ହାଇଦ୍ରାବାଦ:ଆସନ୍ତା ୨୯ ମାର୍ଚ୍ଚ ୨୦୨୫ରେ ଏକ ବଡ଼ ଜ୍ୟୋତିର୍ବିଜ୍ଞାନ ଘଟଣା ଘଟିବାକୁ ଯାଉଛି । ଯାହା ଜ୍ୟୋତିଷଶାସ୍ତ୍ର ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ଦିନ, ନ୍ୟାୟ ଏବଂ କର୍ମର ଭଗବାନ ଶନିଦେବ ରାଶି ପରିବର୍ତ୍ତନ କରିବେ । କୁମ୍ଭ ରାଶି ଛାଡି ମୀନ ରାଶିରେ ପ୍ରବେଶ କରିବେ ଶନିଦେବ । ଏହି ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ଜ୍ୟୋତିଷ ଘଟଣା ହେବ । ଯାହା ସମସ୍ତ ୧୨ଟି ରାଶିକୁ ଭିନ୍ନ ଭିନ୍ନ ଭାବରେ ପ୍ରଭାବିତ କରିବ । ତେବେ ଏହିଦିନ କେବଳ ଶନିଦେବ ରାଶି ପରିବର୍ତ୍ତନ କରିବେ ତାହା ନୁହେଁ ବରଂ ଏହି ଦିନ ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିବାକୁ ଯାଇଛି । ଯାହ ହେଉଛି ୨୦୨୫ ବର୍ଷର ପ୍ରଥମ 'ସୂର୍ଯ୍ୟପରାଗ'।
ଶନିଙ୍କ ଗୋଚର ଏବଂ ସୂର୍ଯ୍ୟପରାଗ ସମୟ:
ଦିଲ୍ଲୀର ଜ୍ୟୋତିଷ ପଣ୍ଡିତ ଆଦିତ୍ୟ ଝାଙ୍କ କହିବା ଅନୁସାରେ, ଶନି ୨୯ ମାର୍ଚ୍ଚ ରାତି ୧୦.୦୭ରେ ମୀନ ରାଶିରେ ପ୍ରବେଶ କରିବେ । ସେପଟେ ଭାରତୀୟ ସମୟ ଅନୁଯାୟୀ, ଆଂଶିକ ସୂର୍ଯ୍ୟପରାଗ ୨୯ ମାର୍ଚ୍ଚ ଅପରାହ୍ନ ୨.୨୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୧୩ରେ ଶେଷ ହେବ । ଏହି ବିରଳ ସଂଯୋଗରେ, ଶନିଙ୍କ ରାଶି ପରିବର୍ତ୍ତନ ଏବଂ ସୂର୍ଯ୍ୟପରାଗ ଗୋଟିଏ ଦିନରେ ପଡୁଛି ।
ଏହି ରାଶି ଉପରକୁ ଆସିପାରେ ବିପଦ:
- ମୀନ ରାଶି ଉପରେ ସବୁଠାରୁ ଅଧିକ ପ୍ରଭାବ:
ଜ୍ୟୋତିଷଙ୍କ କହିବା ଅନୁସାରେ, ମୀନ ରାଶିର ଲୋକମାନେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ପୁରୁଣା ରୋଗ ପୁନର୍ବାର ଦେଖାଦେଇପାରେ । କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିପାରେ । ଚାକିରି ପରିବର୍ତ୍ତନ କିମ୍ବା ଚାପର ସମ୍ଭାବନା ରହିଛି । ଏହି ସମୟରେ କୌଣସି ନୂତନ ନିବେଶ କରିବାରୁ ଦୂରେଇ ରହିବା ଉଚିତ । ଟଙ୍କା ସମ୍ବନ୍ଧୀୟ ମାମଲାରେ ମନ ଅସ୍ଥିର ରହିପାରେ।
- ମେଷ ରାଶି ଉପରେ ସୂର୍ଯ୍ୟ ପରାଗ ପ୍ରଭାବ: