ଓଡିଶା

odisha

ମତଦାନ ପୂର୍ବରୁ ଭୋଟ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ, ଏସବୁ ବିଶିଷ୍ଟ ବ୍ୟକ୍ତି ବି ଦେଲେ ଭୋଟ - LOK SABHA ELECTION 2024

By ETV Bharat Odisha Team

Published : May 18, 2024, 5:01 PM IST

Home voting: ବୟସ୍କଙ୍କ ଲାଗି ମତଦାନ ପ୍ରକ୍ରିୟାକୁ ସହଜ କରିବା ପାଇଁ ଇସିଆଇ ହୋମ ଭୋଟିଂ ସୁବିଧା ଉପଲବ୍ଧ କରାଇଥିବା ବେଳେ ଭୋଟ ଦେଲେ ବିଶିଷ୍ଟ ବ୍ୟକ୍ତି । ଅଧିକ ପଢନ୍ତୁ

DELHI PARLIAMENTARY CONSTITUENCY
DELHI PARLIAMENTARY CONSTITUENCY (ETV Bharat Odisha)

ନୂଆଦିଲ୍ଲୀ:ଦିଲ୍ଲୀର 7ଟି ଲୋକସଭା ଆସନ ପାଇଁ ଆସନ୍ତା 25 ତାରିଖରେ ଅନୁଷ୍ଠିତ ହେବ ନିର୍ବାଚନ । ତେବେ ନିର୍ବାଚନର ମତଦାନ ପ୍ରକ୍ରିୟାରେ ସାଧାରଣ ଲୋକଙ୍କୁ ସାମିଲ କରିବା ପାଇଁ ଆୟୋଗ ନିରନ୍ତର ଉଦ୍ୟମ କରୁଛି । ଏହାରି ଭିତରେ ବରିଷ୍ଠ ନାଗରିକଙ୍କ ପାଇଁ ହୋମ୍ ଭୋଟିଂର ସୁବିଧା କରାଯାଇଛି । ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଆଜି ଭୋଟ ଦେଇଛନ୍ତି ବିଶିଷ୍ଟ ବ୍ୟକ୍ତି ।

ଆଜି ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, "ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ, ପୂର୍ବତନ ଉପରାଷ୍ଟ୍ରପତି ହମିଦ ଅଂଶାରୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ.ମୁରଲୀ ମନୋହର ଯୋଶୀ ନୂଆଦିଲ୍ଲୀ ସଂସଦୀୟ କ୍ଷେତ୍ରରୁ ଘରେ ରହି ଭୋଟ ଦେବାର ସୁବିଧା ପାଇଛନ୍ତି ।" ପ୍ରକାଶଥାଉକି ପୋଲ ପ୍ୟାନେଲ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, 85 ବର୍ଷରୁ ଅଧିକ ବୟସର ଭୋଟର ଏବଂ 40% ବେଞ୍ଚମାର୍କ ଅକ୍ଷମତା ଥିବା ଦିବ୍ୟାଙ୍ଗ (PwDs) ଗୃହ ଭୋଟ୍ ସୁବିଧା ପାଇପାରିବେ ।

ପ୍ରକାଶଥାଉକି, ଦିଲ୍ଲୀରେ 7ଟି ଲୋକସଭା ଆସନ ରହିଛି । ଚଳିତ ଥର ଆପ୍ ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଥିଲା । ଫଳରେ ଆପ୍ 4ଟି ଆସନରେ ଏବଂ କଂଗ୍ରେସ 3ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଛି । ଆସନ୍ତା 25 ତାରିଖରେ ଦିଲ୍ଲୀରେ ଷଷ୍ଠ ପର୍ଯ୍ୟାୟରେ ମତଦାନ ହେବ । 2019 ଲୋକସଭା ନିର୍ବାଚନରେ ​​ବିଜେପି ଦିଲ୍ଲୀର ସମସ୍ତ ସାତୋଟି ଆସନ ଜିତିଥିଲା । ସେହି ସମୟରେ ସମସ୍ତ ବିଜେପି ପ୍ରାର୍ଥୀ 50 ପ୍ରତିଶତରୁ ଅଧିକ ଭୋଟ୍ ପାଇଥିଲେ । ବିଜେପି 56 ପ୍ରତିଶତରୁ ଅଧିକ ଭୋଟ୍ ପାଇଥିଲା । ଅନ୍ୟପଟେ କଂଗ୍ରେସ 22.5 ପ୍ରତିଶତ ଭୋଟ୍ ପାଇଥିବା ବେଳେ ଆପ୍ 18.1 ପ୍ରତିଶତ ଭୋଟ୍ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଦିବ୍ୟାଙ୍ଗ-ବୟସ୍କଙ୍କ ଲାଗି ସହଜ ହେବ ମତଦାନ; ହୋମ ଭୋଟିଂ ଘୋଷଣା କଲେ ECI - Home Voting Facility

ମନମୋହନ ସିଂ: ରାଜ୍ୟସଭାରୁ ପ୍ରଧାନମନ୍ତ୍ରୀ ହୋଇଥିବା ତୃତୀୟ ରାଜନେତା ହେଉଛନ୍ତି ମନମୋହନ ସିଂ । କେନ୍ଦ୍ର ଅର୍ଥମନ୍ତ୍ରୀ ଭାବେ ଶପଥ ନେବାର 4 ମାସ ପରେ ସେ 1991 ମସିହା ଅକ୍ଟୋବରରେ ପ୍ରଥମ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ କ୍ରମାଗତ ଆସାମରୁ 5 ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । 2019ରେ ତାଙ୍କୁ କଂଗ୍ରେସ ରାଜସ୍ଥାନରୁ ମଧ୍ୟ ରାଜ୍ୟସଭାକୁ ନିର୍ବାଚିତ କରିଥିଲା । ଅଣନେହେରୁ-ଗାନ୍ଧୀ ପରିବାର ସଦସ୍ୟ ଭାବେ ଦୀର୍ଘ 10 ବର୍ଷ ଦେଶର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିବା ପ୍ରଥମ କଂଗ୍ରେସ ନେତା । କେବଳ ପ୍ରଧାନମନ୍ତ୍ରୀ ନୁହନ୍ତି ବରଂ ଏହା ପୂର୍ବରୁ ଜଣେ ସଫଳ ଅର୍ଥନୀତିଜ୍ଞ ଓ ଅର୍ଥମନ୍ତ୍ରୀ ଭାବେ ଦେଶର ଅର୍ଥବ୍ୟବସ୍ଥାରେ ତାଙ୍କର ପ୍ରମୁଖ ଭୂମିକା ମଧ୍ୟ ରହିଛି ।

MM Joshi (ETV Bharat Odisha)

ଡ.ମୁରଲୀ ମନୋହର ଯୋଶୀ:ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ପୂର୍ବତନ ସାଂସଦ ମୁରଲୀ ମନୋହର ଯୋଶୀଙ୍କ ଜନ୍ମ 1934 ମସିହା ଜାନୁଆରୀ 5 ତାରିଖରେ ହୋଇଥିଲା । ରାଜନୀତି, ସାଂସଦ ଓ ମନ୍ତ୍ରୀ ରୂପେ ନିଜ ଲମ୍ବା ଯାତ୍ରା ସମୟରେ ଆମ ଦେଶର ସେବାରେ ଯୋଶୀଙ୍କର ବଡ ଯୋଗଦାନ ରହିଥିଲା । ଯୋଶୀଙ୍କ ସହ ମୋଦି କାର୍ଯ୍ୟ କରିଥିବା ବେଳେ ସେ ନିଜକୁ ଧନ୍ୟ ମନେ କରୁଥିବା କଥା ମଧ୍ୟ କହିଥିଲେ ।

Hamid Ansari (ETV Bharat Odisha)

ମହମ୍ମଦ ହମିଦ ଅନସାରୀ:ମହମ୍ମଦଙ୍କରାଜନୀତିକ ଯାତ୍ରା ଲମ୍ବା ରହିଥିଲା । 1937 ଏପ୍ରିଲ 1 ତାରିଖରେ ଜନ୍ମ ହୋଇଥିବା ବେଳେ ସେ 1961 ମସିହାରେ ଆଇଏଫଏସରୋ ଯୋଗ ଦେଇଥିଲେ । ଏହାପରେ 12ତମ ଉପରାଷ୍ଟ୍ରପତି ଭାବେ ଦାୟିତ୍ବ ନେଇଥିଲେ । 2007ରୁ 2017 ଯାଏଁ ଉପରାଷ୍ଟ୍ରପତି ଭାବେ ଦାୟିତ୍ବ ତୁଲାଇଥିଲେ ।

ABOUT THE AUTHOR

...view details