ମେଷ:ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ନିଜକୁ ଏକାଗ୍ର ଏବଂ ସ୍ଥିର ରଖିବାରେ ଅସମର୍ଥ ହେବେ । ଏଥିପାଇଁ ଆଜିର ଦିନରେ ଆପଣ ଧ୍ୟାନ ଓ ଯୋଗ କଲେ, ଏଥିରୁ ମୁକ୍ତି ପାଇପାରିବେ । ପୁଞ୍ଜି ବିନିଯୋଗକାରୀମାନଙ୍କ ପାଇଁ ଆଜିର ଦିନ ଶୁଭ ନୁହେଁ । ଏଥିପାଇଁ ଆଜି ନିଜର ପୁଞ୍ଜିକୁ ବିନିଯୋଗ କରନ୍ତୁ ନାହିଁ । ଆଜି କୌଣସି ଆଇନ ସମ୍ପର୍କିତ କାଗଜରେ ଦସ୍ତଖତ କରିବାବେଳେ ସତର୍କତା ଅବଲମ୍ୱନ କରନ୍ତୁ । ପାରିବାରିକ ଜୀବନ ସୁଖମୟ ହୋଇପାରେ । ଆଜିର ଦିନରେ ଯଦି କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହାହେଲେ ଆଜିର ସନ୍ଧ୍ୟାଟି ଆପଣଙ୍କ ପାଇଁ ଉତ୍କଷ୍ଟ ସମୟ ହେବ । ଆପଣ ନିଜର ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ ।
ବୃଷ:ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ହୋଇପାରେ ।ଆପଣଙ୍କ ପରିବାର ଏବଂ ସନ୍ତାନ ବିଷୟରେ ଭଲ ଖବର ପାଇପାରନ୍ତି । ଆଜିର ଦିନରେ ଆପଣ ଆପଣଙ୍କର ପିଲାଦିନର ସାଙ୍ଗମାନଙ୍କ ସହ ମିଶିପାରନ୍ତି ଏବଂ ଆପଣଙ୍କର ସ୍କୁଲ ଦିନର କଥା ମନେ ପକାଇ ଅତି ଖୁସି ଅନୁଭବ କରିବେ । ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଆଜିର ଦିନଟି କଷ୍ଟଦାୟକ ହୋଇପାରେ । ଏଣୁ ପୁଞ୍ଜି ନିବେଶ କରୁଥିବା ବେଳେ ସତର୍କତା ଅବଲମ୍ୱନ କରିବେ । ଆଇନ ସମ୍ୱନ୍ଧୀୟ ଘଟଣାରେ ଅଧିକ ସତର୍କତା ଅବଲମ୍ବନ କରିବେ ।
ମିଥୁନ:ଆଜିର ଦିନଟି ବ୍ୟବସାୟୀ ଓ ସେମାନଙ୍କ ବ୍ୟବସାୟ ପାଇଁ ଉତ୍କଷ୍ଟ ଅଟେ । ଆଜି ବ୍ୟବସାୟୀମାନଙ୍କ ବେଶ ଲାଭବାନ ହୋଇପାରନ୍ତି । ଅଫିସ କର୍ମଚାରୀଙ୍କ ଲାଗି ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ ଅଟେ । କର୍ମକ୍ଷେତ୍ରରେ ସେମାନଙ୍କ ପଦୋନ୍ନତି ହୋଇପାରେ । ଆଜିର ଦିନରେ ଆପଣ ନିଜର ବନ୍ଧୁମାନଙ୍କ ସହ ବାହାରକୁ କିମ୍ୱା ବଣଭୋଜି କରିବାକୁ ଯାଇପାରନ୍ତି । ଅର୍ଥଲାଭ ମଧ୍ୟ ହୋଇପାରେ ।
କର୍କଟ:ଆଜି ଦିନର ପ୍ରତି ଘଣ୍ଟାରେ ଏହା କ୍ରମଶଃ ଶୁଭଫଳ ପାଇପାରନ୍ତି । ଆପଣ ପାକସ୍ଥଳୀ ଜନିତ ଯନ୍ତ୍ରଣା ଭୋଗିପାରନ୍ତି । ମଧ୍ୟାହ୍ନ ପରେ ଆପଣଙ୍କ ଅସୁସ୍ଥ ଶରୀର ଧିରେ ଧିରେ ସୁସ୍ଥ ହେବ ।ମାନସିକ ଶାନ୍ତି ପାଇବାକୁ ଧ୍ୟାନ ଓ ଯୋଗ କରନ୍ତୁ । ଆପଣ ଶରୀର ପାଇଁ ହିତକାରୀ ଖାଦ୍ୟ ଖାଆନ୍ତୁ । ଆପଣଙ୍କର ଆତ୍ମବିଶ୍ୱାସ ଦୃଢ ହେବ ଏବଂ ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧି ପାଇବ । ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇପାରନ୍ତି ।
ସିଂହ:ଆଜି ଦିନରେ ଆପଣ ମିଶ୍ର ଫଳ ପାଇବେ । ଆଜି ଆପଣ ନିଜକୁ ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରଖନ୍ତୁ । ନଚେତ ଅସୁବିଧାରେ ପଡିପାରନ୍ତି । ଆଜି ଆପଣ ନିଜ ଅଫିସରେ ମନ ଲଗାଇ କାମ କରନ୍ତୁ । ଆପଣଙ୍କୁ ଆଜି ଅର୍ଥଲାଭ ହୋଇପାରେ । ନିଜର ପ୍ରତିଦ୍ୱନ୍ଦୀଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁନାହିଁ । ନମ୍ର ଓ ଶାନ୍ତ ରୁହନ୍ତୁ । ନିଜର କ୍ରୋଧକୁ ଆୟତ୍ତକରନ୍ତୁ ନଚେତ ସମସ୍ୟାର ସମ୍ମୁଖୀନ ହେବେ ।
କନ୍ୟା:ଆଜିର ଦିନଟିଆପଣଙ୍କ ପାଇଁ ଶୁଭଙ୍କର ଅଟେ । ବନ୍ଧୁଙ୍କ ସହ ଆନନ୍ଦମୟ ଏବଂ ଖୁସି ସମୟ କଟାଇପାରନ୍ତି । ଆଜି ନିଜର ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଚିକିତ୍ସା ପାଇଁ କିଛି ଅର୍ଥ ଖର୍ଚ୍ଚ କରିପାରନ୍ତି।