ଓଡିଶା

odisha

ETV Bharat / bharat

IRCTC ୱେବସାଇଟ ଅଚଳ, ଟିକେଟ କାଟିବାକୁ ନାକେଦମ ଯାତ୍ରୀ - IRCTC DOWN

IRCTC ଓ୍ବେବସାଇଟ ସର୍ଭର ଡାଉନ । ତତ୍କାଳ ଟିକଟ କରିବାଠୁ ନେଇ ଟିକେଟ କ୍ୟାନସେଲନ ପାଇଁ ଅସୁବିଧା ଭୋଗିଲେ ଯାତ୍ରୀ ।

IRCTC website down
IRCTC website down (Getty Image)

By ETV Bharat Odisha Team

Published : Dec 9, 2024, 5:05 PM IST

ହାଇଦ୍ରାବାଦ: ଭାରତୀୟ ରେଳଓ୍ବେ ବିଭାଗର ଅନଲାଇନ ଟିକେଟ ବୁକିଂ ପ୍ଲାଟଫର୍ମ IRCTC ଓ୍ବେବସାଇଟ ଓ ଆପ ସେବା ଠପ୍ । ଆଜି (ସୋମବାର) ସକାଳ ୧୦ ସୁଦ୍ଧା ଏହି ଅସୁବିଧା ଦେଖିବାକୁ ମିଳିଥିଲା । ଅନଲାଇନ ଟିକେଟ ବୁକିଂ, କ୍ୟାନସେଲନ ହେଉ ବା ତତ୍କାଳ ଟିକେଟ କରିବାରେ ଭାରତୀୟ ରେଳଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ସର୍ଭର ଡାଉନ ଥିବା ଯୋଗୁ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଯାତ୍ରୀ । ମେଣ୍ଟେନାନ୍ସ କାର୍ଯ୍ୟ ପାଇଁ ଓ୍ବେବସାଇଟରେ ସମସ୍ୟା ଦେଖାଯାଇଥିବା ନେଇ IRCTC ଓ୍ବେବସାଇଟରେ ମେସେଜ କରାଯାଇଥିଲେ ମଧ୍ୟ ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

IRCTC ଓ୍ବେବସାଇଟ୍ ସର୍ଭର ଡାଉନ:

ଓ୍ବେବସାଇଟ ଟ୍ରାକିଂ ଟୁଲ୍ ଡାଉନଡିଟେକ୍ଟର ଡଟ୍ କମ୍ ଅନୁଯାୟୀ, ପାଖାପାଖି ୫୦ ପ୍ରତିଶତ ୟୁଜର୍ସ ଓ୍ବେବସାଇଟ ବ୍ୟବାହର କରିବାରେ ଅସମର୍ଥ ହୋଇଥିବା ବେଳେ ପାଖାପାଖି ୪୦ ପ୍ରତିଶତ ୟୁଜର୍ସ ଆପକୁ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଏବଂ ୧୦ ପ୍ରତିଶତ ଟିକେଟ ବୁକିଂ କରିପାରିନାହାନ୍ତି । ଯାହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ TATKAL ଓ IRCTC ଟ୍ରେଣ୍ଡ୍ କରୁଥିବାର ଦେଖିବାକୁ ମିଳିଛି । ସାଧାରଣତଃ ରାତି ୧୧ଟା ପରେ ଏଭଳି ମେଣ୍ଟେନାନ୍ସ କାର୍ଯ୍ୟ କରାଯାଉଥିବା ବେଳେ ସକାଳ ସମୟରେ ଏହି ଅସୁବିଧାକୁ ନେଇ ୟୁଜର୍ସମାନେ ଭାରତୀୟ ରେଲଓ୍ବେ ସେବାକୁ ସମାଲୋଚନା କରିଛନ୍ତି ।

କଣ କହୁଛି IRCTC:

ସର୍ଭର ଡାଉନକୁ ନେଇ IRCTC ପକ୍ଷରୁ ଉତ୍ତର ରଖାଯାଇଛି । IRCTC ନିଜ ଡାଉନଟାଇମ ମେସେଜରେ କହିଛି ଯେ, ମେଣ୍ଟେନାନ୍ସ ଆକ୍ଟିଭିଟି କାରଣରୁ, ଇ-ଟିକେଟିଙ୍ଗ୍ ସେବା ଆଗାମୀ ଏକ ଘଣ୍ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ ନାହିଁ । ଦୟାକରି ପରେ ପ୍ରଚେଷ୍ଟା କରନ୍ତୁ । ଟିକେଟ କ୍ୟାନସେଲନ / ଟିଡିଆର ଫାଇଲ କରିବା ପାଇଁ କଷ୍ଟୋମର କେୟାର ନମ୍ବର ୧୪୬୪୬, ୦୭୫୫୬୬୧୦୬୬୧ଓ ୦୭୫୫-୪୦୯୦୬୦୦ରେ କଲ୍ କରନ୍ତୁ କିମ୍ବା etckets@irctc.co.inରେ ମେଲ୍ କରନ୍ତୁ । ତେବେ ଘଣ୍ଟା ଘଣ୍ଟା କାଳ ଏହି ସମସ୍ୟା ଦେଖିବାକୁ ମିଳିଥିବାରୁ ଯାତ୍ରୀମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଓ୍ବେବସାଇଟ ବୁକିଂ ବର୍ତ୍ତମାନ ଆରମ୍ଭ ହୋଇଯାଇଥିଲେ ମଧ୍ୟ ସାଇଟ ସ୍ଲୋ ଚାଲୁଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details