ମେଷ: ଆଜିଆପଣଙ୍କ ଦିନଟି ଶୁଭରେ କଟିବ । ସାଧାରଣତଃ ମାନସିକ ଏବଂ ଶାରୀରିକ ସୁସ୍ଥତା ରହିବ। ନିଜର କାର୍ଯ୍ୟ ହାସଲ କରିବେ। ଭଗବାନଙ୍କ କୃପା ଆପଣଙ୍କ ଉପରେ ରହିବ ଏବଂ ପ୍ରିୟଜନମାନଙ୍କ ସହ ଖୁସିରେ ଦିନ କାଟିବେ । ବନ୍ଧୁ ବାନ୍ଧବଙ୍କ ଆଗମନରେ ଦିନଟି ଆନନ୍ଦରେ ଅତିବାହିତ ହେବ ।
ବୃଷ:ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହଁ । ଆଜି କୌଣସି ସମାସ୍ୟା ନେଇ ଆପଣଙ୍କର ମନ ବିଚଳିତ ରହିବ । କର୍ମରେ ଆଗେଇବାରେ ଇଚ୍ଛା ଥିଲେ ବି ପାରିବେ ନାହିଁ ।ପାରିବାରିକ ଅଶାନ୍ତି ଯୋଗୁଁ ଚିନ୍ତାଗ୍ରସ୍ତ ରହିପାରନ୍ତି । ମାନସିକ ଅଶାନ୍ତି ଲାଗିରହିବ ଓ କାମରେ ବାଧା ଉପୁଜିବ । ଏଣୁ ସାବଧାନତାର ସହ ସମସ୍ତ କାର୍ଯ୍ୟର ସମଧାନ କରନ୍ତୁ।
ମିଥୁନ:ଆପଣଙ୍କ ପାଇଁ ଆଜିର ଦିନଟି ଲାଭପ୍ରଦ ହେବ ।ପ୍ରଚୁର ଅର୍ଥ ଲାଭ କରିବାର ସୁଯୋଗ ଅଛି । ଅବିବାହିତ ମାନେ ନିଜ ନିଜର ସାଥି ପାଇବାର ସମ୍ଭାବନା ଅଛି । ଅର୍ଥ ଅର୍ଜନ ସହ ସାଙ୍ଗ ମାନଙ୍କ ସହ ମୌଜ ମଜଲିସ କରିବେ ଏବଂ ସେମାନଙ୍କ ଦ୍ୱାରା ଆପଣଙ୍କୁ ସାହାଯ୍ୟ ମିଳିବ । ଆପଣ ନିଜ ସ୍ତ୍ରୀ/ସ୍ୱାମୀ ତଥା ପିଲାମାନଙ୍କ ଠାରୁ ମଧ୍ୟ ସାହାଯ୍ୟ ପାଇବେ । ନିଜ ପିଲାଙ୍କଠାରୁ ଭଲ ଖବର ପାଇବେ । ନିଜ କାମରୁ ଶୁଭ ଫଳ, ସମସ୍ତ ଦିଗରୁ ଶୁଭ ଖବର ତଥା ନିଜର ପ୍ରିୟ ସାଙ୍ଗଙ୍କ ସହ ଖୁସିରେ ଦିନଟି ଅତିବାହିତ କରିବେ ।
କର୍କଟ: ଆଜି ଦିନଟିରେ ମନ ଭଲ ରହିବ । ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ରହିବେ । ଉପରସ୍ଥ କର୍ମଚାରୀ ମାନେ ଖୁସି ରହିବେ । ପଦୋନ୍ନତି ହେବାର ଆଶା ଅଛି । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରନ୍ତି । ନିଜ ପରିବାର ବର୍ଗଙ୍କ ସହ ମଧ୍ୟ ଖୋଲା ଖୋଲି ଭାବରେ କିଛି ଆଲୋଚନା କରିବେ । ଘର ସାଜସଜ୍ଜାରେ ମନ ନିବେଶ କରିବେ ।ଅଫିସ୍ କାମରେ ଦୂର ଯାତ୍ରା କରିପାରନ୍ତି । ମା'ଙ୍କ ସହ ସମ୍ପର୍କ ନିବିଡ ହେବ । ସରକାରୀ ସ୍ତରରୁ ସୁବିଧା ଆଶା କରାଯାଇଛି । ଦିନ ସାରା ଆପଣଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବ ।
ସିଂହ:ଆଜି ଆପଣଙ୍କର ଦିନଟି ମଧ୍ୟମ ଫଳ ଦେବ । ଆପଣଙ୍କ ଉଦ୍ୟମ ଫଳରେ କାର୍ଯ୍ୟରେ ସଫଳତା ହାସଲ କରିବାରେ ସକ୍ଷମ ହେବେ । ଆପଣଙ୍କ ଚିନ୍ତା ବର୍ଣ୍ଣବାଚ୍ୟ ହେବ । ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଦୂର ଯାତ୍ରା ପାଇଁ ଯୋଜନା କରିପାରନ୍ତି । କୌଣସି କାରଣରୁ ରାଗିପାରନ୍ତି । ବିଦେଶୀ ବନ୍ଧୁଙ୍କ ଠାରୁ ସାହାଯ୍ୟ ପାଇବେ । ପିଲାଙ୍କ ଠାରୁ ଶୁଭ ଖବର ପାଇବେ । ମାନସିକ ଚିନ୍ତା ଲାଗିରହିବ । ପିଲାଙ୍କ ପାଇଁ ଚିନ୍ତା ବଢିବ । ବ୍ୟବସାୟୀମାନେ ବାଧାର ସମ୍ମୁଖିନ ହେବେ ।
କନ୍ୟା: ନୂତନ କାର୍ଯ୍ୟରମ୍ଭ ପାଇଁ ଦିନଟି ଶୁଭଙ୍କର ଅଟେ । ଶରୀରର ଯତ୍ନ ନିଅନ୍ତୁ । ବାସି ଖାଦ୍ୟ ତଥା ରେଷ୍ଟୁରାଣ୍ଟର ଖାଦ୍ୟ ପ୍ରତି ସତର୍କ ରୁହନ୍ତୁ । ନିଜ ପରିବାର ବର୍ଗଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ପାଣି, ନଦୀ,ପୋଖରୀ ଠାରୁ ଦୂରେଇ ରୁହନ୍ତୁ । ଅସାମାଜିକ କାର୍ଯ୍ୟରୁ ନିବୃତ ରୁହନ୍ତୁ ।