ହାଇଦ୍ରାବାଦ:ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ତେବେ ଏନଡିଏ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ସହିତ ସରକାର ଗଠନ କରିବ । କିନ୍ତୁ ଅନ୍ୟପଟେ ଜୁନ 4 ତାରିଖରେ ଭାଜପାର ବିଦାୟୀ ବୋଲି ବିରୋଧୀ ଦଳ ଦାବି କରୁଛନ୍ତି । ତେବେ ଜାତୀୟ ଖବର ସରବରାହ ସଂସ୍ଥା ‘ANI’କୁ ସାକ୍ଷାତକାରରେ ଶାହଙ୍କୁ ପଚରା ଯାଇଥିଲା ଯଦି ଭାଜପା ଚଳିତ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିନପାରେ ତେବେ ପ୍ଲାନ ବି କିଛି ରହିଛି କି? ଏହାର ଉତ୍ତର ଦେଇ ଶାହ କହିଛନ୍ତି, "ପ୍ଲାନ ଏର ସଫଳ ହେବାର ସମ୍ଭବନା 60 ପ୍ରତିଶତରୁ କମ୍ ହେଲେ ପ୍ଲାନ ବି ତିଆରି କରାଯାଇଥାଏ । କିନ୍ତୁ ଆମର ଆତ୍ମ ବିଶ୍ବାସ ରହିଛି ପ୍ରଧାନମନ୍ତ୍ରୀ ଅଧିକ ସଂଖ୍ୟା ଗରିଷ୍ଠତା ସହିତ କ୍ଷମତା ପାଇବେ ।"
ବହୁମତ ନମିଳିଲେ କଣ ରହିଛି ବିଜେପିର ପ୍ଲାନ-B ? ଏହା କହିଲେ ଶାହ - Amit Shah On BJP Plan B - AMIT SHAH ON BJP PLAN B
Amit Shah On BJP Plan-B: ଚଳିତ ଲୋକସଭା ନିର୍ବାଚନରେ 400 ପାର୍ ନାରା ଦେଉଛି ଭାଜପା । ଯଦି ବହୁମତ ହାସଲ କରିନପାରେ ତେବେ କଣ ରହିଛି ବିଜେପିର ପ୍ଲାନ ବି? କଣ କହୁଛନ୍ତି ଶାହ ଦେଖନ୍ତୁ
Published : May 17, 2024, 12:46 PM IST
|Updated : May 17, 2024, 1:14 PM IST
60 କୋଟି ଲାଭାର୍ଥୀ ମୋଦିଙ୍କ ସହିତ ଅଛନ୍ତି: ଅମିତ ଶାହଙ୍କୁ ପଚରା ଯାଇଥିଲା, ଯଦି ବିଜେପି ଜୁନ 4 ତାରିଖରେ 272 ଅଙ୍କରେ ମଧ୍ୟ ପହଞ୍ଚି ନପାରେ ତେବେ କଣ କରିବ? ଏହାର ଉତ୍ତର ଦେଇ ଶାହ କହିଛନ୍ତି, "ମଁ ସେଭଳି କୌଣସି ସମ୍ଭାବନା ଦେଖୁନାହିଁ । 60 କୋଟି ହିତାଧିକାରୀଙ୍କ ଏକ ଶକ୍ତିଶାଳୀ ସେନା ପିଏମ ମୋଦିଙ୍କ ସହ ରହିଛନ୍ତି । ସେମାନଙ୍କର କୌଣସି ଜାତି କିମ୍ବା ବୟସ ବର୍ଗ ନାହିଁ । ଯେଉଁମାନେ ସରକାରୀ ଯୋଜନାରେ ଉପକୃତ ହୋଇଛନ୍ତି ସେମାନେ ଜାଣନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର କଣ ଏବଂ କାହିଁକି 400 କାହିଁକି ଦେବା ଉଚିତ ?"
ଧାରା 370 ଉପରେ ଶାହଙ୍କ ରାୟ:ସରକାରଙ୍କ ସଫଳତା ବିଷୟରେ ଆଲୋଚନା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, "ଯେଉଁମାନେ ଧାରା 370 ଉପରେ ପ୍ରଶ୍ନ ଉଠାନ୍ତି ମୁଁ ସେମାନଙ୍କୁ କହିବାକୁ ଚାହେଁ, କାଶ୍ମୀରରେ ଭୋଟ୍ ପ୍ରତିଶତ 40 ପ୍ରତିଶତ ଅତିକ୍ରମ କରିଛି ଏବଂ ଧାରା 370 ଉଚ୍ଛେଦ ପରେ ଆଉ ସବୁଠାରୁ ବଡ ସଫଳତା କଣ ହୋଇପାରେ ? ସମସ୍ତ ମୌଳିକବାଦୀ ଗୋଷ୍ଠୀ ଏବଂ ନେତାମାନେ ମତଦାନ କରୁଛନ୍ତି । ସେମାନେ ଗଣତାନ୍ତ୍ରିକ ପ୍ରକ୍ରିୟାର ଏକ ଅଂଶ ହୋଇପାରିଛନ୍ତି । ପୂର୍ବରୁ କାଶ୍ମୀରରେ ନିର୍ବାଚନ ପ୍ରତ୍ୟାହାର ନେଇ ନାରା ଦିଆଯାଉଥିଲା । କିନ୍ତୁ ଆଜି ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ହେଉଛି । ବିରୋଧୀ ଦଳକୁ ଟାର୍ଗେଟ କରି ଅମିତ ଶାହ କହିଛନ୍ତି, "ଇଣ୍ଡିଆ ମେଣ୍ଟର ସମସ୍ତଙ୍କର ଚରିତ୍ର ସମାନ । ସେଥିପାଇଁ ସେମାନେ ଏକାଠି ହୋଇଛନ୍ତି । ଏହି ସମସ୍ତ ଦଳ ରାଜବଂଶ ରାଜନୀତି ଉପରେ ଆଧାରିତ । ସମସ୍ତେ ଧାରା 370 ପୁନଃ ଲାଗୁ କରିବା ନେଇ ବାର୍ତ୍ତାଳପ କରନ୍ତି । ଏହାସହ ଟ୍ରିପଲ ତଲାକ ଫେରାଇବାକୁ ଚାହାନ୍ତି । ହି ସମସ୍ତ ଦଳ ୟୁନିଫର୍ମ ସିଭିଲ୍ କୋଡ୍ ଏବଂ CAA କୁ ବିରୋଧ କରନ୍ତି । ସେମାନେ ସମସ୍ତେ ଦୁର୍ନିତୀରେ ବୁଡି ରହିଛନ୍ତି ।