ମେଷ:ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳଦାୟକ ଅଟେ । ଆପଣ ପ୍ରତି ପଦକ୍ଷେପରେ ଅତି ସହଜରେ ସଫଳତା ପାଇବେ । ଘରର ସୌନ୍ଦର୍ଯ୍ୟ ଆଣିବା ପାଇଁ ଏପାଖ ସେପାଖ କରି ସାଜସଜ୍ଜାରେ ଲାଗିବ। ଅନେକ ନୂଆ ପାରିବାରିକ ସଂପର୍କ କଥା ଜାଣିପାରିବ ଏବଂ ଥରେ ଏଥିରେ ବାଟ ଖୋଲିଗଲେ ତୁମେ ଅନେକ ଆନନ୍ଦ ଓ ଶାନ୍ତି ଅନୁଭବ କରିବେ । ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କୁ ସଙ୍ଗରେ ନେଇ ଦୂର ଯାତ୍ରା କରିବାର ଯୋଜନା କରନ୍ତୁ । ସାମାଜିକ ସ୍ତରରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ ।
ବୃଷ:ଏହି ଦିନଟି ଆପଣଙ୍କୁ ମିଶ୍ରିତ ଫଳାଫଳ ଦେବ । ବ୍ୟବସାୟୀମାନେ ନିଜ ନିଜ ପ୍ରକଳ୍ପରେ ଫଣ୍ଡ୍ ନିବେଶ କରି ନୂଆ କାମ ହାତକୁ ନେଇପାରନ୍ତି । ମୋଟ ଉପରେ ସେମାନେ ଭବିଷ୍ୟତ ପାଇଁ ଯୋଜନା କରିପାରନ୍ତି । ବିଦେଶ ଯାତ୍ରା କରିପାରନ୍ତି । ଗୋଟିଏ ତୀର୍ଥସ୍ଥାନ ଦର୍ଶନ ଆପଣଙ୍କ ଧାର୍ମିକତାକୁ ସାମର୍ଥ୍ୟ ଯୋଗାଇଦେବ । ଦୃଢ ଇଚ୍ଛାଶକ୍ତି ଏବଂ ନୀର୍ଭିକତା ଆପଣଙ୍କୁ କାର୍ଯ୍ୟରେ, ବ୍ୟବସାୟରେ ଏବଂ ବ୍ୟକ୍ତିଗତ ଜୀବନରେ ଏକ ନୂତନ ପରାକାଷ୍ଠା ପ୍ରାପ୍ତ କରିବାରେ ସାହାଯ୍ୟ କରିବ । ସମସ୍ତ କାର୍ଯ୍ୟ କ୍ଷେତ୍ରରେ ବର୍ତ୍ତମାନ ସଫଳତାର ଗ୍ୟାରେଣ୍ଟି ରହିଛି । ଆର୍ଥିକ ଲାଭ ଅର୍ଜନ କରିବେ ।
ମିଥୁନ: କିଛି ଆଶ୍ଚର୍ଯ୍ୟ ଏବଂ ବିଷାଦପୂର୍ଣ୍ଣ ଘଟିପାରେ, ମିଥୁନ ରାଶିର ବ୍ୟକ୍ତିମାନେ ସତର୍କ ହୁଅନ୍ତୁ । ଘା' ରେ ଲୁଣ ଛିଟା ପଡିପାରେ, ଆପଣ ଶାରୀରିକ ଏବଂ ମାନସିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । ତେଣୁ, ଆପଣ ଭଲ ପାଉଥିବା ଅଭ୍ୟାସ ଏବଂ ଉପକରଣରେ ମିଶି ଯାଆନ୍ତୁ । ଏହା ଆପଣଙ୍କୁ ଚିନ୍ତା ବିହୀନ କରିଦେବ। ଗୃହର ଝଗଡା ଯୋଗୁଁ ବୃତ୍ତିରେ ଅଗ୍ରଗତି କରିବ ଅତ୍ୟନ୍ତ କଷ୍ଟକର । ଆଜି ଦିନର କୁପ୍ରଭାବ ବିଦ୍ୟାର୍ଥୀ ମାନଙ୍କୁ ହଇରାଣରେ ପକାଇପାରେ । ଆପଣ ନିଜର ଅସ୍ଥିର ମନୋଭାବକୁ ପରିତ୍ୟାଗ କରନ୍ତୁ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି, ତେଣୁ ନିଜର ଅର୍ଜିତ ଧନପ୍ରତି ସତର୍କ ରୁହନ୍ତୁ ।
