ଦଣ୍ଡବତ ପ୍ରଣାମ କଲେ ପ୍ରଧାନମନ୍ତ୍ରୀ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ସାରା ବିଶ୍ବ ଉତ୍ସବ ମୁଖର ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସ୍ବତନ୍ତ୍ର ରୀତିନୀତି ପାଳନ କରୁଥିଲେ। 11 ଦିନ ଧରି ବ୍ରତ କରିଥିବା ବେଳେ ପଇଡ଼ ପାଣି ପିଇ ଚଟାଣରେ ଶୋଉଥିଲେ । ଆଜି ସକାଳୁ ସକାଳୁ ପାରମ୍ପରିକ ପୋଷାକ ପିନ୍ଧି ମନ୍ଦିରରେ ପହଞ୍ଚିବା ପରେ ମୁଖ୍ୟ ଯଜମାନ ଭାବେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିଲେ । ଏହାପରେ ରୀତିନୀତି ଅନୁସାରେ, ରାମଲାଲାଙ୍କ ଆଖିରୁ ପୋଟଳି ଫିଟାଇ କଜ୍ବଳ ଲଗାଇଛନ୍ତି । ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହେବା ପରେ ରାମଲାଲାଙ୍କୁ ଦଣ୍ଡବତ ପ୍ରଣାମ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ସାଧୁସନ୍ଥଙ୍କ ପାଦ ଛୁଇଁ ଆଶୀର୍ବାଦ ଗ୍ରହଣ କରିଛନ୍ତି । ସୁଚାରୁରୂପେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହେବା ପରେ ବେଶ୍ ଖୁସି ଅଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details