ଓଡିଶା

odisha

ETV Bharat / bharat

ଋଷ ସେନାରେ ୟୁକ୍ରେନ ବିରୋଧରେ ଲଢୁଛନ୍ତି କାଶ୍ମୀର ଯୁବକ, ଫେରାଇ ଆଣିବାକୁ ସରକାରକୁ ପରିବାରର ନିବେଦନ - indian in Russian army

Kashmiri man fighting Russian war: ଋଷ ସେନାରେ ୟୁକ୍ରେନ ବିରୋଧରେ ଲଢୁଛନ୍ତି କାଶ୍ମୀର ଯୁବକ । ଦୁବାଇ ପଠାଇବାକୁ କହିଥିଲା ଏଜେଣ୍ଟ । ଫେରାଇ ଆଣିବାକୁ ସରକାରକୁ ନିବେଦନ କଲେ ପରିବାର ସଦସ୍ୟ । ଅଧିକ ପଢନ୍ତୁ

ଋଷ ସେନାରେ ୟୁକ୍ରେନ ବିରୋଧରେ ଲଢୁଛନ୍ତି କାଶ୍ମୀର ଯୁବକ, ଫେରାଇ ଆଣିବାକୁ ସରକାରକୁ ପରିବାରର ନିବେଦନ
ଋଷ ସେନାରେ ୟୁକ୍ରେନ ବିରୋଧରେ ଲଢୁଛନ୍ତି କାଶ୍ମୀର ଯୁବକ, ଫେରାଇ ଆଣିବାକୁ ସରକାରକୁ ପରିବାରର ନିବେଦନ

By ETV Bharat Odisha Team

Published : Feb 27, 2024, 4:49 PM IST

ଶ୍ରୀନଗର:ଋଷ ସେନାରେ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢୁଛନ୍ତି ଜଣେ କାଶ୍ମୀର ଯୁବକ । ଏହି ଯୁବକଙ୍କ ନାମ ଆଜାଦ ୟୁସୁଫ କୁମାର ଓ ସେ ପୁଲଓ୍ବାମା ଜିଲ୍ଲାର ବାସିନ୍ଦା । ସେ ଏବେ ଋଷ ସେନାରେ ଜଣେ ସୈନିକ ଭାବେ ୟୁକ୍ରେନ ସୀମାରେ ଯୁଦ୍ଧ ଲଢୁଛନ୍ତି । ତାଙ୍କ ସହ ଅନ୍ୟ କିଛି ଦେଶର ନାଗରିକ ମଧ୍ୟ ଋଷରେ ସୈନିକ ଭାବେ ଯୁଦ୍ଧ ଲଢୁଛନ୍ତି । ଏହି ବିଦେଶୀ ନାଗରିକମାନଙ୍କ ଉଭୟ ଋଷ ଓ ୟୁକ୍ରେନ ସହ କିମ୍ବା ଉଭୟ ଦେଶରେ ଦ୍ବନ୍ଦ୍ବରେ କୌଣସି ସମ୍ପର୍କ ନଥିବା ବେଳେ ଏମାନେ ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଉଛନ୍ତି । କାଶ୍ମୀର ଯୁବକ ଆଜାଦ ୟୁସୁଫଙ୍କ ପରିବାର ଏହି ଖବର ପାଇବା ପରେ ଭାଙ୍ଗି ପଡିଛନ୍ତି । ମୁମ୍ବାଇର ଜଣେ ଏଜେଣ୍ଟ ମାଧ୍ୟମରେ ପୁଅକୁ ଷଡଯନ୍ତ୍ର କରି ଋଷ ପଠାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଆଜାଦ ୟୁସୁଫକୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣିବା ପାଇଁ ସେମାନେ ଭାରତ ସରକାରକୁ ନିବେଦନ ମଧ୍ୟ କରିଛନ୍ତି ।

ପୁଲଓ୍ବାମାର ଏହି 31 ବର୍ଷୀୟ ଯୁବକ ୟୁସୁଫ ବିବାହିତ ଓ ତାଙ୍କର 4 ମାସର ଏକ ସନ୍ତାନ ମଧ୍ୟ ରହିଛି । ପରିବାର ସଦସ୍ୟଙ୍କ ସୂଚନା ଅନୁସାରେ, ମୁମ୍ବାଇର ଜଣେ ଦଲାଲଙ୍କ ଜରିଆରେ ସେ ଗତବର୍ଷ ଡେସେମ୍ବରରେ ଦୁବାଇରେ କାମ କରିବାକୁ ଯାଇଥିଲେ । ଭାରତୀୟଙ୍କୁ ବିଦେଶରେ ନିଯୁକ୍ତି ଯୋଗାଇବା କାମ କରୁଥିବା ଏହି ଫୈଜଲ ଖାନ ନାମକ ଏହି ଏଜେଣ୍ଟ ‘ବାବା ବ୍ଲଗ’ ନାମରେ ଏକ ୟୁଟ୍ଯୁବ ଚ୍ୟାନେଲ ମଧ୍ୟ ଖୋଲିଥିଲା । ଇଣ୍ଟରନେଟରେ ଏହି ଭିଡିଓ ଦେଖି ୟୁସୁଫ କାମ ପାଇଁ ବିଦେଶ ଯିବାକୁ ସମ୍ପୃକ୍ତ ଏଜେଣ୍ଟଙ୍କ ସହ ଯୋଗାଯୋଗ କରିଥିଲେ । ଏହା ପରେ ତାଙ୍କୁ ଦୁବାଇ ପଠାଇବାକୁ ଏଜେଣ୍ଟ ଫୈଜଲ ପ୍ରକ୍ରିୟା ଆରମ୍ଭ କରିଥିଲା । ଗତବର୍ଷ ଡିସେମ୍ବର 14 ତାରିଖରେ ୟୁସୁଫ ଦୁବାଇର ଏକ କମ୍ପାନୀରେ କାମ କରିବା ପାଇଁ ବାହାରିଥିଲେ । ହେଲେ ସେ ପରେ ଋଷରେ ପହଞ୍ଚିଥିବା ଜଣାପଡିଥିଲା । ପରେ ତାଙ୍କୁ ସେଠାରୁ ନିଆଯାଇ ସେନାରେ ଭର୍ତ୍ତି କରାଯାଇଥିଲା ଏବଂ ଯୁଦ୍ଧ ଲଢିବା ପାଇଁ ୟୁକ୍ରେନ ସୀମାକୁ ପଠାଇ ଦିଆଯାଇଥିଲା ।

