ଓଡିଶା

odisha

ETV Bharat / bharat

ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି, ଜଷ୍ଟିସ ଚନ୍ଦ୍ରଚୂଡ କଲେ ସୁପାରିଶ

ପରବର୍ତ୍ତୀ ପ୍ରଧାନ ବିଚାରପତିଙ୍କ ନାମ ସୁପାରିଶ କଲେ ଜଷ୍ଟିସ ଚନ୍ଦ୍ରଚୂଡ । କି’ଏ ଏହି ଜଷ୍ଟିସ ସଞ୍ଜୀବ ଖାନ୍ନା ।

By ETV Bharat Odisha Team

Published : 4 hours ago

ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ, ନାମ ସୁପାରିଶ କଲେ ଜଷ୍ଟିସ ଚନ୍ଦ୍ରଚୂଡ
ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ, ନାମ ସୁପାରିଶ କଲେ ଜଷ୍ଟିସ ଚନ୍ଦ୍ରଚୂଡ (ETV Bharat Odisha)

ନୂଆଦିଲ୍ଲୀ:ଭାରତୀୟ ନ୍ୟାୟପାଳିକାର ନୂଆ ମୁଖିଆ ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା । ସର୍ବୋଚ୍ଚ କୋର୍ଟର ଏହି ବରିଷ୍ଠ ବିଚାରପତି ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଜଷ୍ଟିସ୍‌ ଚନ୍ଦ୍ରଚୂଡଙ୍କ ସ୍ଥାନ ନେବାକୁ ଯାଉଛନ୍ତି । ନ୍ୟାୟପାଳିକାର ବ୍ୟବସ୍ଥା ଅନୁସାରେ, ଅବସର ଗ୍ରହଣ କରବା ପୂର୍ବରୁ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ ତାଙ୍କ ଉତ୍ତାରାଧିକାରୀଙ୍କ ନାମ ସୁପାରିଶ କରିଛନ୍ତି । ଆସନ୍ତାମାସ (ନଭେମ୍ବର) ୧୦ ତାରିଖରେ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସୁପ୍ରିମକୋର୍ଟ କଲେଜିୟମ୍‌ ଏହା ପୂର୍ବରୁ ପରବର୍ତ୍ତୀ ନିଯୁକ୍ତି ସମ୍ପର୍କିତ ସମସ୍ତ ପ୍ରକ୍ରିୟା ଶେଷ କରି ।

୨୦୨୨ ରେ ଦାୟିତ୍ବ ନେଇଥିଲେ ଚନ୍ଦ୍ରଚୂଡ

୨୦୨୨ ମସିହାରେ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଜଷ୍ଟିସ୍‌ ଚନ୍ଦ୍ରଚୂଡ । ଏହା ପୂର୍ବରୁ ସେ ସର୍ବୋଚ୍ଚ କୋର୍ଟର ଜଣେ ପ୍ରମୁଖ ତଥା ବରିଷ୍ଠ ବିଚାରପତି ଥିଲେ । ଦେଶର ଅନ୍ୟତମ ସର୍ବକନିଷ୍ଠ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍‌ ଚନ୍ଦ୍ରଚୂଡଙ୍କ ରେକର୍ଡ ରହିଛି । ନଭେମ୍ବର ୧୦ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ସେ ୮ ତାରିଖରେ ଶେଷ ଥର ପାଇଁ ପ୍ରଧାନ ବିଚାରପତି ଭାବେ ମାମଲାର ଶୁଣାଣି କରିବେ । ତେବେ ଆସନ୍ତାମାସ କାର୍ଯ୍ୟକାଳରେ ସରିବା ପୂର୍ବରୁ ସେ ବ୍ୟବସ୍ଥା ଅନୁସାରେ, ତାଙ୍କ ଉତ୍ତରାଧିକାରୀ ସୁପାରିଶ କରନ୍ତୁ ବୋଲି ଗତ ସପ୍ତାହରେ କେନ୍ଦ୍ର ସରକାର ତାଙ୍କୁ ପତ୍ର ଲେଖିଥିଲେ । ଏହା ପରେ ଜଷ୍ଟିସ୍‌ ଖାନ୍ନାଙ୍କ ନାମ ସାମ୍ନାକୁ ଆସିଛି ।

