ଓଡିଶା

odisha

ଜୁନ 30 ରବିବାର ରାଶିଫଳ: ଏହି ରାଶିର ବ୍ୟକ୍ତିଙ୍କ ବଢିବ ଖର୍ଚ୍ଚ, ଏମାନେ ହେବେ ମାଲାମାଲ - Horoscope Of 30 June

By ETV Bharat Odisha Team

Published : Jun 30, 2024, 12:00 AM IST

Today Rashiphala Horoscope 30 June Sunday: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା ? କେଉଁ ରାଶିର ବ୍ୟକ୍ତଙ୍କ ଭାଗ୍ୟରେ ରହିଛି ଧନ ଯୋଗ । କେଉଁମାନେ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଦରକାର ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: କମ୍‌ ସମୟ ମଧ୍ୟରେ ଅଧିକ ଲାଭ ପାଇବେ । ମାତ୍ର ଅତ୍ୟଧିକ ଲୋଭ କରନ୍ତୁ ନାହିଁ । ଆଜି ସମସ୍ତ ପ୍ରକାର ଆଇନଗତ କାର୍ଯ୍ୟକଳାପରୁ ଦୁରେଇ ରୁହନ୍ତୁ । ଆର୍ଥିକ କାରବାର କରିବା ବେଳେ ସାବଧାନତା ଅବଲମ୍ବନ କରିବେ । ଆଜି ଆପଣଙ୍କର ଏକାଗ୍ରତାରେ ହାନି ହୋଇପାରେ । ଫଳରେ ଆପଣ ଆପଣଙ୍କ କାର୍ଯ୍ୟରେ ଅତି ଉତ୍ତମ ପ୍ରଦର୍ଶନ କରିପାରିବାରେ ସକ୍ଷମ ହୋଇ ନପାରନ୍ତି । ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ମନୋଭାବର ହେବେ । ଧ୍ୟାନ ସହକାରେ କାର୍ଯ୍ୟ କଲେ ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରେ । ପିଲାମାନଙ୍କ ସ୍ବାସ୍ଥ୍ୟକୁ ନେଇ ସାମାନ୍ୟ ଚିନ୍ତିତ ରହିପାରନ୍ତି । ପରିବାର ଲୋକଙ୍କ ସହ ସହନଶୀଳ ବ୍ୟବହାର କରନ୍ତୁ । ବିଦ୍ୟାର୍ଥୀମାନଙ୍କ ପାଇଁ ଦିନଟି ସେତେ ଭଲ ନ ରହିଲେ ବି ନିଜର ଇଚ୍ଛାଶକ୍ତି ବଳରେ କଠିନକୁ ବି ସରଳ କରିପାରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ:ଆଜି ଆପଣଙ୍କୁ ଦୁଇ ପ୍ରକାରର ସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ । ଦିନ ପ୍ରଥମାର୍ଦ୍ଧରେ ଆପଣ ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ବ୍ୟବସାୟ ବନ୍ଧନରେ ବାନ୍ଧି ହୋଇପାରନ୍ତି । ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ବଣଭୋଜି କରିବାକୁ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି । ବିଶେଷତଃ ପିଲାମାନଙ୍କ ସହ ମିଶି ଆପଣ ଅଧିକ ଉତ୍‍ଫୁଲ୍ଳିତ ରହିବେ । ଦିବସର ଦ୍ବିତୀୟାର୍ଦ୍ଧରେ ଗ୍ରହମାନଙ୍କ କୁପ୍ରଭାବରେ ଆପଣଙ୍କ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଆପଣ ନିଜକୁ ଦୁର୍ବଳ ଓ ଶିଥିଳ ଅନୁଭବ କରିବେ । ଉତ୍କଣ୍ଠା ବୃଦ୍ଧି ପାଇପାରେ । ପରିବାରର ସଦସ୍ୟଙ୍କ ସହ ମନୋମାଳିନ୍ୟ ପରିବାରର ବାତାବରଣକୁ ନଷ୍ଟ କରିପାରେ । ଏହି ପରିସ୍ଥିତିରୁ ନିଜକୁ ରକ୍ଷା କରିବା ପାଇଁ ଏବଂ ଶାନ୍ତ ବାତାବରଣକୁ ପୁନର୍ବାର ଫେରାଇ ଆଣିବାକୁ ଆପଣ ନିଜର କ୍ରୋଧରେ ସଞ୍ଜମତା ରଖନ୍ତୁ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । କୌଣସି ପ୍ରକାରର ବଡ଼ କାର୍ଯ୍ୟ କରୁଥିଲେ ସତର୍କ ରୁହନ୍ତୁ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦୁନଟି ମିଶ୍ରିତ ଫଳ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ:ଆଜି ଦିନଟି ଅତି ଆନନ୍ଦ ଉଲ୍ଲାସରେ କଟିବ । କାର୍ଯ୍ୟସ୍ଥଳରେ ସିନିଅର୍‌ମାନେ ଆପଣଙ୍କ ଉପରେ ଖୁସି ହୋଇପାରନ୍ତି । ଏହା ପରିବେଶକୁ ଆପଣଙ୍କ ପାଇଁ କାର୍ଯ୍ୟ ଅନୁକୂଳ କରିପାରେ । ଏହି ସମୟରେ ବ୍ୟବସାୟରେ ଥିବା ବ୍ୟକ୍ତିମାନଙ୍କ ପାଇଁ କେବଳ ଯେ ଲାଭ ବଢିବ ତାହା ନୁହେଁ ଏହା ଆପଣଙ୍କର ବାକି ପଡିଥିବା ଟଙ୍କାକୁ ଫେରି ପାଇବେ । କର୍ମଚଞ୍ଚଳ ରହିବେ । କାର୍ଯ୍ୟେର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ମଧୁର କଥାରେ ପରକୁ ଆପଣାର କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇ ଆର୍ଥିକ ସ୍ଥିତିକୁ ଦୃଢ଼ ହେବ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନଟି ଭଲରେ କଟିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ:ଦିନର ପ୍ରଥମାର୍ଦ୍ଧରେ ଆପଣ ଅଧିକ ଚିନ୍ତାରେ ରହିପାରନ୍ତି । ଆପଣ କାର୍ଯ୍ୟ କ୍ଷେତ୍ରରେ ଅସ୍ଥାୟୀ ଭାବରେ ଅସୁବିଧାରେ ପଡି ପାରନ୍ତି । ଏହା ଆପଣଙ୍କୁ ବିରକ୍ତିକର କରିପାରେ । କାହାରି ସହିତ ବିଶେଷ କରି ଆପଣଙ୍କ ସିନିଅର୍‌ଙ୍କ ସହ କାର୍ଯ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିବରଣୀ ଦେଇ କଥାବାର୍ତ୍ତା କରନ୍ତୁ ନାହିଁ । ଆପଣ ପେଶାଗତ ସଂପର୍କ ହରାଇ ପାରନ୍ତି । ଅବଶ୍ୟ ଦିନର ଶେଷ ଆଡକୁ ଏହି ପରିସ୍ଥିତି ବଦଳିଯାଇପାରେ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି କିଛି ସମୟ ପରେ ସୁଧାର ଆସିବ । ସ୍ବାସ୍ଥ୍ୟ ରକ୍ଷା ପ୍ରତି ଅଧିକ ଧ୍ୟାନ ଦେବେ । ଖର୍ଚ୍ଚ କରିବା ସମୟରେ ଦେଖିଚାହିଁ ଖର୍ଚ୍ଚ କରନ୍ତୁ । ଆଜି ଖାଦ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଦେଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ:ଆଜି