ଓଡିଶା

odisha

ଜୁନ ୨୮ ଶୁକ୍ରବାର ରାଶିଫଳ: ମିଥୁନ-କନ୍ୟା ରାଶି ବ୍ୟକ୍ତିଙ୍କ ଉପରେ ହେବ ଟଙ୍କା ବର୍ଷା, ସ୍ୱାସ୍ଥ୍ୟ ପ୍ରତି ସର୍ତକ ରୁହନ୍ତୁ ଏମାନେ - HOROSCOPE OF 28 JUNE

By ETV Bharat Odisha Team

Published : Jun 28, 2024, 12:00 AM IST

Updated : Jun 28, 2024, 2:31 PM IST

Today Rashiphala Horoscope 28 June: ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା କେଉଁ ରାଶି ବ୍ୟକ୍ତି ରହିବେ ସତର୍କ ? ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ଆଜି ଦିନଟିରେ ଆପଣ ପ୍ରଫୁଲ୍ଲ ରହିବେ । ଉତ୍ସାହ ଉଦ୍ଦୀପନା ସହ କାର୍ଯ୍ୟ କରିବା ପାଇଁ ଆଗେଇଯିବେ । ଆପଣଙ୍କୁ ପ୍ରତି କ୍ଷେତ୍ରରେ ସାହାଯ୍ୟ ମିଳିବ । ଗୃହ ପରିବେଶ ଶାନ୍ତ ରହିବ ଏବଂ ଆପଣଙ୍କର ବହୁମୂଲ୍ୟ ସମୟକୁ ପରିବାରର ସଦସ୍ୟଙ୍କ ସହ ଆମୋଦ ପ୍ରମୋଦରେ କଟାଇ ଉଲ୍ଳସିତ ହେବେ । ଏକ ସାମାଜିକ ଉତ୍ସବରେ ଏକତ୍ର ହୋଇପାରନ୍ତି । ନିଜର ମାଆଙ୍କ ଠାରୁ ଶୁଭଖବର ପାଇ ଖୁସି ହେବେ । ଆପଣଙ୍କ ବ୍ୟବସାୟରେ ସଂପୃକ୍ତ ଥିବା ବ୍ୟବସାୟୀଙ୍କ ଠାରୁ ଆପଣ ଅର୍ଥ ଆଦାୟ କରିବେ । ସେମାନେ ପରିଶୋଧ କରିଥିବା ଅର୍ଥ ଆପଣ ନିଜର ବ୍ୟବସାୟର ଅଭିବୃଦ୍ଧି ନିମନ୍ତେ ଲଗାଇବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ:ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ଗୋଟିଏ ଦିଗରେ ଆପଣଙ୍କୁ ସୁଫଳ ପ୍ରାପ୍ତ ହେଲେ ଅନ୍ୟଦିଗରେ ଅସଫଳତା ମିଳିପାରେ । ଆପଣଙ୍କ ସନ୍ତାନ ସନ୍ତତିଙ୍କ ପାଠପଢାରେ ଉନ୍ନତ ଖବର ଶୁଣି ଖୁସିହେବାବେଳେ ଆପଣଙ୍କର ପ୍ରତିଦ୍ୱନ୍ଦ୍ୱୀ ମାନେ ଇର୍ଷାନ୍ୱିତ ହୋଇ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବେ । ସେମାନେ ଆପଣଙ୍କୁ ଯୁକ୍ତିତର୍କ ବଳରେ ଅବ୍ୟବସ୍ଥିତ କରିବାକୁ ଚେଷ୍ଟାକରିବେ । ଏଥିପାଇଁ ଆପଣ ସବୁବେଳେ ମାନସିକ ଅଶାନ୍ତି ଭୋଗ କରିବେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ । ଅପଦସ୍ତ ହେବା ପରିସ୍ଥିତି ଉପୁଜିବା ପାଇଁ ସୁଯୋଗ ଦିଅନ୍ତୁ ନାହିଁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ:ଆଜି ଦିନଟିରେ ବହୁଦିଗରୁ ଲାଭବାନ ହୋଇପାରନ୍ତି । ଅବିବାହିତ ବ୍ୟକ୍ତି ନିଜ ପାଇଁ ଭଲ ଜୀବନ ସାଥୀ ପାଇବାରେ ସମର୍ଥ ହେବେ । ଆର୍ଥିକ ଉନ୍ନତି ଘଟିପାରେ । ବନ୍ଧୁଙ୍କର ସାକ୍ଷାତ ଲାଭ କରି ଆମୋଦ ପ୍ରମୋଦରେ ଦିନଟିକୁ ମଧୁରମୟ କରିପାରନ୍ତି । ସବୁ ଜିନିଷ ଏକତ୍ର