ଜଷ୍ଟିସ ସଞ୍ଜୀବ ଖାନ୍ନା ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ, ନାମ ସୁପାରିଶ କଲେ ଜଷ୍ଟିସ ଚନ୍ଦ୍ରଚୂଡ (ETV Bharat Odisha)
  • ୬ ମାସ ‘ସିଜେଆଇ’ ଦାୟିତ୍ବରେ ରହିବେ

ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟରେ କାର୍ଯ୍ୟରତ ଥିବା ବିଚାରପତିଙ୍କ ମଧ୍ୟରେ ସର୍ବାଧିକ ବରିଷ୍ଠ ହେଉଛନ୍ତି ଜଷ୍ଟିସ ଖାନ୍ନା । ସେ ପ୍ରଧାନ ବିଚାରପତି ନିଯୁକ୍ତ ହେବା ପରେ ମାତ୍ର ୬ ମାସ ଏହି ସର୍ବୋଚ୍ଚ ନ୍ୟାୟିକ ପଦବୀରେ ରହିବେ । ଆସନ୍ତାବର୍ଷ (୨୦୨୫) ମେ’ ୧୩ ତାରିଖରେ ସେ ଅବସର ନେବେ ।

ଏହା ମଧ୍ୟ ପଢନ୍ତୁ:ନୂଆ ରୂପରେ ନ୍ୟାୟ ଦେବୀ: ଆଖିରୁ ହଟିଲା କଳା ପଟି, ଆଉ ଅନ୍ଧ ନୁହେଁ ଆଇନ !

ଏହା ମଧ୍ୟ ପଢନ୍ତୁ:- ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରର ଦୀପାବଳି ଭେଟି, ବଢ଼ିଲା ମହଙ୍ଗା ଭତ୍ତା

ଏହା ମଧ୍ୟ ପଢନ୍ତୁ:-କର୍ମଚାରୀଙ୍କୁ ପୂଜା ଭେଟି, ମିଳିବ ୭୮ ଦିନର ବୋନସ - Railway Bonus

ଏହା ମଧ୍ୟ ପଢନ୍ତୁ:- ଧାରା 370 ଉଚ୍ଛେଦ ମାମଲା: ‘ସୁପ୍ରିମକୋର୍ଟଙ୍କ ରାୟ ଇଶ୍ବରଙ୍କ ନିଷ୍ପତ୍ତି ନୁହେଁ, ଲଢେଇ ଜାରି ରହିବ’

  • ୧୯୮୩ ଓକିଲାତି ଆରମ୍ଭ କରିଥିଲେ ଜଷ୍ଟିସ ଖାନ୍ନା

୧୯୬୦ ମସିହା ମେ’ ୧୪ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଖାନ୍ନା ୧୯୮୩ ମସିହାରେ ଦିଲ୍ଲୀ ବାର କାଉନସିଲରେ ପଞ୍ଜୀକୃତ ହୋଇ ଲ’ ପ୍ରାକ୍ଟିସ ଆରମ୍ଭ କରିଥିଲେ । ଦୀର୍ଘ ବର୍ଷର ଓକିଲାତି ପରେ ତାଙ୍କୁ ୨୦୦୪ ରେ ‘ଏନସିଆର’ର ସ୍ଥାୟୀ ଓକିଲ ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଥିଲେ । ୨୦୦୫ରେ ସେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ଜଜ୍‌ ଭାବେ ବିଚାରପତି ଜୀବନ ଆରମ୍ଭ କରିଥିଲେ । ୨୦୧୯ ଜାନୁଆରୀ ୧୮ ତାରିଖରେ ସେ ସର୍ବୋଚ୍ଚ କୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ସେ ସର୍ବୋଚ୍ଚ କୋର୍ଟର ଆଇନ ସେବା ସମିତିର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଏକାଧିକ ଗମ୍ଭୀର ମାମଲାରେ ସେ ସହ ବିଚାରପତି ଭାବେ ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ଖଣ୍ଡପୀଠରେ ଅଂଶ ହୋଇଛନ୍ତି । ଏବେ ସେ ସର୍ବୋଚ୍ଚ କୋର୍ଟର ମୁଖ୍ୟ ଭାବେ ଦାୟିତ୍ବ ନେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details