ଚେନ୍ନାଇ:ସର୍ଚ୍ଚ ଅପରେସନରେ ଡାଇରେକ୍ଟର ରେଭନ୍ୟୁ ଇଣ୍ଟେଲିଜେନସ ଜୋନାଲ ଟିମକୁ(DRI) ବଡ ସଫଳତା । ଚେନ୍ନାଇ ଏୟାରପୋର୍ଟରୁ 27 କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କରାଯାଇଛି । ବିମାନ ଯୋଗେ ସିଙ୍ଗାପୁରରୁ ଚେନ୍ନାଇ ସ୍ଥିତ ମିନାମ୍ବକାମ ଆନ୍ନା ଇଣ୍ଟରନ୍ୟସନାଲ ଏୟାରପୋର୍ଟ ଆସିଥିବା ଜଣେ ଯାତ୍ରୀଙ୍କ ଠାରୁ ଏହି ନିଶା ଦ୍ରବ୍ୟ ଜବତ କରିଛି ଡାଇରେକ୍ଟର ରେଭନ୍ୟୁ ଇଣ୍ଟେଲିଜେନସ ଜୋନାଲ ଟିମ । ସ୍କଟ ବିମାନରେ ଯାତ୍ରା କରିଥିଲା ଅଭିଯୁକ୍ତ ।
ଏହା ମଧ୍ୟ ପଢନ୍ତୁ: ବିମାନ ସିଟ ତଳୁ ଜବତ ହେଲା 6 କେଜିର ସୁନା, ବଜାର ମୂଲ୍ୟ ପ୍ରାୟ 3 କୋଟି
ବିମାନରେ ନିଶାଦ୍ରବ୍ୟ ଆଣୁଥିବା ନେଇ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା ଡିଆରଆଇ ଟିମ । ଏହି ଆଧାରରରେ ଚେନ୍ନାଇ ଏୟାରପୋର୍ଟରେ ତଦନ୍ତ ଆରମ୍ଭ କରାଯାଇଥିଲା । ତେବେ ତଦନ୍ତ ସମୟରେ ଇଣ୍ଡୋନେସିଆର 28 ବର୍ଷୀୟ ଯୁବକ ଏହମ୍ମଦ ଇଡ୍ରିସଙ୍କ ଠାରୁ 3 କିଲୋଗ୍ରାମର ଏକ ନିଶାଦ୍ରବ୍ୟ ପଦାର୍ଥ ମିଳିଥିଲା । ତେବେ ଡିଆରଆଇ ଟିମ୍ ଏହାକୁ ନିଶାଦ୍ରବ୍ୟ ବୋଲି ମନେ କରିଥିବା ବେଳେ ଯୁବକଜଣକ ଏହାକୁ ଗ୍ଲୁକୋଜ ପାଉଡର ବୋଲି ଦାବି କରିଥିଲେ । ଏହା ପରେ ପରୀକ୍ଷଣ ପାଇଁ ଏହାକୁ ଲ୍ୟାବକୁ ପଠାଯାଇଥିଲା । ତେବେ ପରୀକ୍ଷଣ ସମୟରେ ଏହା ଅତ୍ୟଧିକ ଶକ୍ତିଶାଳୀ କୋକେନ ବୋଲି ସ୍ପଷ୍ଟ କରାଯାଇଥିଲା । ତେବେ ଜବତ ଯୁବକଙ୍କୁ ଅଟକାଇ ରଖିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି ଡାଇରେକ୍ଟର ରେଭନ୍ୟୁ ଇଣ୍ଟେଲିଜେନସ ଜୋନାଲ ଟିମ ।