ମେଷ: ଆଜିର ଦିନ ଆପଣଙ୍କ ପାଇଁ ମିଶାମିଶି ରହିବ । ଆପଣଙ୍କ ଭାଷା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦିଆ ହେଉଛି । କୌଣସି ବିବାଦାସ୍ପଦ ବିଷୟ ଏବଂ ଅନାବଶ୍ୟକ କଳହରେ ନିଜକୁ ସଂପୃକ୍ତ କରିବେ ନାହିଁ । ଆପଣଙ୍କର ବିରୋଧୀମାନେ ଆପଣଙ୍କର ଗୋଡ ଟାଣିବା ପାଇଁ ଚାହିଁବେ । କିନ୍ତୁ ଅପରାହ୍ନରେ ଖୁସି ଖବର ମିଳିବ ।
ବୃଷ: ଆପଣଙ୍କୁ ସୁହାଇଲା ପରି ଦିନଟି ଅଟେ । ମନ ଶରୀର ସୁସ୍ଥ ରହିବେ । ଶରୀର ଆପଣଙ୍କ ସହ ଠିକ ବ୍ୟବହାର କରିବ । ମନ ଭଲ ରହିବ । ପରିବାର ଓ ସାଙ୍ଗମାନଙ୍କ ପାଇଁ ସମୟ ବାହାରିବ । ସମାଜିକ କାର୍ଯ୍ୟରେ ସଫଳତା ମିଳିବ । ଦୂରରୁ ସୁସମ୍ୱାଦ ପାଇବେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଅଚାନକ ଧନ ପ୍ରାପ୍ତି ହେବ ।
ମିଥୁନ: ଆଜି ଦିନଟି ଶୁଭଫଳ ପ୍ରଦାନକାରୀ ଅଟେ । ଆପଣ କିଛିକାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ଆଜି ଦିନଟିରେ ଆପଣଙ୍କର ନାମ ଓ ସମ୍ମାନ ବୃଦ୍ଧି କରିବ । ପାରିବାରିକ ଜୀବନ ସୁଖମୟ ହେବ । ଆପଣ ଆଜି ବହୁତ ପରିମାଣର ଅର୍ଥ ଉପାର୍ଜନ କରିବେ । ମାତ୍ର କୌଣସି ଅନିର୍ବାଯ୍ୟ କାରଣ ପାଇଁ ଅତ୍ୟଧିକ ପରିମାଣର ଅର୍ଥ ଖର୍ଚ୍ଚ କରିବେ ।
କର୍କଟ: ନିଜର ଚିନ୍ତାଗ୍ରସ୍ତ ମନ ଯୋଗୁଁ ଶିଥିଳତା ଅନୁଭବ କରିବେ । ଆପଣଙ୍କର ସନ୍ତାନ ଏବଂ ବନ୍ଧୁଙ୍କ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ଆପଣ କଣ କହୁଛନ୍ତି ଓ କିପରି କରୁଛନ୍ତି, ସେଥିପ୍ରତି ସଜାଗ ରୁହନ୍ତୁ । ଅଯଥା ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଯାତ୍ରାର ଯୋଜନାକୁ ସ୍ଥଗିତ ରଖନ୍ତୁ । ଗ୍ରହମାନଙ୍କର ଶୁଭଦୃଷ୍ଟି ନ ଥିବରୁ ଆପଣ ଏପରି କାର୍ଯ୍ୟରେ ଲିପ୍ତ ରୁହନ୍ତୁ ନାହିଁ । ଯାହା ଆପଣଙ୍କ ମାନସିକ ଅଶାନ୍ତିର କାରଣ ହେବ ।
ସିଂହ: ଆଜିଦିନ ଆପଣଙ୍କ ସପକ୍ଷରେ ନାହିଁ । କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଯେତେଦୁର ସମ୍ଭବ, କେବଳ ସତର୍କ ହୁଅନ୍ତୁ । ଘରୋଇ ଝଗଡା ଆପଣଙ୍କୁ ଅଶାନ୍ତି କରିପାରେ କିମ୍ୱା କାର୍ଯ୍ୟ କ୍ଷେତ୍ରରେ ଆପଣ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କର ଚାକିରିର ସୁରକ୍ଷା ବିଷୟରେ ମଧ୍ୟ ଆପଣ ଅନୁଭବ କରିପାରନ୍ତି । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରତିକୂଳ ଭାବରେ ପ୍ରଭାବିତ କରିପାରେ । ଆପଣ ନିଦ୍ରାହୀନତାରେ ମଧ୍ୟ ପିଡୀତ ହୋଇପାରନ୍ତି ।
କନ୍ୟା: ସମସ୍ତ ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ସବୁ ଜିନିଷ ସପକ୍ଷରେ ଜଣା ପଡୁଛି । ନଭାବି ନଚିନ୍ତି ଆପଣ କୌଣସି ସିଦ୍ଧାନ୍ତ ନେବେ ନାହିଁ କିମ୍ୱା ପସନ୍ଦ କରିବେ ନାହିଁ । ସଂକ୍ଷେପରେ କହିବାକୁ ଗଲେ, ଡେଇଁବା ପୂର୍ବରୁ ଭଲ ଭାବରେ ଚେକ୍ କରନ୍ତୁ । ଅନ୍ୟ ସମସ୍ତ ଅତ୍ୟନ୍ତ ଶୁଭ ଜଣାପଡୁଛି । ଘର ପରିବେଶ ଖୁସିମୟ, ଏହାର ଆନନ୍ଦ ଉପଭୋଗ କରନ୍ତୁ ଏବଂ ପ୍ରିୟଜନ, ବନ୍ଧୁ ଏବଂ ଭାଇଭଉଣୀଙ୍କ ଗହଣରେ ଆନନ୍ଦ ଉଲ୍ଲାସରେ ସମୟ ବିତାନ୍ତୁ ।