ଓଡିଶା

odisha

By ETV Bharat Odisha Team

Published : Mar 16, 2024, 2:24 PM IST

ETV Bharat / bharat

ଖାକିରେ ଦୁଷ୍କର୍ମ ଦାଗ, ମହିଳା କନଷ୍ଟେବଳଙ୍କୁ ପୋଲିସର ଦୁଷ୍କର୍ମ ଅଭିଯୋଗ

Jalaun Female Constable Case: ମହିଳା କନଷ୍ଟେବଳଙ୍କୁ ପୋଲିସର ଦୁଷ୍କର୍ମ ଅଭିଯୋଗ । ଜୀବନକୁ ମାରି ଦେବାକୁ ଦେଉଥିଲା ଧମକ । ଅଧିକ ପଢନ୍ତୁ

ଖାକିରେ ଦୁଷ୍କର୍ମର ଦାଗ
ଖାକିରେ ଦୁଷ୍କର୍ମର ଦାଗ

ଲକ୍ଷ୍ନୌ:ରକ୍ଷକ ସାଜିଲା ଭକ୍ଷକ । ଖାକିରେ ଲାଗିଲା କଳଙ୍କର ଦାଗ । ଜଣେ ମହିଳା କନଷ୍ଟେବଳଙ୍କୁ ଜଣେ ପୋଲିସ ଅଧିକାରୀଙ୍କ ଦୁଷ୍କର୍ମ ଅଭିଯୋଗ । ଉତ୍ତର ପ୍ରଦେଶର ଜଲଉନ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ପୋଲିସ ଅଧିକାରୀ ଜଣେ ମହିଳା କନଷ୍ଟେବଳଙ୍କୁ ଦୁଷ୍କର୍ମ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହି ଖବର ସାମ୍ନାକୁ ଆସିବା ପରେ ପୋଲିସ ବିଭାଗରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ପୀଡିତ ମହିଳା କନଷ୍ଟେବଳ ଏହି ଘଟଣା ବିଷୟରେ ଉଚ୍ଚପଦାଧିକାରୀଙ୍କୁ କହିବା ପରେ ମାମଲା ରୁଜୁ ହୋଇଛି । ତେବେ ପୋଲିସ ଅଧିକାରୀ ଜଣକ ବାରମ୍ବାର ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ମହିଳା କନଷ୍ଟେବଳ ଜଣକ ଏତଲାରେ ଉଲ୍ଲେଖ କରିଛନ୍ତି ।

ତେବେ ମହିଳା କନଷ୍ଟେବଳଙ୍କ ଅଭିଯୋଗ ଅନୁସାରେ, "ପୋଲିସ ଅଧିକାରୀ ଜଣକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଛନ୍ତି । ପୋଲିସ ଲାଇନରେ ବର୍ତ୍ତମାନ ଅଭିଯୋଗକାରୀ ପୋଲିସର ପୋଷ୍ଟିଂ ହୋଇଛି । ମୋର ମଧ୍ୟ ପୋଷ୍ଟିଂ ସେହି ସ୍ଥାନରେ ହୋଇଥିଲା । ମୁଁ ସେଠାରେ ଜଣେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲି ।" ତେବେ କନଷ୍ଟେବଳ ଜଣକ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତାଙ୍କ ବିରୋଧରେ ରିପୋର୍ଟ ପଞ୍ଜିକୃତ ହୋଇଛି ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି ଇରାଜ ରାଜା ।

ଏହା ମଧ୍ୟ ପଢନ୍ତୁ:ଖାକିରେ ଦାଗ, ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ଏଏସଆଇ ଗିରଫ

ଏହା ମଧ୍ୟ ପଢନ୍ତୁ: ଖାକିରେ ଦୁର୍ନୀତିର ଦାଗ, ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡିଲେ ହରଭଙ୍ଗା ଥାନା ଅଧିକାରୀ

ତେବେ ମହିଳା କନଷ୍ଟେବଳ ଜଣକ ଆହୁରି ମଧ୍ୟ ଅଭିଯୋଗ କରି କହିଛନ୍ତି, ମୋତେ ଦୁଷ୍କର୍ମ କରାଯିବା ସମୟରେ ମୁଁ ଅନେକବାର ଅଭିଯୋଗ କରିବା ପାଇଁ ଚେଷ୍ଟା କରିଥିଲି । କିନ୍ତୁ ଅଭିଯୋଗ କଲେ ହତ୍ୟା ଧମକ ମିଳୁଥିଲା । ଜୀବନରୁ ମାରିଦେବାକୁ କୁହାଯାଇଥିଲା । ଜଣେ କନଷ୍ଟେବଳଙ୍କୁ ଦୁଷ୍କର୍ମ ଘଟଣା ଯୋଗୁଁ ପୋଲିସ ବିଭାଗରେ ଉତ୍ତେଜନା ଦେଖାଦେଇଛି । ଯେତେବେଳେ ଜଣେ ମହିଳା ପୋଲିସ ଅଧିକାରୀ ସୁରକ୍ଷିତ ନାହାନ୍ତି ସେତେବେଳେ ଜଣେ ସାଧାରଣ ମହିଳା କିଭଳି ସୁରକ୍ଷିତ ରହିପାରିବ । କେତେ ସୁରକ୍ଷିତ ସାଧାରଣ ମହିଳା ? ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details