ହାଇଦ୍ରାବାଦ:ରାତି ପାହିଲେ ଲୋକସଭା ନିର୍ବାଚନ । ଆସନ୍ତା 19 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ସମୁଦାୟ 7ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ପ୍ରଥମ ପର୍ଯ୍ୟାୟରେ 21ଟି ରାଜ୍ୟରେ 102ଟି ଆସନରେ ପଡିବ ଭୋଟ । ଭାରତରେ ପ୍ରାୟ 969 ମିଲିୟନ ଭୋଟର ଭୋଟ ଦେବେ । ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନରଙ୍କ ପକ୍ଷରୁ ପେପର ବାଲାଟକୁ ଉଠାଯାଇ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବ୍ୟବହାର କରାଯାଉଛି । ତେବେ ଇଭିଏମକୁ ନେଇ ନୂଆ ଭୋଟରଙ୍କ ମନରେ ଅନେକ ପ୍ରଶ୍ନ ଉଠେ । ଯଦି ଇଭିଏମରେ ଭୋଟ ଦେବା ସମୟରେ ତ୍ରୁଟି ହୁଏ ତେବେ କଣ କରିବା ଉଚିତ ? ଏଭଳି ପରିସ୍ଥିତି ପାଇଁ ଭାରତ ନିର୍ବାଚନ ଆୟୋଗ (ECI) ର ଏକ ବ୍ୟାକଅପ ପ୍ଲାନ ରହିଛି ।
ଇଭିଏମ କଣ: ଭୋଟ୍ ରେକର୍ଡିଂ ପାଇଁ ଏକ ଇଭିଏମ୍ ହେଉଛି ଏକ ଇଲେକ୍ଟ୍ରୋନିକ୍ ଉପକରଣ । ଏହାର ଦୁଇଟି ୟୁନିଟ ରହିଛି । କଣ୍ଟ୍ରୋଲ୍ ୟୁନିଟ୍ (CU) ଏବଂ ବାଲାଟ ୟୁନିଟ(BU) । କଣ୍ଟ୍ରୋଲ୍ ୟୁନିଟ୍ ପ୍ରିଜାଇଡିଂ ଅଫିସର କିମ୍ବା ମତଦାନ ଅଧିକାରୀଙ୍କ ନିକଟରେ ରଖାଯାଇଥାଏ ଏବଂ ଭୋଟିଂ ୟୁନିଟ୍ ମତଦାନ ବୁଥ ଭିତରେ ରଖାଯାଇଥାଏ । ଭୋଟ ପାଇଁ ପୂର୍ବରୁ ବାଲାଟ ପେପର ବ୍ୟବହାର ହେଉଥିବା ବେଳେ ବର୍ତ୍ତମାନ ଇଭିଏମ ମେସିନ ବ୍ୟବହାର ହେଉଛି । ଏହା ସହିତ ଭୋଟରମାନେ ପ୍ରାର୍ଥୀ ଏବଂ ସେମାନଙ୍କ ପସନ୍ଦର ପ୍ରତୀକ ସାମ୍ନାରେ ଥିବା ଭୋଟିଂ ୟୁନିଟ୍ ଉପରେ ବଟନ୍ ଦବାଇ ଭୋଟ୍ ଦେବାକୁ ସମର୍ଥ ହେବେ ।
ଇଭିଏମ ଆକ୍ଟିଭ ରହିବା ପାଇଁ ବିଜୁଳିର ଆବଶ୍ୟକତା ରହିଛି କି?:ଇଭିଏମ୍ ପାଇଁ ବିଦ୍ୟୁତର ଆବଶ୍ୟକତା ନାହିଁ । ଭରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍, ବାଙ୍ଗାଲୋର ଏବଂ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍, ହାଇଦ୍ରାବାଦ ଦ୍ୱାରା ଯୋଗାଇ ଦିଆଯାଇଥିବା ସରଳ 7.5 ଭୋଲ୍ଟ ଆକାଲାଇନ ପାଓ୍ବାର ପ୍ୟାକ ଦ୍ବାରା ପରିଚାଳିତ ହୋଇଥାଏ । ତେଣୁ ବିଦ୍ୟୁତ ସଂଯୋଗ ବିନା ଏହା ଚାଲିପାରିବ ।
ଏହା ମଧ୍ୟ ପଢନ୍ତୁ: ପ୍ରଥମ ପର୍ଯ୍ୟାୟ ଲୋକସଭା ଭୋଟ: ଥମିଲା ପ୍ରଚାର, ନେତାଙ୍କ ଛାତି ଧଡଧଡ - LOK SABHA ELECTIONs 2024
ଯଦି ଇଭିଏମ ମେସିନ ଖରାପ ହୁଏ ତେବେ କଣ ହେବ?:ମତଦାନ ଦିନ ଜୋନାଲ, ଏରିଆ ଏବଂ ସେକ୍ଟର ମାଜିଷ୍ଟ୍ରେଟ ଇଭିଏମ ରହିଥିବା କ୍ଷେତ୍ରରେ ପାଟ୍ରୋଲିଂ ଜାରି ରଖିଥାନ୍ତି । ଯଦି ଗୋଟିଏ ମତଦାନ କେନ୍ଦ୍ରର ଇଭିଏମ ମେସିନ ଖରାପ ହୋଇଯାଏ ତାହେଲେ ଆଉ ଗୋଟିଏ ପରିବର୍ତ୍ତନ କରାଯାଇଥାଏ । ତେବେ ଖରାପ ପୂର୍ବରୁ ଭୋଟରମାନେ ଦେଇଥିବା ମତଦାନ କଣ୍ଟ୍ରୋଲ ୟୁନିଟରେ ସୁରକ୍ଷିତ ହୋଇ ରହିଥାଏ । ତେବେ ଇଭିଏମ ମେମୋରୀକୁ ନେଇ ଭୋଟ କାଉଣ୍ଟ କରାଯାଇ ପାରିବ । ଏହାକୁ ପୁର୍ନବାର ଆରମ୍ଭ କରିବା ଉଚିତ ନୁହେଁ । ଗଣତି ଦିନ ଉଭୟ ବାଲାଟର ଭୋଟ ଗଣନା ହୋଇପାରିବ । ନିର୍ବାଚନ ଆୟଗର ସୂଚନା ଅନୁସାରେ, ଯଦି କୌଣସି ମତଦାନ କେନ୍ଦ୍ରରେ BU କିମ୍ବା CU ଖରାପ ହୋଇଯାଏ, ତେବେ ଏଜେଣ୍ଟମାନଙ୍କ ଉପସ୍ଥିତିରେ BU, CU ଏବଂ VVPAT ର ସମ୍ପୂର୍ଣ୍ଣ ସେଟ୍ ଏକ ନୂଆ ସେଟରେ ପରିବର୍ତ୍ତନ କରାଯାଇଥାଏ । ରେକର୍ଡ ହୋଇଥିବା ଭୋଟ୍ ଗୁଡିକ ଇଭିଏମ୍ ତ୍ରୁଟି ନହେବା ପର୍ଯ୍ୟନ୍ତ ଭୋଟ୍ କଣ୍ଟ୍ରୋଲ୍ ୟୁନିଟ୍ ଏବଂ VVPAT ବାଲାଟ୍ ସ୍ଲିପ୍ କମ୍ପାର୍ଟମେଣ୍ଟର ରେକର୍ଡ ହୋଇ ରହିଥାଏ । ଯଦି କେବଳ ଗୋଟିଏ VVPAT ତ୍ରୁଟି ଦେଖାଯାଏ, ତାହେଲେ CU ରେ ରେକର୍ଡ ହୋଇଥିବା ଭୋଟ୍ ମେମୋରିରେ ରେକର୍ଡ ରହିଥାଏ । ଗଣନା ଦିନ ମତଦାନ କେନ୍ଦ୍ରରେ ବ୍ୟବହୃତ ସମସ୍ତ ଇଭିଏମରେ ରେକର୍ଡ ହୋଇଥିବା ଭୋଟ୍ ସେହି ମତଦାନ କେନ୍ଦ୍ରର ମୋଟ ଫଳାଫଳ ଦେବାକୁ ଗଣନା କରାଯାଏ । ଯଦି ଣ୍ଟ୍ରୋଲ୍ ୟୁନିଟ୍ ଗୁଡିକରେ ରେକର୍ଡ ହୋଇଥିବା ଭୋଟ୍ ଚିହ୍ନଟ ହୋଇପାରିବ ନାହିଁ ତେବେ ଫଳାଫଳ ପାଇବା ପାଇଁ ସମ୍ପୃକ୍ତ କଣ୍ଟ୍ରୋଲ୍ ୟୁନିଟ୍ ଗୁଡିକର VVPAT ସ୍ଲିପ୍ ଗଣନା କରାଯାଇଥାଏ ।
