ଓଡିଶା

odisha

ETV Bharat / bharat

କଂଗ୍ରେସକୁ ଗୁଲାମନବୀଙ୍କ ତେରଚ୍ଛା ବାଣ; ଯଦି ବିଜେପି 400 ପାର୍ କରେ...

Azad statement on INDIA Bloc: ଯଦି ବିଜେପି 400 ଆସନ ପାର୍ କରେ, ତେବେ ଇଣ୍ଡିଆ ମେଣ୍ଟର ନେତୃତ୍ୱ ନେଉଥିବା ନେତାଙ୍କୁ ହିଁ ଦାୟୀ କରାଯିବା ଉଚିତ କହିଲେ ଗୁଲାମନବୀ ଆଜାଦ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 11, 2024, 8:43 AM IST

‘ ଯଦି ବିଜେପି 400ପାର କରେ, ତେବେ ଇଣ୍ଡିଆ ମେଣ୍ଟର ନେତୃତ୍ବ ନେଉଥିବା ନେତାଙ୍କୁ ହିଁ ଦାୟୀ କରିବା ଉଚିତ’
‘ ଯଦି ବିଜେପି 400ପାର କରେ, ତେବେ ଇଣ୍ଡିଆ ମେଣ୍ଟର ନେତୃତ୍ବ ନେଉଥିବା ନେତାଙ୍କୁ ହିଁ ଦାୟୀ କରିବା ଉଚିତ’

ନୂଆଦିଲ୍ଲୀ:ଆଉ ଦୁଇ ମାସ ପରେ ଦେଶରେ ସାଧାରଣ ନିର୍ବାଚନ । ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ବଳରେ ତୃତୀୟ ଥର କ୍ଷମତାକୁ ଆସିବାକୁ ଦାବି କରୁଛି । ଏପରିକି ଦଳ ପୂର୍ବ ଦୁଇ ନିର୍ବାଚନ ଅପେକ୍ଷା ଏଥର ଅଧିକ ଆସନ ସ୍ୱରୂପ 400 ପାର୍ କରିବ ବୋଲି ମଧ୍ୟ ଦମ୍ଭୋକ୍ତି ଦେଇଛି । ଏମିତିକି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିଜେ ସଦନରେ ଏହି 400 ପାର୍‌ର ଦମ୍ଭ ଦେଖାଇଛନ୍ତି । ଅନ୍ୟପଟେ ବିଜେପି ବିରୋଧରେ ଏକାଠି ହୋଇଥିବା ‘ଇଣ୍ଡିଆ’ ମେଣ୍ଟର ଅବସ୍ଥା ଅତି ଖରାପ । ତେଣୁ ଯଦି ବିଜେପି ଦାବି ଅନୁସାରେ, 400 ପାର୍ କରେ ତେବେ ଏଥିପାଇଁ ‘ଇଣ୍ଡିଆ’ ମେଣ୍ଟର ନେତୃତ୍ୱ ନେଉଥିବା ନେତାଙ୍କୁ ଦାୟୀ କରାଯିବା ଉଚିତ ବୋଲି କହଛନ୍ତି ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ ।

DPAP ମୁଖ୍ୟ ଗୁଲାମ ଶନିବାର ଶ୍ରୀନଗରରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିବା ବେଳେ ‘ଭାରତ ରତ୍ନ’ ପ୍ରଦାନ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସରକାରକୁ ପ୍ରଶଂସା କରିଛନ୍ତି । ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଓ ପି.ଭି ନରସିଂହ୍ନା ରାଓଙ୍କର ଦେଶ ପ୍ରତି ବଳିଷ୍ଠ ଅବଦାନ ରହିଛି । ସେମାନଙ୍କୁ ମରଣୋତ୍ତର ଭାରତରତ୍ନରେ ସାମ୍ମାନିତ କରାଯିବା ଉଚିତ ନିଷ୍ପତ୍ତି ବୋଲି ଗୁଲାମ କହିଛନ୍ତି । ସେହିପରି 2024 ସାଧାରଣ ନିର୍ବାଚନର ଫଳାଫଳ ଉପରେ ଆଲୋକପାତ କରିଛନ୍ତି । କହିଛନ୍ତି, ଯଦି ଦାବି ଅନୁସାରେ ଭାରତୀୟ ଜନତା ପାର୍ଟି 400 ଆସନ ଜିତିବାରେ ସଫଳ ହୁଏ, ତେବେ ଏହା ଇଣ୍ଡିଆ ମେଣ୍ଟର ବିଳଫତା ହିଁ ହେବ । ଏଥିପାଇଁ ‘ଇଣ୍ଡିଆ’ ମେଣ୍ଟର ନେତୃତ୍ୱ ନେଉଥିବା ଦଳର ନେତାଙ୍କୁ ହିଁ ଦାୟୀ କରାଯିବା ଉଚିତ ।

ଏହା ମଧ୍ୟ ପଢନ୍ତୁ:- ଆଗରେ ଇମ୍ରାନଙ୍କ ପାର୍ଟି, କିନ୍ତୁ କ୍ଷମତା ଛଡାଇନେବେ ନଓ୍ବାଜ-ବିଲାଓ୍ବଲ ଯୋଡି !

ତେବେ ଆଜାଦଙ୍କର ଏହି ପରୋକ୍ଷ ଟାର୍ଗେଟ ତାଙ୍କ ପୁରୁଣା ଦଳ କଂଗ୍ରେସ ପ୍ରତି ବୋଲି ଅନୁମାନ କରାଯାଉଛି । କାରଣ ‘ଇଣ୍ଡିଆ’ ମେଣ୍ଟର ନେତୃତ୍ୱ ଏବେ କଂଗ୍ରେସ କାନ୍ଧରେ ରହିଛି । କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ହିଁ ଇଣ୍ଡିଆ ମେଣ୍ଟର ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି । ହେଲେ କଂଗ୍ରେସ ନେତୃତ୍ୱରେ ମେଣ୍ଟର ଅବସ୍ଥା ଯେ, ବିଜେପି ସହ ଲଢିବାଯୋଗ୍ୟ ନୁହେଁ, ତାହା ମଧ୍ୟ ବେଶ ସ୍ପଷ୍ଟ ଅନୁମେୟ । ନୀତିଶ ମେଣ୍ଟ ଛାଡି ସାରିଥିବା ବେଳେ ମମତା ଓ କେଜ୍ରିଓ୍ୱାଲ ପଶ୍ଚିମବଙ୍ଗ ଓ ପଞ୍ଜାବରେ କଂଗ୍ରେସ ସହ ଆସନ ବୁଝାମଣା କରିବେ ନାହିଁ ବୋଲି କହିସାରିଛନ୍ତି । ଏସବୁ ମଧ୍ୟରେ କଂଗ୍ରେସର ନେତୃତ୍ୱକୁ ହିଁ ଇଣ୍ଡିଆ ମେଣ୍ଟର ବିଫଳତାର କାରଣ ବୋଲି ଦର୍ଶାଯିବା ଆରମ୍ଭ ହେଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details