ଆପଣଙ୍କ ନିକଟକୁ ଆସିପାରେ । ଏହା ଛଡା ଆପଣଙ୍କ ପୁତ୍ର ଓ ଧର୍ମପତ୍ନୀ ଆପଣଙ୍କ ପାଇଁ ହିତକାରୀ ହୋଇପାରନ୍ତି । ସୁଖାଦ୍ୟ ସେବନର ତୃପ୍ତି ମିଳିପାରେ । ସନ୍ତାନମାନଙ୍କ ଠାରୁ ଶୁଭଖବର ପାଇପାରନ୍ତି । ଆପଣଙ୍କ କାର୍ଯ୍ୟରେ ଓ ବ୍ୟବସାୟରେ ପ୍ରଚୁର ଅର୍ଥ ଲାଭ ହୋଇ ପୁଞ୍ଜି ବଢାଇପାରେ । ଆଜି ଏହି ଭାଗ୍ୟଶାଳୀ ଦିନଟିକୁ ମନଭରି ଉପଭୋଗ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ: ଆଜି ସବୁ କାର୍ଯ୍ୟ ସଫଳତାର ସହିତ ସମ୍ପୂର୍ଣ୍ଣ ହେବ । ଆଜି ଆପଣଙ୍କ ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେବେ ଏବଂ ସେମାନେ ଆପଣଙ୍କ କାର୍ଯ୍ୟଶୈଳୀରେ ସନ୍ତୋଷ ପ୍ରକାଶ କରିବେ । ଆପଣ ନିଜର ପଦୋନ୍ନତି ଲାଭ କରିବେ । ପରିବାରର ସଦସ୍ୟଙ୍କ ସହ ଖୁସିରେ ଦିନଟିକୁ କାଟିବେ ଏବଂ ଘରର ସୌନ୍ଦର୍ଯ୍ୟ ବଢାଇବା ପାଇଁ ଚେଷ୍ଟା କରିବେ । କାର୍ଯ୍ୟାଳୟର କୌଣସି କାର୍ଯ୍ୟ ପାଇଁ ବାହାରକୁ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ମାଆଙ୍କ ସଙ୍ଗେ ସମ୍ପର୍କ ଘନିଷ୍ଠ ହେବ । ସରକାରୀ କାର୍ଯ୍ୟରେ ଲିପ୍ତ ରହି ସୁବିଧା ସୁଯୋଗ ହାସଲ କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ଆଜି ଦିନଟି ଆପଣ ଧାର୍ମିକ କାର୍ଯ୍ୟରେ ନିଜକୁ ଲିପ୍ତ ରଖିପାରନ୍ତି ଏବଂ ଗୋଟିଏ ଧାର୍ମିକ ସ୍ଥାନକୁ ପରିବାର ସହ ବୁଲିବାକୁ ଯାଇପାରନ୍ତି । ଆଜି ଆପଣ ନିଜର ରାଗକୁ ନିୟନ୍ତ୍ରଣରେ ରଖନ୍ତୁ ନଚେତ ଅସୁବିଧାରେ ପଡିପାରନ୍ତି । ବିଦେଶରେ ଥିବା ଜଣେ ପ୍ରିୟଜନଙ୍କ ଠାରୁ ଶୁଭଖବର ପାଇପାରନ୍ତି । ଆଜି ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟରେ କିଛି ବାଧାବିଘ୍ନ ଆସିପାରେ । ତେଣୁ ଆପଣ ମନଧ୍ୟାନ ଦେଇ କାର୍ଯ୍ୟଟିକୁ ଠିକ୍‍ ସମୟରେ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରନ୍ତୁ । ଆପଣ ମାନସିକ ଅଶାନ୍ତି ଭୋଗିପାରନ୍ତି । ଏହାର ପ୍ରଧାନ କାରଣ ଆପଣଙ୍କ ସନ୍ତାନମାନେ ହୋଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆଜି, ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ଦିନ । କାଲିଦିନ ଠାରୁ ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ଅଛନ୍ତି । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏବଂ ପେଶାଗତ କ୍ଷେତ୍ରରେ ଆପଣଙ୍କ ପାଇଁ ପୁରସ୍କୃତ ହେବେ ଏବଂ ପ୍ରଶଂସିତ ହେବେ । ଆପଣ ଅନ୍ୟଲୋକଙ୍କ ପ୍ରତି ଭଲ ସମ୍ପର୍କ ରଖିବେ । ଭଲ ସଂପର୍କ ରଖିବାର ଲାଭ ଆପଣ ଆଜି ଅନୁଭବ କରିପାରିବେ । ପ୍ରଶଂସାର ପାତ୍ର ହେବେ । ଆପଣଙ୍କୁ ନ୍ୟସ୍ତ କରାଯାଇଥିବା କାର୍ଯ୍ୟ ଆପଣ ସମୟ ପୂର୍ବରୁ ସମାପ୍ତ କରିପାରିବେ । ଆଜି ଦିନଟି ବ୍ୟବସାୟରେ ପ୍ରଚୁର ଅର୍ଥଲାଭ ହୋଇପାରେ । ଆପଣ ନିଜ କାର୍ଯ୍ୟସ୍ଥଳରେ ସହକର୍ମୀ ମାନଙ୍କ ସହଯୋଗ ପାଇ ନିଜକୁ ସୌଭାଗ୍ୟଶାଳୀ ମନେ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଉତ୍ତମ ସ୍ୱାସ୍ଥ୍ୟ, ପରିବାର ଦୃଷ୍ଟିକୋଣରୁ ଖୁସୀମୟ ସମୟ ଏବଂ ବ୍ୟବସାୟରେ ବିପୁଳ ଅର୍ଥ ଲାଭ ଆଜି ଆପଣଙ୍କ ଅପେକ୍ଷାରେ ଅଛି । ପରିବାର ସହ ହସ ଉଲ୍ଲାସରେ ସମୟ ବିତାଇବେ ଏବଂ ପାଟନର ଏବଂ ସହକର୍ମୀ ସହ ଉତ୍ତମ ପରିବେଶ ରହିବ । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ବେଶି କିଛି ସଂଘର୍ଷ ନ କରି ଫଳ ପ୍ରାପ୍ତ ଅକ୍ରିବାର ସମ୍ଭାବନା ରହିଛି । ଆଜିର କ୍ଲାନ୍ତିଜନକ ଦିନରେ ଅପଣ ମନସିକ ଦୁଃଶ୍ଚିନ୍ତା ଘେରରେ ଶିଥିଳତା ପ୍ରଦର୍ଶନ କରିବେ । ନିଜ ପରିବାରରେ ଥିବା ମନୋମାଳିନ୍ୟକୁ ଦୂର କରିବେ ଏବଂ ସେମାନଙ୍କ ସହ ଖୁସିରେ ସମୟ ବିତାଇବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଅଯଥାରେ କାହା ସାଙ୍ଗରେ ବଚସା କରନ୍ତୁ ନାହିଁ । ସନ୍ତାନମାନଙ୍କ ଚିନ୍ତାରେ ମନ ଭାରାକ୍ରାନ୍ତ ହେବ । ବିଦ୍ୟାର୍ଥୀମାନେ ସଫଳତାର ସ୍ୱାଦ ଚାଖିବା ଦ୍ୱାରା ନିଜର ମନକୁ ଆହୁରି ଦୃଢକରି ପାଠପଢାରେ ମନ ଲଗାଇବେ । ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରନ୍ତୁ ନାହିଁ । ଯଦି ହୁଏ ଭ୍ରମଣକୁ ସ୍ଥଗିତ ରଖନ୍ତୁ । ନିଜ ଭବିଷ୍ୟତ ପାଇଁ ସଞ୍ଚୟ କରିବା ପାଇଁ ଆଜି ଏକ ଶୁଭଦିନ ଅଟେ । କଠିନ ପରିଶ୍ରମକଲେ ସଫଳତା ମିଳେ । ତେଣୁ କଠିନ ପରିଶ୍ରମ କରନ୍ତୁ । ଭାଇ ଭଉଣୀଙ୍କ ସଙ୍ଗେ ଆମୋଦ ପ୍ରମୋଦ କରିବେ । ଦିବସର ଶେଷାର୍ଦ୍ଧ ଆଡକୁ ଅପ୍ରୀତିକର ଘଟଣା ଘଟିବ ଯାହାଦ୍ୱାରା ଆପଣ ମାନସିକ ଆଘାତ ପାଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ମାନସିକ ଦୁଶ୍ଚିନ୍ତା ଆପଣଙ୍କୁ ନିରୁତ୍ସାହିତ କରିବ । ଆଜି ଆପଣଙ୍କ ନିଜର ପରିବାରର ସଦସ୍ୟଙ୍କ ସହ ଝଗଡା କରିପାରନ୍ତି । ତେଣୁ ଆଜି ଗୃହ ପରିବେଶ ଅଶାନ୍ତ ରହିବ । ସମ୍ପତ୍ତି ସମ୍ପର୍କୀୟ କୌଣସି ଘଟଣାରେ ନିଜକୁ ଜଡିତ କରନ୍ତୁ ନାହିଁ । ଆର୍ଥିକ ଅନଟନ ଲାଗିରହିବ । ନିଜେ ଅପମାନିତ ହେବା ସ୍ଥାନଠାରୁ ନିଜକୁ ଦୂରେଇ ରଖନ୍ତୁ । ନିଜର ମାଆଙ୍କ ସ୍ୱାସ୍ଥ୍ୟ ଆପଣଙ୍କୁ ବିଚଳିତ କରିବ । ଆପଣ ମଧ୍ୟ ନିଜଛାତିରେ ଯନ୍ତ୍ରଣା ପାଇବେ । ମଧ୍ୟାହ୍ନ ପରେ ଗ୍ରହମାନଙ୍କ ଶୁଭଦୃଷ୍ଟି ପଡିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର: ଆଜି ଦିନଟି ଆପଣ ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ କଟାଇବେ । କୌଣସି ସ୍ଥାନକୁ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦ କରିପାରନ୍ତି । ନିଜର ସମ୍ପତ୍ତି ସମ୍ପର୍କିତ ଘଟଣାରୁ ନିଜକୁ ଦୂରେଇ ରଖନ୍ତୁ । ବୃତ୍ତିଧାରୀ ଓ ବିଦ୍ୟାର୍ଥୀମାନଙ୍କ ପାଇଁ ଆଜି ଦିନଟି ସର୍ବୋତ୍ତମ । ଆପଣ ନିଜର ପ୍ରତିଯୋଗୀ ମାନଙ୍କୁ ନିର୍ବାସିତ କରିପାରିବେ । ଆପଣଙ୍କ ଶାରୀରିକ ଓ ମାନସିକ ସୁସ୍ଥତା ଅତୁଟ ରହିବ । ଅର୍ଥାଗମ ହେବାର ଶୁଭ ସୂଚନା ଅଛି । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଏକ ଶୁଭଦିନ ଅଟେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ: ଆପଣ ବିଭିନ୍ନ କାର୍ଯ୍ୟପାଇଁ ସିଦ୍ଧାନ୍ତ ନେବାରେ ନିଜକୁ ଅସହାୟ ମନେ କରିବେ । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ଆପଣ ଦୀର୍ଘ ସମୟ ଧରି ଧାର୍ମିକ ଓ ଆଧ୍ୟାତ୍ମିକ ଅନ୍ୱେଶଣରେ ସମୟ କାଟିବେ । ନିଜର ଖରାପ ବ୍ୟବହାର ଯୋଗୁଁ ପରିବାରର ସଦସ୍ୟଙ୍କ ସଙ୍ଗେ ସଙ୍ଗେ ଝଗଡା ଲାଗିପାରେ । ଯାହା ପାଇଁ ଆପଣ ଉଦାସୀନ ରହିବେ । ବିଦ୍ୟାର୍ଥୀମାନେ ସେମାନଙ୍କ ପାଠପଢାରେ ମନୋନିବେଶ କରିବେ । ଅଳ୍ପ ସମୟ ମଧ୍ୟରେ ଆପଣଙ୍କପାଇଁ ସଫଳତା ଦ୍ୱାରଦେଶରେ ପହଞ୍ଚିଯିବେ । ଧୈଯ୍ୟ ଧରନ୍ତୁ । ମାନସିକ ଶାନ୍ତି ଫେରିଆସିବା ଆପଣଙ୍କ କାର୍ଯ୍ୟ ଅତି କ୍ଷୀପ୍ର ଗତିରେ ଆଗେଇବ ଏବଂ ହାକିମଙ୍କ ଦ୍ୱାରା ଉଚ୍ଚପ୍ରଶଂସିତ ହେବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ: ଆପଣଙ୍କ ପାଇଁ ଆଜି ହେଉଛି ଏକ ଭାଗ୍ୟଶାଳୀ ଦିନ । ସାରାଦିନ ଆପଣଙ୍କ ପାଖରେ ଥିବା ଆଗ୍ରହ ଏବଂ ମଜବୁତ ଶକ୍ତି ବାସ୍ତବରେ ଆପଣଙ୍କୁ ବିକାଶ ପଥରେ ଆଗେଇ ନେବ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ଶୁଭଦିନ ଏବଂ ବ୍ୟବସାୟିକ-ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ । ଆଗକୁ ଅଗ୍ରସର ହୁଅନ୍ତୁ, ଲାଭ ଉଠାନ୍ତୁ, ନିବେଶ କରନ୍ତୁ, ତଥାପି ବି ଅର୍ଥ ଉପରେ ନିୟନ୍ତ୍ରଣ ରଖନ୍ତୁ । ଗ୍ରହମାନଙ୍କ ଶୁଭଦୃଷ୍ଟି ନ ଥିବାରୁ ସରକାରୀ କାର୍ଯ୍ୟ ବା ବ୍ୟବସାୟ ସଂକ୍ରାନ୍ତୀୟ ଆଇନଗତ କାର୍ଯ୍ୟକଳାପରେ ଆପଣଙ୍କୁ ସତର୍କତା ଅବଲମ୍ଵନ କରିବାକୁ ପଡିପାରେ ।

Last Updated : Jun 28, 2024, 2:31 PM IST

ABOUT THE AUTHOR

...view details