ଓଡିଶା

odisha

ETV Bharat / bharat

ଦେଶର 4 ବିମାନ ବନ୍ଦରରେ ଖଞ୍ଜାଯାଇଛି ବୋମା, ଧମକପୂର୍ଣ୍ଣ ମେଲ ପରେ ଖେଳିଗଲା ଆତଙ୍କ - Kolkata Airport - KOLKATA AIRPORT

Kolkata Airports Receive Bomb Threats: ଦେଶରେ 4 ବିମାନ ବନ୍ଦରକୁ ବୋମାରେ ଉଡାଇବାକୁ ଧମକ । ସର୍ଚ୍ଚ ଅପରେସନ ପରେ ମିଳିଲାନି ବିସ୍ଫୋରକ ସାମଗ୍ରୀ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Apr 27, 2024, 11:22 AM IST

କୋଲାକାତା:ଦେଶର 4 ବିମାନ ବନ୍ଦରକୁ ବୋମାରେ ଉଡାଇବାକୁ ଧମକ । କୋଲକାତା ସମେତ ଅନ୍ୟ 3ଟି ବିମାନ ବନ୍ଦରରେ ବମ ରଖାଯାଇଥିବା ଏକ ଇମେଲ ଆସିଛି। ଗତକାଲି (ଶୁକ୍ରବାର) ଏହି ମେଲ ଆସିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ସର୍ଚ୍ଚ ସମୟରେ କୌଣସି ବିସ୍ଫୋରକ ସାମଗ୍ରୀ ଜବତ ହୋଇନଥିବାରୁ ଏହା ଏକ ମିଛ ଧମକ ବୋଲି କହିଛନ୍ତି ସିଆଇଏସଏଫର ବରିଷ୍ଠ ଅଧିକାରୀ । କୋଲକାତା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଶୁକ୍ରବାର ଦିନ ବମ୍ ଧମକ ନେଇ ମେଲ ଆସିଥିଲା । ଦିନ 12:55 ରେ ବୋମା ବିସ୍ଫୋରଣ ହେବାର ଧମକ ଆସିଥିଲା ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ବିମାନବନ୍ଦରକୁ ପରମାଣୁ ବୋମାରେ ଉଡାଇବାକୁ ଧମକ, 2 ଗିରଫ - Indira Gandhi airport Bomb threat

ଶୁକ୍ରବାର ଦିନ ପ୍ରାୟ 11.40 ସମୟରେ କୋଲକାତା ବିମାନବନ୍ଦରର କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ମେଲ ଆସିଥିଲା। ଯେଉଁଥିରେ ଉଲ୍ଲେଖ ରହିଥିଲା କୋଲକାତା ଏୟାର ପୋର୍ଟ ସମତେ ଅନ୍ୟ 3ଟି ଏୟାରପୋର୍ଟରେ ବୋମା ରଖାଯାଇଛି । ଏହି ଖବର ପାଇବା ପରେ ନେତାଜୀ ସୁବାସ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର (NSCBIA) ର ସୁରକ୍ଷା ଏଜେନ୍ସି ଅନୁସନ୍ଧାନ ଆରମ୍ଭ କରିଥିଲେ । କିନ୍ତୁ କୌଣସି ବିସ୍ଫୋରକ ସାମଗ୍ରୀ ବିମାନବନ୍ଦରରୁ ନମିଳିବାରୁ ଏହା ଏକ ମିଛ ଧମକ ବୋଲି କହିଛନ୍ତି ପୋଲିସର ଡେପୁଟି କମିଶନର ଅଶ୍ୱର୍ଯ୍ୟା ସାଗର । ଧମକପୂର୍ଣ୍ଣ ଇମେଲ କିଏ ପଠାଇଛି ତାହା ଜାଣିବାକୁ ଚେଷ୍ଟା ଜାରି ରଖିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ, ସିଏସ୍ଏଫ୍ ଏବଂ ବିଧାନନଗର ପୋଲିସ । ବୋମା ଥିବା ବିମାନବନ୍ଦର ମଧ୍ୟରେ ଗୋଟିଏ କୋଲକାତା ହୋଇଥିବା ବେଳେ ଅନ୍ୟ ତିନୋଟି ଜଣାପଡିନାହିଁ । ଅଧିକ ପଢନ୍ତୁ

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ଯାଉଥିବା ସ୍ପାଇସଜେଟ ବିମାନରେ ବୋମା ଆତଙ୍କ

ବିମାନବନ୍ଦରକୁ ଧମକ ମିଳିବା କଥା ନୂଆ ନୁହଁ, ଏହା ପୂର୍ବରୁ ଏପ୍ରିଲ 5 ତାରିଖରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପରମାଣୁ ବୋମା ବିସ୍ଫୋରଣରେ ଉଡାଇବାକୁ ଧମକ ମିଳିଥିଲା । ଏହାପରେ ଏୟାରପୋର୍ଟରେ ଆତଙ୍କ ଖେଳିଯାଇଥିଲା । ଏୟାରପୋର୍ଟରେ ଯାତ୍ରୀଙ୍କୁ ଯାଞ୍ଚ ସମୟରେ 2 ଜଣ ଯାତ୍ରୀ ଏହି ଧମକ ଦେଇଥିଲେ । ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଦଫା 182/ 505 (1)B ଆଧାରରେ ଏତଲା ଦାୟର କରି ଗିରଫ କରିଥିଲା । ଗିରଫ 2 ଯାତ୍ରୀ ହେଉଛନ୍ତି ଗୁଜରାଟ ରାଜ୍ୟର ରାଜକୋଟ ବାସିନ୍ଦା ଜିଗ୍ନେଶ ମଲାନୀ ଓ କଶ୍ୟପ କୁମାର ଲାଲନି ।

ABOUT THE AUTHOR

...view details