କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES) ମେଷ:ଆପଣଙ୍କ ପାଇଁ ଏହା ଏକ ମଧ୍ୟମ ଧରଣର ଦିନ ଅଟେ । ଛୋଟ ଛୋଟ କଥାରେ ବିବ୍ରତ ହେବେ । ଦୂର ଜାଗାକୁ ଯାତ୍ରା କରନ୍ତୁ ନାହିଁ । ଆବଶ୍ୟକ ସମୟରେ ଯଥାର୍ଥ ବିଶ୍ରାମ ନିଅନ୍ତୁ । କାମରେ ପ୍ରଶଂସିତ ହେବେ । ନିଜର ଏବଂ ପିଲାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS) ବୃଷ: ସ୍ଥିର ମନ ଓ ଦୃଢ ଚିନ୍ତା ସମାଧାନର କାରଣ ହେବ । ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଶୁଭ ଫଳ ଆଶା କରନ୍ତୁ । ପୈତୃକ ସମ୍ପତି ଆଶା କରାଯାଏ । ପିତା ମାତାଙ୍କ ସହ ଅନ୍ତରଙ୍ଗତା ବଢିବ । ଖେଳ କୁଦ ପାଇଁ ଦିନଟି ଭଲ ଅଟେ । କୌଣସି ଧାର୍ମିକ ସ୍ଥାନକୁ ବୁଲି ଯାଇପାରନ୍ତି । ଚାକିରିଆମାନେ ସମସ୍ତ ଦିଗରୁ ମାନସିକ ଚାପ ଏବଂ ବ୍ୟସ୍ତତା ଭିତରେ ରହିବେ ।
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI) ମିଥୁନ: ଦିନଟି ଭଲରେ କଟିବ । ପଇସା ଅତ୍ୟଧିକ ଥିଲେ ମଧ୍ୟ ଆପତ୍ତିଜନକ ସଂସ୍ଥାରୁ ଦୂରେଇ ରୁହନ୍ତୁ । ପରିବାର ସହ ଖୁସିରେ ସମୟ ବିତାଇବେ । ଚଞ୍ଚଳତା ଓ ଶକ୍ତିପୂର୍ଣ୍ଣ ରହିବେ ଶତୃ ପରାଜୟ ହେବେ । ନିଜ ଖର୍ଚ୍ଚ ଉପରେ କଟକଣା ରଖନ୍ତୁ ।
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER) କର୍କଟ: ଦିନଟି ମଧ୍ୟମ ସ୍ତରର ଅଟେ । ଚତୁପାର୍ଶ୍ୱରେ ପରିଚାଳିତ ବସ୍ତୁ ଉପରେ ନଜର ରଖନ୍ତୁ । ଅଧିକ କାର୍ଯ୍ୟ ସତ୍ୱେ ଫଳ ଆଶାନୁତିତ ନୁହେଁ । କୁଟିଳ ଚିନ୍ତାରୁ ଦୂରେଇ ରୁହନ୍ତୁ ନଚେତ୍ ପରିବାରରେ କଳହ ଉପୁଜି ପାରେ । ଛାତ୍ର ମାନଙ୍କ ପାଇଁ ଭଲ ଦିନ ଯଥା ସଫଳତା ନିଶ୍ଚିନ୍ତ । ଅମାନୁସିକ କାର୍ଯ୍ୟ କରନ୍ତୁ ନାହିଁ ଅଯଥା ଚିନ୍ତାରେ ରହିବେ । ଯଦି ଚିନ୍ତା କରୁଥାନ୍ତି ତେବେ ବିଶ୍ରାମ ନିଅନ୍ତୁ ।
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO) ସିଂହ: ନିଜ ଉପରେ ବିଶ୍ୱାସ ରଖିଲେ ସବୁ ସମାଧାନ ହେବ । ସମସ୍ତ ଶକ୍ତି ପ୍ରୟୋଗରେ କାର୍ଯ୍ୟ୍ୟ ସିଦ୍ଧି ହେବ । ସରକାରୀ ସଂସ୍ଥା ଦ୍ୱାରା ଉପକୃତ ହେବେ । ନିଜର କ୍ଷମତା ପରିପ୍ରକାଶ କରି ସମସ୍ତ ମନ ନିଅନ୍ତୁ । ଆପଣଙ୍କର ପ୍ରତିଷ୍ଠା ଓ ବଳ ବୃଦ୍ଧି ହେବ ଏବଂ ପୈତୃକ ସମ୍ପତି ଲାଭ ହେବ । ସେଥିପାଇଁ ଚିନ୍ତା