ଦିନଟି ଦୁଃଖମୟ ରହିବ । ଆପଣଙ୍କ ଶରୀର, ରାଗ ଏବଂ କଥା ପ୍ରତି ଯତ୍ନବାନ ହୁଅନ୍ତୁ । ପରିବାର ଭିତରେ ଦ୍ବନ୍ଦର ଆଶଙ୍କା ଅଛି । ତେଣୁ ପରିସ୍ଥିତିକୁ ବିଜ୍ଞତାର ସହିତ ଶାନ୍ତ ରହି ହ୍ୟାଣ୍ଡେଲ୍‌ କରନ୍ତୁ । ଯଦି ସମ୍ଭବ, ବେଆଇନ୍‌ କାର୍ଯ୍ୟକଳାପ କିମ୍ବା ଅନୈତିକ କାର୍ଯ୍ୟ ଠାରୁ ଦୂରେଇ ରୁହନ୍ତୁ । ଯାହାକି ଆପଣଙ୍କୁ ହଇରାଣରେ ପକାଇଦେଇପାରେ । ଆପଣଙ୍କ ସହ କଥାବାର୍ତ୍ତା ଏକ ଗଭୀର ଯୁକ୍ତିତର୍କ ଆଡକୁ ବାଟ ଦେଖେଇଥାଏ । ଦାମ୍ପତ୍ୟ ଜୀବନରେ କଳହ ଦେଖାଦେଇପାରେ । ପରିବାର ଜନଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ । ପରିବାର ଲୋକଙ୍କ ସହ ମନୋମାଳିନ୍ୟ ହୋଇପାରେ । ବିଦ୍ୟାର୍ଥୀ ପାଠପଢାରେ ଅନାଗ୍ରହ ପ୍ରକାଶ କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆପଣ ନିଜକୁ କଳା ଜଗତରେ ସକ୍ରିୟ ଭାବରେ ବ୍ୟସ୍ତ ରଖିବେ ଏବଂ ସାମାଜିକ ଜୀବନରେ ବହୁ ଅନୁଷ୍ଠାନ ସହିତ ଜଡିତ ରହି ସମୟ କାଟିବେ । ଏହାଦ୍ବାରା ଆପଣଙ୍କ ସମ୍ମାନ ବୃଦ୍ଧି ପାଇବା ସହିତ ଯଶ ବୃଦ୍ଧି ଘଟିବ । ଆପଣଙ୍କ ବୃତ୍ତିରେ ଆପଣଙ୍କ ଅଂଶୀଦାର ବ୍ୟବସାୟୀମାନେ ଆପଣଙ୍କ ଆଡକୁ ସହଯୋଗର ହାତ ବଢାଇବେ ଏବଂ ଆପଣ ଅର୍ଥଲାଭ କରିବେ । ଆଜି ଆପଣ ଦିନର ଅଧିକାଂଶ ସମୟ ମନୋରଞ୍ଜନ ଓ ଆମୋଦ ପ୍ରମୋଦରେ କାଟିପାରନ୍ତି । ମଧ୍ୟାହ୍ନ ପରେ ଆପଣଙ୍କର ସ୍ବାସ୍ଥ୍ୟରେ ଅବନତି ମଧ୍ୟ ଘଟିପାରେ, ତେଣୁ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଧ୍ୟାନ, ପ୍ରାର୍ଥନା ଓ ଯୋଗ କଲେ ମାନସିକ ଶାନ୍ତି ପାଇବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆଜି ଦିନଟି ଶୁଭଫଳ ପ୍ରଦାନ କରିବ । ଆପଣ ନିଜର ଆତ୍ମବିଶ୍ବାସ ଓ ଦୃଢ ମନୋବଳ ଯୋଗୁଁ ସବୁକାର୍ଯ୍ୟରେ ସଫଳତା ଅର୍ଜନ କରିବେ । ମାତ୍ର ଆପଣ ଅତ୍ୟଧିକ ଖୁସି ହୁଅନ୍ତୁ ନାହିଁ | କାରଣ ଏହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ପାରିବାରିକ ପରିବେଶ ଶାନ୍ତ ଓ ପ୍ରୀତିଦାୟକ ହୋଇପାରେ, ମାତ୍ର ଆପଣ ନିଜର ଉତ୍ତେଜନା ଓ ବାର୍ତ୍ତାଳାପର ଶୈଳୀକୁ ଆୟତ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଆଜି ଦିନଟି ଶିଳ୍ପୀମାନଙ୍କ ପାଇଁ ସର୍ବୋତ୍କୃଷ୍ଟ ଦିନ । ସେମାନେ ନିଜର ଆକର୍ଷଣୀୟ କଳାକୃତ୍ତିକୁ ଦର୍ଶକଙ୍କ ନିକଟରେ ପ୍ରଦର୍ଶନ କରି ନିଜକୁ ଗୌରବନ୍ବିତ ମନେ କରିପାରନ୍ତି । ବନ୍ଧୁମାନଙ୍କ ଗହଣରେ ଆପଣ ଦିନଟିକୁ ଆମୋଦ ପ୍ରମୋଦରେ ସମୟ କାଟିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀ ଉଚ୍ଚ ଶିକ୍ଷାରେ ମନ ନିବେଶ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା:ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ । କର୍ମକ୍ଷେତ୍ର ଉଜ୍ଜ୍ବଳମୟ ହେବ । ଆପଣ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇ ଦିନଟିର ଅଧିକାଂଶ ସମୟ ପ୍ରୁସ୍ତକ ପଢ଼ିବାରେ କଟାଇବେ । ଯେଉଁ ବିଦ୍ୟାର୍ଥୀମାନେ ଶିକ୍ଷା ଜଗତରୁ ବିଦାୟ ନେଇସାରିଛନ୍ତି, ସେହିମାନଙ୍କ ପାଇଁ ଏହା ଶୁଭ ସଂକେତ ଅଟେ । ଗ୍ରହମାନଙ୍କ ଶୁଭ ଦୃଷ୍ଟିରୁ ପୁଞ୍ଜି ଲଗାଣକାରୀମାନେ ଆଜି ଯାହାକୁ ସ୍ପର୍ଶ କରିବେ, ତାହା ସ୍ୱର୍ଣ୍ଣରେ ପରିଣତ ହୋଇପାରେ । ଦିନ ତମାମ ଆପଣ ନିଜର ଆତ୍ମବିଶ୍ବାସ ଓ ଦୃଢ ମନୋବଳ ଥିବାରୁ ଯେ କୌଣସି କାର୍ଯ୍ୟକୁ ବିନା ପ୍ରତିବନ୍ଧକରେ ସମ୍ପୂର୍ଣ୍ଣ କରିପାରନ୍ତି । ଶାରୀରିକ ସୁସ୍ଥତା ବଜାୟ ରହିବ । ଆଚରଣ ଓ ଉଚ୍ଚାରଣର ଶୁଦ୍ଧତା ଆପଣଙ୍କୁ ମହାନ୍‌ କରିବ । ଆଜି ଆପଣ ଧୈର୍ଯ୍ୟଧରି ଶୁଭ ସମୟକୁ ଅପେକ୍ଷା କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଆପଣଙ୍କୁ ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବାକୁ ପଡିବ । ଆପଣଙ୍କ ମାଆଙ୍କର ଶାରୀରିକ ଅସୁସ୍ଥତା, ପରିବାରରେ ଅଶାନ୍ତ ପରିବେଶ ଆପଣଙ୍କ ମନକୁ ଭାରାକ୍ରାନ୍ତ କରିପାରେ । ତେଣୁ ଧୈର୍ଯଧରି ଶୁଭ ସମୟକୁ ଅପେକ୍ଷା କରନ୍ତୁ । ନଚେତ୍‍ ଏହାର କୁପ୍ରଭାବ ଆପଣଙ୍କ ମନ ଓ ଶରୀରକୁ ଅସୁସ୍ଥ କରିପାରେ । ଆର୍ଥିକ କ୍ଷତି ସହିବାକୁ ପଡିପାରେ । ମଧ୍ୟାହ୍ନ ପରେ ପରିସ୍ଥିତି ଶାନ୍ତ ହୋଇପାରେ ଏବଂ ମାନସିକ ଦୁଃଶ୍ଚିନ୍ତାରୁ ଆପଣ ମୁକ୍ତି ହୋଇପାରନ୍ତି । ଆପଣ ନିଜକୁ ସୃଜନଶୀଳ କାର୍ଯ୍ୟରେ ଲିପ୍ତ ରହିବାକୁ ଆଗ୍ରହୀ ହୋଇପାରନ୍ତି । ଆପଣଙ୍କ ଶାରୀରିକ ସୁସ୍ଥତା ବଜାୟ ରହିବ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଫଳଦାୟକ ରହିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର:ଦିନର ପ୍ରଥମାର୍ଦ୍ଧରେ ଖୁସିର ଲହର ଖେଳିବା ବେଳେ ଦ୍ବିତୀୟାର୍ଦ୍ଧରେ କିଛି ସମସ୍ୟା ଘଟିପାରେ । ପରିବାରର ପରିବେଶ ଶାନ୍ତ ଓ ପ୍ରୀତିପଦ ଥିବାରୁ ଆପଣ ଥଟ୍ଟା ତମସା ଓ ମୌଜ ମଜଲିସରେ ସେମାନଙ୍କର ସହ ସମୟ କାଟିବାକୁ ଚେଷ୍ଟା କରିବେ । ସାମାଜିକ କ୍ଷେତ୍ରରେ ବନ୍ଧୁବାନ୍ଧବଙ୍କ ସହ ଆତ୍ମୀୟତା ବୃଦ୍ଧି ପାଇବ । ବ୍ୟକ୍ତିଗତ ଜୀବନରେ ଆପଣଙ୍କ ଦକ୍ଷତା ଓ କର୍ମ କୁଶଳତା ପ୍ରଦର୍ଶିତ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ ଏବଂ ପ୍ରତିଦ୍ୱନ୍ଦୀଙ୍କୁ ପରାଜିତ କରିବେ । ମାତ୍ର ଅପରାହ୍ନରେ ପରିସ୍ଥିତିର ପରିବର୍ତ୍ତନ ଘଟିପାରେ । ଏକ ଦୁର୍ଘଟଣା ଘଟି ଜଣେ ପ୍ରିୟଜନ ଆଘାତ ହୋଇପାରନ୍ତି । ମାତ୍ର ନିଜର ସାହସୀ ମନକୁ ଦୁର୍ବଳ ହେବାକୁ ଦିଅନ୍ତୁ ନାହିଁ । ଆପଣଙ୍କ ମାଆଙ୍କର ଶାରୀରିକ ଅସୁସ୍ଥତା ଯୋଗୁଁ ଆପଣ ଚିନ୍ତାଗ୍ରସ୍ତ ରହିବେ । ସମ୍ପତ୍ତି ସମ୍ପର୍କିତ ଘଟଣାରେ ଆପଣ ସତର୍କତା ଅବଲମ୍ଵନ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ କଷ୍ଟଦାୟକ ହୋଇପାରେ । ଆଜି ଆପଣ ନିଜର ଉତ୍ତେଜିତ ମନକୁ ନିୟନ୍ତ୍ରଣ ନକଲେ ଆପଣଙ୍କୁ ନିଜ ଗୃହରେ ଏବଂ ଅଫିସରେ ଏହାର ପ୍ରଭାବ ଅନୁଭୂତ ହେବ । ବାର୍ତ୍ତାଳାପ କରିବା ପୂର୍ବରୁ ନିଜକୁ ସମୀକ୍ଷା କରନ୍ତୁ, କାରଣ କୌଣସି ଅପ୍ରିତିକର ପରିସ୍ଥିତିକୁ ନିଜର ମଧୁର ବଚନରେ ସମାଧାନ କରିପାରିବେ । ଦିନପ ଅଶାନ୍ତ ପ୍ରବାହ ଆପଣଙ୍କ ମନକୁ ଭାରାକ୍ରାନ୍ତ କରିପାରେ । ଅପରାହ୍ନରେ ଅବସ୍ଥାରେ ପରିବର୍ତ୍ତନ ଘଟିପାରେ । ଗୃହରେ ଶାନ୍ତ ପରିବେଶ ଜାରି ରହିବ ଏବଂ ବନ୍ଧୁତ୍ବପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ । ବୃତ୍ତିଗତ ଜୀବନରେ ସଫଳତାର ସହ ଆପଣ ନିଜ ଉପରେ ନିତ୍ୟ କର୍ମକୁ ସମ୍ପୂର୍ଣ୍ଣ କରି ଆତ୍ମସନ୍ତୋଷ ଲାଭ କରିବେ । ବିଦ୍ୟାର୍ଥୀଙ୍କ ପାଇଁ ଆଜିର ଦିନ ଭଲରେ କଟିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆଜି ଆପଣଙ୍କର ଅନୁକୂଳ ବାତାବରଣ ଦେଖାଦେବ । ତେଣୁ ଆପଣ ଅତ୍ୟନ୍ତ ଆନନ୍ଦ ଏବଂ ଆଗ୍ରହୀ ଅନୁଭବ କରିବେ । ଏହା ହେଉଛି ନୂତନ କାର୍ଯ୍ୟ ଆରମ୍ଭ କରିବାର ଉପଯୁକ୍ତ ମନୋଭାବ ଏବଂ ସମୟ । ଘରେ ଆପଣ ଆପଣଙ୍କ ନିଜ ଲୋକମାନଙ୍କ ସହ ଭଲ ଭାବରେ ସମୟ ବିତାଇବେ । ଆଉ ମଧ୍ୟ ଆପଣ ମନର ଶାନ୍ତି ପାଇଁ କିଛି ଧର୍ମାର୍ଥ କାର୍ଯ୍ୟ କରିପାରନ୍ତି କିନ୍ତୁ ଧ୍ୟାନ ରଖନ୍ତୁ ଆପଣଙ୍କ ଖର୍ଚ୍ଚ ଯେପରି ଅତ୍ୟଧିକ ହୋଇ ନଯାଏ । ସ୍ବାଭିମାନୀ ଓ ପ୍ରୟାସୀ ହୋଇପାରନ୍ତି । ଆଜି ଦାମ୍ପତ୍ୟ ଜୀବନ ହସ ଖୁସିରେ ଅତିବାହିତ ହେବ । ଘରକୁ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।

ABOUT THE AUTHOR

...view details