ୟୁସୁଫର ଭାଇ ସାଜାଦ ଅହମ୍ମଦଙ୍କ ସୂଚନା ଅନୁସାରେ, ୟୁସୁଫ ଋଷ ନୁହେଁ ବରଂ ଦୁବାଇର ଏକ କମ୍ପାନୀରେ କାମ କରିବା ପାଇଁ ବାହାରିଥିଲେ । ହେଲେ ପରେ ସେ ଋଷରେ ପହଞ୍ଚିଥିବା ଜଣାପଡିଛି । ୟୁସୁଫଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଋଷ ସେନାରେ ଅନ୍ୟ କିଛି ଦେଶର ନାଗରିକ ମଧ୍ୟ ସୈନିକ ଭାବେ କାର୍ଯ୍ୟରତ ଅଛନ୍ତି । ସେମାନଙ୍କୁ ବଳପୂର୍ବକ ରଖାଯାଇଛି । ପରିବାର ସଦସ୍ୟ ଏନେଇ ଭାଙ୍ଗି ପଡିଛନ୍ତି । ଭାରତ ସରକାର ୟୁସୁଫଙ୍କୁ ଫେରାଇ ଆଣନ୍ତୁ ବୋଲି ସେମାନେ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ ମଧ୍ୟ କରିଛନ୍ତି । ସ୍ଥାନୀୟ ପୁଲଓ୍ବାମା ଜିଲ୍ଲା ଓ ପୋଲିସ ପ୍ରଶାସନ ୟୁସୁଫଙ୍କ ପରିବାର ସଦସ୍ୟଙ୍କୁ ଭେଟି ତଥ୍ୟ ସଂଗ୍ରହ କରିଛନ୍ତି । ତେବେ ୟୁସୁଫ ଋଷ ଯାତ୍ରା କରିଥିବା ନେଇ କୌଣସି ସରକାରୀ ତଥ୍ୟ ନାହିଁ । କେବଳ ଗଣମାଧ୍ୟମରୁ ଏହି ଖବର ମିଳିବା ପରେ ଏବେ ତଦନ୍ତ ଆରମ୍ଭ ହୋଇଥିବା କାଶ୍ମୀରର ଜଣେ ପୋଲିସ ଅଧିକାରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଏସକର୍ଟ ଗାଡ଼ି ଦୁର୍ଘଟଣା, ଜଣେ ପୋଲିସ ମୃତ

ଅନ୍ଯପଟେ କର୍ଣ୍ଣାଟକ ଓ ଗୁଜୁରାଟର କିଛି ଯୁବକ ମଧ୍ୟ ସମାନ ଭାବେ ଋଷ ସେନାରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଥିଲା । ଗଣମାଧ୍ୟମରେ ଏନେଇ ଖବର ମଧ୍ୟ ପ୍ରସାରିତ ହୋଇଥିଲା । ଜାନୁଆରୀ 25 ତାରିଖରେ AIMIM ସାଂସଦ ଅସଦୁଦ୍ଦିନ ଔଓ୍ବେସୀ ଏହି ସଙ୍ଗୀନ ମାମଲାରେ ବିଦେଶ ମନ୍ତ୍ରୀ ଜୟଶଙ୍କରଙ୍କୁ ଚିଠି ଲେଖିଥିଲେ । ତୁରନ୍ତ ଭାରତୀୟଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇ ଆଣିବା ପାଇଁ ସେ ଚିଠିରେ ନିବେଦନ କରିଥିଲେ । ଅନ୍ୟପଟେ ବିଦେଶ ମନ୍ତ୍ରଣାଳୟ ମଧ୍ୟ ଏହି ଅଭିଯୋଗକୁ କିଛି ମାତ୍ରାରେ ସ୍ବୀକାର କରିଛି । ବିଦେଶ ବ୍ୟାପାର ପ୍ରବକ୍ତା ରଣଧୀର ଜୈଶଓ୍ବାଲ ଚଳିତ ମାସ 13 ତାରିଖରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ । କିଛି ଭାରତୀୟ ଋଷ ସେନାରେ ସାମିଲ ଥିବା ସୂଚନା ମିଳିଛି । ଭାରତୀୟ ଦୂତାବାସ ଏହି ପ୍ରସଙ୍ଗକୁ ପ୍ରାଥମିକତାର ସହ ନେଇଛି । ବିଦେଶରେ ଥିବା ଭାରତୀୟମାନେ ଦ୍ବନ୍ଦ୍ବ ଓ ଯୁଦ୍ଧରୁ ଦୂରରେ ରହିବା ପାଇଁ ବିଦେଶ ମନ୍ତ୍ରଣାଳୟ ପରାମର୍ଶ ମଧ୍ୟ ଦେଇଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details