ମେଷ: ଆପଣଙ୍କ ଆଜିର ଦିନଟି ବେଶ ଖୁସିରେ କଟିବ । ସାବଧାନତାର ସହ ଆଜିର ଦିନଟି ଆରମ୍ଭ କରନ୍ତୁ । ଆଜିର ଦିନରେ ଆପଣ ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି କିନ୍ତୁ ବିଚାରରେ ଦ୍ୱନ୍ଦ୍ୱ ହେତୁ ଚିନ୍ତିତ ରହିବେ । ବ୍ୟବସାୟ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିଙ୍କ ଠାରୁ ପଛରେ ରହିବେ । ଲାଭଦାୟକ ଯାତ୍ରା କରିବେ । ବନ୍ଧୁଙ୍କଠାରୁ ଲାଭ ପାଇପାରନ୍ତି । ଆପଣଙ୍କ ରାଗକୁ ନିୟନ୍ତ୍ରଣରେ ରଖିବାର ଏକ ଚେଷ୍ଟା ଆପଣଙ୍କୁ ଅନେକ ବିବାଦରୁ ଦୂରେଇ ରଖିପାରେ ।
ବୃଷ: ଆଜି ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ନୁହନ୍ତି । ଚିନ୍ତା ଯୋଗୁଁ ଆଜି ଆପଣ ମହତ୍ୱପୂର୍ଣ୍ଣ ଅବସର ହରାଇ ବସିବେ । ଆଜିର ଦିନଟି ଆପଣଙ୍କ ପାଇଁ ନୂଆ କାମ ଆରମ୍ଭ କରିବାକୁ ଅନୁକୂଳ ସମୟ ନୁହେଁ । କାହା ସହ ମତଭେଦ ହୋଇପାରେ । ଆପଣଙ୍କ ପରିବାରରେ ଶାନ୍ତି ବଜାୟ ରଖନ୍ତୁ । ବିଦ୍ୟାର୍ଥୀ ସଫଳତା ପ୍ରାପ୍ତ କରିପାରିବେ ।
ମିଥୁନ:ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଲାଭଦାୟୀ ରହିବ । ଆଜି ବନ୍ଧୁ ଓ ପରିଜନଙ୍କ ସହଯୋଗରେ କଠିନ କାମ ସହଜ ହୋଇଯିବ । ଉତ୍ତମ ଭୋଜନ ଓ ବସ୍ତ୍ର ଯୋଗ ଅଛି । ଆଜି ଆପଣଙ୍କ ଦିନଟି ଆନନ୍ଦ ଏବଂ ଉଲ୍ଲାସରେ କଟିବ ।
କର୍କଟ: ଆଜିର ଦିନଟି ଆପଣଙ୍କର ଭଲରେ ଆରମ୍ଭ ହେବ । ନୂଆ ବନ୍ଧୁ ସୃଷ୍ଟି କରିବେ, ସେମାନଙ୍କ ସହ ଖୁସିରେ ସମୟ କାଟିବେ । କିନ୍ତୁ ସାମାନ୍ୟ ବ୍ୟସ୍ତ ଓ ଚିନ୍ତା ଆପଣଙ୍କ ପଥରୋଧ କରିବ । କିନ୍ତୁ ସନ୍ଧ୍ୟା ବେଳକୁ ସବୁକିଛି ଠିକ ହୋଇଯିବ ଏବଂ ଆପଣ ନିଜ ସାଙ୍ଗମାନଙ୍କ ସହ ଆନନ୍ଦରେ ସମୟ ବିତାଇବେ ।
ସିଂହ:ଆଜି ଆପଣଙ୍କ ପାଇଁ ଏକ ଫଳପ୍ରଦ ଦିନ । ନିଜ ଜୀବନରେ କାହାକୁ ବେଶି ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଆଜି ଭେଟିବେ । ନିଜ ଜୀବନସାଥୀଙ୍କୁ ମୂଲ୍ୟବାନ ଉପହାର ଦେଇପାରନ୍ତି । କଳା ପ୍ରତି ଆକର୍ଷିତ ହେବେ, ସଫଳତା ପ୍ରଦର୍ଶନ କରିବାକୁ ସକ୍ଷମ ହେବେ ।
କନ୍ୟା:ଆଜି ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ । ଅତୀତର କାର୍ଯ୍ୟକୁ ନେଇ ଆଜି ପ୍ରଶଂସିତ ହେବେ । ଅନ୍ୟର ଆଦେଶ ମାନିବା ବଦଳରେ ନିଜ ଢଙ୍ଗରେ ସମସ୍ୟା ଗୁଡ଼ିକୁ ସମାଧନ କରିବାକୁ ପସନ୍ଦ କରିବେ । କୌଣସି କାମରେ ଅସନ୍ତୁଷ୍ଟ ପ୍ରକାଶ ନକରି ଶାନ୍ତ ରହିଲେ ଅନେକ ବିବାଦରୁ ଦୂରେଇ ରହିପାରିବେ ।