କର୍କଟ:ଆପଣ ଆଜି ଦିନଟିରେ ଆପଣଙ୍କ ପରିବାର ଏବଂ ସାଙ୍ଗ ସାଥି ସହିତ ମଜା ମଜଲିସ୍ କରିପାରନ୍ତି । ଆର୍ଥିକ ଲାଭ ହୋଇପାରେ । ବ୍ୟବସାୟୀ ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନଟି ପ୍ରତିଜ୍ଞାର ଦିବସ ହେବ; ଆପଣଙ୍କ ବ୍ୟବସାୟ ପାର୍ଟନର୍ଠାରୁ ଆପଣ ଲାଭବାନ ହେବେ । ଆପଣ ପ୍ରିୟଜନଙ୍କ ସଙ୍ଗରେ ଭ୍ରମଣରେ ଯାଇପାରନ୍ତି । ଶାରିରୀକ ସୁସ୍ଥତା ଅକ୍ଷୁର୍ଣ୍ଣ ରହିପାରେ । ମନ ସ୍ଥିର ଓ ଶାନ୍ତ ରହିବ । ନୂତନ କର୍ମର ଶୁଭାରମ୍ଭ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭନଙ୍କର ।
ସିଂହ: ନିର୍ଦ୍ଦୟ ନକ୍ଷତ୍ର ଆଜି ଆପଣଙ୍କ ପାଇଁ ଶୁଭଦିନ ଆଣି ଦେଉନାହିଁ । ଆପଣ ଅସଂଖ୍ୟ ଚିନ୍ତା, ବ୍ୟସ୍ତତା, ଏବଂ ଦାରିଦ୍ର୍ୟ ଆପଣଙ୍କୁ ଘାରି ପକାଇପାରେ । ଧୈର୍ଯ୍ୟ ଧରନ୍ତୁ । ଆଜିର ଦିନଟି ଅଫିସ୍ରେ ଆପଣଙ୍କ ପାଇଁ ଖୁସିରେ ଯିବ ନାହିଁ ସେଥିପାଇଁ ଆପଣ ଆପଣଙ୍କର ପ୍ରତିଦିନର ବ୍ୟସ୍ତ କାମକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବା କଠିନ ହେବ । ଆପଣଙ୍କର ବ୍ୟକ୍ତବ୍ୟ ଏବଂ କ୍ରୋଧକୁ ସଞ୍ଜତ କରନ୍ତୁ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଯତ୍ନ ନିଅନ୍ତୁ ।
କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ଅଶାନ୍ତିର କାରଣ ହୋଇପାରେ । ଆଲୋଚନାରୁ ଦୂରେଇ ରୁହନ୍ତୁ । ଯୁକ୍ତିତର୍କ କରନ୍ତୁ ନାହିଁ ଏବଂ ରାଗ ଉପରେ ନିୟନ୍ତ୍ରଣ କରନ୍ତୁ । ଖର୍ଚ୍ଚ ପ୍ରତି ସତର୍କ ରୁହନ୍ତୁ । ବନ୍ଧୁ ତଥା ପ୍ରିୟଜନଙ୍କ ସହ ନିଜର କ୍ଷ୍ୟାତି ବାଧା ପ୍ରାପ୍ତ ହେବ। ତେଣୁ ସେମାନଙ୍କ ସହ ବାହାରକୁ ଯା’ନ୍ତୁ। ପେଟଜନୀତ ରୋଗ ଭୋଗହୋଇପାରେ, ସୁଖାଦ୍ୟ ଖାଆନ୍ତୁ। ଅର୍ଥଲଗାଉଥିବା ବ୍ୟକ୍ତି ସଜାଗ ରହିବା ଭଲ ।