କରନ୍ତୁ ନାହିଁ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO) କନ୍ୟା: ଯଦି ଦିନଟି ଆପଣଙ୍କର ନ ହୁଏ ତେବେ ଆପଣଙ୍କର ରାଗର ସୀମା ରହିବ ନାହିଁ । ଅଧିକ ସକ୍ଷମତା ଓ ଗର୍ବ ସମସ୍ତକୁ କାର୍ଯ୍ୟର ପରିଣାମ । ଆପଣ ଭଲ ଅନୁମାନ କରିବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । କାର୍ଯ୍ୟରେ ସତର୍କତା ଅବଲମ୍ୱନ କରନ୍ତୁ ।
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA) ତୁଳା:ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ଆପଣ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ସମ୍ପାଦନ କରିବା ଦ୍ୱାରା ଆର୍ଥିକ ସ୍ଥିତିରେ ଉନ୍ନତି ଘଟି ଆପଣଙ୍କୁ ସୁଖି କରିବ । ବନ୍ଧୁଙ୍କଠାରୁ ସାହାଯ୍ୟ ପାଇବେ । କୌଣସି ପ୍ରିୟ ବାନ୍ଧବୀଙ୍କ ସହ ସାକ୍ଷାତ କରିପାରନ୍ତି । ନିଜର ଗାଡି ନେଇ କୌଣସି ରମଣୀୟ ସ୍ଥାନକୁ ବଣଭୋଜି କରିବା ପାଇଁ ଉତ୍କଣ୍ଠା ପ୍ରକାଶ କରିପାରନ୍ତି । ଗ୍ରହମାନଙ୍କ ସୁପ୍ରଭାବରୁ ଅବିବାହିତ ଯୁବକ ଯୁବତୀ ମାନେ ବିବାହ ସୁତ୍ରରେ ଆବଦ୍ଧ ହୋଇପାରନ୍ତି । ସୁଖାଦ୍ୟ ଖାଇବାର ମଜ୍ଜାନେବେ ।
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO) ବିଛା:ଆପଣଙ୍କ ଉପରିସ୍ଥ ହାକିମ ଆପଣଙ୍କ କର୍ମଦକ୍ଷତାରେ ସନ୍ତୋଷ ପ୍ରକାଶ କରିବେ । ଚାକିରୀରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ସାମାଜିକ ସ୍ୱୀକୃତି ଲାଭ କରି ଆତ୍ମ ସନ୍ତୋଷ ପାଇବେ । ଆପଣଙ୍କର ସନ୍ତାନ ତାର ସଫଳତାର ଶୀର୍ଷସ୍ଥାନ ଅଧିକାର କରିଥିବାରୁ ଖୁସିର ସୀମା ରହିବ ନାହିଁ । ଦିନଟିକୁ ଆମୋଦ ପ୍ରମୋଦରେ କାଟିପାରନ୍ତି ।
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS) ଧନୁ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିନପାରେ । ତେଣୁ ନିଜକୁ ଦୁର୍ବଳ ଅନୁଭବ କରିବେ ଏବଂ ଆଳସ୍ୟରେ ଦିନଟି କଟିପାରେ । ଶାରୀରିକ ଦୁର୍ବଳତା ଯୋଗୁଁ ଚିନ୍ତିତ ହୋଇପାରନ୍ତି । ବ୍ୟବସାୟରେ ମାନ୍ଦା ଅବସ୍ଥା ପାଇଁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ । ପ୍ରତିଯୋଗୀ ଏବଂ ନିଜ ସମକକ୍ଷ ବ୍ୟକ୍ତିମାନଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ । କୌଣସି ଉତ୍ସବର ଆୟୋଜନ କରିବା ପୂର୍ବରୁ ସାବଧାନ ରୁହନ୍ତୁ । ସନ୍ଧ୍ୟା ସମୟରେ ଭ୍ରମଣରେ କଲେ ମନ ପରିବର୍ତ୍ତନ ହୋଇପାରେ ।
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN) ମକର: ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହେବାର ଯୋଗ ରହିଛି । ଶାରୀରିକ ଅସୁସ୍ଥତା ଯୋଗୁଁ କିମ୍ୱା ସାମାଜିକ କାର୍ଯ୍ୟ୍ୟରେ ଯୋଗଦେବା ପାଇଁ ବାହାରକୁ ଯାଆନ୍ତୁ ନାହିଁ । ଦୁର୍ଘଟଣା ଘଟିବାର ସମ୍ଭାବନା ଥିବାରୁ ସତର୍କ ରୁହନ୍ତୁ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଘଟିଥିବା ମନୋମାଳିନ୍ୟକୁ ଧୀରସ୍ଥିର ଚିତ୍ତରେ ସମାଧାନ କରିଦିଅନ୍ତୁ । ନିଜମନକୁ ସର୍ବଦା ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ ।
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS) କୁମ୍ଭ: ଦିନଟି ଅତ୍ୟନ୍ତ ଶୁଭଫଳଦାୟକ ଅଟେ । ଦୃଢ ବିଶ୍ୱାସ ଓ ଠିକ ସିଦ୍ଧାନ୍ତ ଆପଣଙ୍କୁ ସବୁ କାର୍ଯ୍ୟ୍ୟ ସୁଚାରୁରୁପେ ସମ୍ପାଦନ କରିବାକୁ ପ୍ରେରଣା ଯୋଗାଇବ । ଆମ ଠିକ ସମୟରେ କାର୍ଯ୍ୟ୍ୟକୁ ସମ୍ପୁର୍ଣ୍ଣ କରିବାର ପ୍ରୟାସ ଜାରିରଖିବେ । ଘରପାଇଁ କିଛି ଦରକାରୀ ଆବଶ୍ୟକୀୟ ଜିନିଷ କିଣିପାରନ୍ତି । ଆପଣ ଚାହିଁଲେ ଗୋଟିଏ ନୁଆ ଗାଡି କିଣିପାରିବେ । ବନ୍ଧୁମାନଙ୍କ ଗହଣରେ ସହର ବାହାରକୁ ପରିଭ୍ରମଣରେ ଯିବେ । ଏପରି ଆମୋଦ ଦାୟକ ଭ୍ରମଣ ଅନୁଭୁତି ଆପଣଙ୍କ ସ୍ମୃତିରେ ଅଭୁଲା ହୋଇ ରହିପାରେ ।
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES) ମୀନ: ଗ୍ରହଙ୍କ ଶୁଭଦୃଷ୍ଟି ଯୋଗୁଁ ଶାରୀରିକ ତଥା ମାନସିକ ଶାନ୍ତି ଅବ୍ୟାହତ ରହିବ । ସୁସ୍ଥ ପାରିବାରିକ ଓ କର୍ମମୟ ଜୀବନରେ ତୃପ୍ତି ଲାଭ କରିବେ । କୌଣସି ସମସ୍ୟାର ସମାଧାନ କରିବାକୁ ପଡିଲେ କ୍ରୋଧ ପ୍ରକାଶ ନକରି କୋମଳ କଥାରେ ଅନାୟସରେ ସାମାଧାନ କରିବା ଶ୍ରେୟସ୍କର ଅଟେ । ମାଆଙ୍କଠାରୁ ବହୁ ଦିନରୁ ପ୍ରତିକ୍ଷିତ ଶୁଭସମ୍ୱାଦ ପାଇପାରନ୍ତି । ବୃତ୍ତିରେ ସହକର୍ମୀଗଣ ଆପଣଙ୍କୁ ସାହାଯ୍ୟ ପ୍ରଦାନ କରିବେ । ଏହା ଆପଣଙ୍କୁ ନିଶ୍ଚିତ ଭାବରେ ଉତ୍ସାହିତ କରିପାରେ । ଯଦି ମନ ଅଶାନ୍ତ ରୁହେ ତାହାହେଲେ ସଙ୍ଗୀତ ପ୍ରେମ ହିଁ ଆପଣଙ୍କୁ ଶାନ୍ତି ପ୍ରଦାନ କରିବ । ଦିନଟିକୁ ଆମୋଦ ପ୍ରମୋଦରେ କଟାନ୍ତୁ ।