ନୂଆଦିଲ୍ଲୀ:ଯଦି ଆପଣ ରାସନକାର୍ଡ ହିତାଧିକାରୀ, ତେବେ ଆପଣଙ୍କ ପାଇଁ ଏହି ଖବର । ରାସନକାର୍ଡର ଭେରିଫିକେସନ କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଛି । ଏଥି ପାଇଁ ହିତାଧିକାରୀମାନେ ରାସନକାର୍ଡରେ ଆଧାରକାର୍ଡ ସଂଯୋଗ କରିବେ । ଯଦି ଆପଣ ଏହା ନ କରନ୍ତି ତେବେ ରାସନ ପାଇବାରୁ ଆପଣ ବଞ୍ଚିତ ହେବେ । କେନ୍ଦ୍ର ସରକାର ରାସନକାର୍ଡରେ ଆଧାର ସଂଯୋଗ କରିବାର ସମୟ ସୀମାକୁ ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଆଧାର ସଂଯୋଗ ପାଇଁ ଜୁନ୍ 30 ଶେଷ ତାରିଖ ରହିଥିଲା । କିନ୍ତୁ ଏହାକୁ ଆଉ ତିନି ମାସ ବୃଦ୍ଧି କରାଯାଇଛି । ରାସନକାର୍ଡର ଅପବ୍ୟବହାରକୁ ରୋକିବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।
ଦେଶରେ ରାସନ କାର୍ଡର ଅପବ୍ୟବହାର କରାଯାଉଥିବାରୁ କେନ୍ଦ୍ର ସରକାର ଆଧାରକାର୍ଡକୁ ରାସନକାର୍ଡ ସହ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନେକ ହିତାଧିକାରୀ ଏହା କରିସାରିଥିବା ବେଳେ ଯେଉଁମାନେ କରିନାହାନ୍ତି ସେମାନଙ୍କ ପାଇଁ କେନ୍ଦ୍ର ସରକରା ପୁନର୍ବାର ସମୟସୀମା ବୃଦ୍ଧି କରିଛନ୍ତି । କିଛି ସ୍ଥାନରେ ମୃତବ୍ୟକ୍ତି ତଥା ବାହାର ଲୋକ ମଧ୍ୟ ରାସନକାର୍ଡରେ ରାସନ ନେଉଛନ୍ତି । ତେଣୁ ସରକାର ହିତାଧିକାରୀଙ୍କ ଇ-କେଓ୍ବାସି କରାଉଛନ୍ତି । ଏହାପରେ ମୃତ ବ୍ୟକ୍ତିଙ୍କ ନାମରେ ରହିଥିବା ରାସନ କାର୍ଡ ହଟାଇ ଦିଆଯିବ ଏବଂ ଯେଉଁ ପରିବାରରେ ଯେତିକି ସଦସ୍ୟ ରହୁଛନ୍ତି ସେହି ଅନୁଯାୟୀ ରାସନ ପ୍ରଦାନ କରାଯିବ ।
ଏହା ମଧ୍ୟ ପଢନ୍ତୁ-ସାଇବର କାଫେରୁ ଆଧାରକାର୍ଡ ବାହାର କରୁଥିଲେ ସାବଧାନ !