ଭୋଟର ଭେରିଏବଲ ପେପର ଅଡିଟ ଟ୍ରାଏଲ(VVPAT) କଣ?:ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (VVPAT) ହେଉଛି ଏକ ସ୍ବତନ୍ତ୍ର ବ୍ୟବସ୍ଥା ଯାହା ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ସହିତ ସଂଲଗ୍ନ ହୋଇଛି । ଏଥିରେ ମତଦାନା ଦେଇଥିବା ଭୋଟକୁ ଯାଞ୍ଚ କରିପାରିବେ । ଯେତେବେଳେ ଭୋଟ୍ ଦିଆଯାଏ, ପ୍ରାର୍ଥୀଙ୍କର କ୍ରମିକ ସଂଖ୍ୟା, ନାମ ଏବଂ ପ୍ରତୀକ ଧାରଣ କରିଥିବା ଏକ ସ୍ଲିପ୍ ପ୍ରିଣ୍ଟ୍ ହୁଏ ଏବଂ 7 ସେକେଣ୍ଡ ପାଇଁ ଏକ ଦୃଶ୍ୟମାନ ହୋଇଥାଏ ।
ଯଦି ଇଭିଏମରେ ଭୁଲ ବଟମ ଦବାନ୍ତି ତେବେ କଣ କରିବେ:ଯଦି ଜଣେ ଭୋଟ ଦେବା ପାଇଁ ଯୋଗ୍ୟ ହୁଅନ୍ତି, ତେବେ ନିର୍ବାଚନ କମିଶନରଙ୍କ ଦ୍ବାରା ଭୋଟର ସ୍ଲିପ ଜାରି କରାଯାଇଥାଏ । ଫଟୋ ସହିତ ଭଟୋର ସ୍ଲିପରେ ତାଙ୍କ ନାମ ରହିଥାଏ । ଯେତେବେଳେ ଭୋଟର ଇଭିଏମ୍ ଉପରେ ସଂପୃକ୍ତ ବଟନ୍ ଦବାଇ ଜଣେ ପ୍ରାର୍ଥୀ ଚୟନ କରନ୍ତି, ସେହି ସମୟରେ ନାଲି ରଙ୍ଗର ଲାଇଟ ଲାଗିଥାଏ ଏବଂ ବିପ୍ ଭୋଟ ନିଶ୍ଚିତ କରିଥାଏ । ଥରେ ଇଭିଏମ୍ ଉପରେ ଏକ ବଟନ୍ ଦବାଇଲେ, ମେସିନ୍ ସେହି ପ୍ରାର୍ଥୀ ପାଇଁ ନିର୍ଦ୍ଦିଷ୍ଟ ଭାବରେ ଭୋଟ୍ ରେକର୍ଡ କରେ । ଯଦି ଭୋଟରଙ୍କ ଦ୍ବାରା କୌଣସି ଭୁଲ ହୋଇଯାଏ, ତେବେ ଏହାକୁ ସଂଶୋଧନ କରାଯାଇପାରିବ । ପ୍ରିଜାଇଡିଂ ଅଫିସର ଏକ ନିର୍ଦ୍ଦିଷ୍ଟ ବଟନ୍ ଦବାଇ ବାଲାଟ ପେପର ଜାରି କରିପାରିବେ । ନିର୍ବାଚନ ନିୟମ, 1961ର ନିୟମ 49MA ଅନୁଯାୟୀ, ଯଦି ଜଣେ ଭୋଟର ଭୁଲ ଦାବି କରନ୍ତି, ତେବେ ପ୍ରିଜାଇଡିଂ ଅଫିସର ଏକ ଲିଖିତ ଘୋଷଣା ପାଇପାରନ୍ତି । ଯଦି ଭୋଟରଙ୍କ ଦାବି ବୈଧ, ସେମାନେ ମୁଦ୍ରିତ କାଗଜ ସ୍ଲିପକୁ ଦେଖି ମେସିନରେ ଏକ ପରୀକ୍ଷଣ ଭୋଟ୍ ରେକର୍ଡ କରିପାରିବେ । ଯଦି ଏହି ଦାବି ସତ୍ୟ ପ୍ରମାଣିତ ହୁଏ, ତେବେ ପ୍ରିଜାଇଡିଂ ଅଫିସର ତୁରନ୍ତ ରିଟର୍ଣ୍ଣିଂ ଅଫିସରଙ୍କୁ ରିପୋର୍ଟ କରିବା ଉଚିତ । ସେହି ମେସିନରେ ଅଧିକ ଭୋଟ୍ ବନ୍ଦ କରିବା ଏବଂ ରିଟର୍ଣ୍ଣିଂ ଅଫିସରଙ୍କ ନିର୍ଦ୍ଦେଶ ପାଳନ କରିବା ଉଚିତ୍ ।