ଓଡିଶା

odisha

ଜୁନ ୨୪ ରାଶିଫଳ: ସୋମବାର ଚମକିବ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ, ସରପ୍ରାଇଜ ଦେବେ ଜୀବନସାଥୀ - HOROSCOPE OF 24 JUNE

By ETV Bharat Odisha Team

Published : Jun 24, 2024, 6:19 AM IST

Today Rashifal Horoscope 24 June: ଆଜି ଆପଣଙ୍କ ଦିନ କେମିତି କଟିବ ? ବ୍ୟବସାୟ ଏବଂ ସାମାଜିକ କ୍ଷେତ୍ରରେ କେଉଁ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା ଏବଂ କେଉଁ ରାଶି ବ୍ୟକ୍ତି ସାବଧାନ ନ ରହିଲେ ସମସ୍ୟାର ସମ୍ମୁଖୀନ ହେବେ, ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ
କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ETV Bharat Odisha)

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (ARIES)

ମେଷ: ବ୍ୟବସାୟ ଦୃଷ୍ଟିରୁ, ଆପଣ ଆପଣଙ୍କ ବରିଷ୍ଠ ବ୍ୟକ୍ତିମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବେ । ଆପଣଙ୍କ ପ୍ରକଳ୍ପକୁ ସରକାର ତରଫରୁ କିଛି ଲାଭ ମିଳିବ । ଚାକିରି ସମ୍ବନ୍ଧୀୟ ଯାତ୍ରା ଆପଣ କରିପାରନ୍ତି । ଆପଣଙ୍କ କଥାରେ ନିୟନ୍ତ୍ରଣ ରଖନ୍ତୁ ଏବଂ ଖର୍ଚ୍ଚ ଉପରେ ଜଗି ରଖି ଚଳନ୍ତୁ । ତର୍କବିତର୍କ ପରି କାର୍ଯ୍ୟକଳାପ କରନ୍ତୁ ନାହିଁ । ବୃଥା ଖର୍ଚ୍ଚରୁ ବିରତ ରୁହନ୍ତୁ ନଚେତ ବିଭିନ୍ନ ପ୍ରକାର ଖର୍ଚ୍ଚ ଆପଣଙ୍କୁ ଭାରାଗ୍ରସ୍ତ କରାଇବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (TAURUS)

ବୃଷ: ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କଠାରୁ ଭଲ ଖବର ଆଶା କରିପାରନ୍ତି । ଏହା ଆପଣଙ୍କୁ ଖୁସି କରାଇବ ଏବଂ ଭ୍ରମଣ କରିଯିବା ପାଇଁ ଆପଣ ଏକ ଯୋଜନା ପ୍ରସ୍ତୁତ କରିବେ । ଛାତ୍ରମାନେ ମନ ଯୋଗ ଦେଇ ପାଠପଢିବେ ଏବଂ ବିଦେଶରେ ଯାଇ ଇଣ୍ଟର୍ଣ୍ଣ କରିପାରନ୍ତି । ଛୁଟି ସମୟରେ ଗୋଟିଏ ତୀର୍ଥସ୍ଥାନ ଦର୍ଶନ କରିପାରନ୍ତି । ଆପଣଙ୍କର ମନର ସ୍ଥିତି ଏକ ସୁଖଦ ସ୍ଥିତିରେ ରହିବ, ଯାହାଦ୍ୱାରା ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବାରେ ସାହାଯ୍ୟ କରିପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (GEMINI)

ମିଥୁନ:ଆଜି ଦିନରେ କିଛି ଅଶୁଭ ସଙ୍କେତ ଘଟିପାରେ । ଯଦି ସମ୍ଭବ, ଯେଉଁମାନଙ୍କର ଡାକ୍ତରୀ ଚିକିତ୍ସା ସମ୍ବନ୍ଧିତ କାର୍ଯ୍ୟ ଅଛି, ତେବେ ଅସ୍ତ୍ରୋପଚାରରୁ ଦୂରରେ ରୁହନ୍ତୁ । କ୍ରୋଧ ଦ୍ୱାରା ଆପଣ ନିଜର କ୍ଷତି କରିପାରନ୍ତି । ଆପଣ ଦାୟିତ୍ୱହୀନତା ଯୋଗୁଁ ଲଜ୍ଜିତ ହୋଇପାରନ୍ତି । ସାବଧାନ ରୁହନ୍ତୁ । ଆପଣଙ୍କର ଖର୍ଚ୍ଚ ଉପରେ ନିବିଡ ଦୃଷ୍ଟି ରଖିନ୍ତୁ, ଆୟ ଅପେକ୍ଷା ବ୍ୟୟ ବହୁତ ଅଧିକ ହେବାର ସମ୍ଭାବନା ଅଛି । ପ୍ରାର୍ଥନା ଏବଂ ଆଧ୍ୟାତ୍ମିକ ବିଶ୍ୱାସ ଶାନ୍ତି ପ୍ରଦାନ କରିବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CANCER)

କର୍କଟ:ଆପଣ ଆପଣଙ୍କର ଦିନଟିକୁ ସାଙ୍ଗସାଥି ଏବଂ ପ୍ରିୟଜନମାନଙ୍କ ସହ ସୁଖରେ ବିତାଇପାରନ୍ତି । ଅତ୍ୟଧିକ ଆମୋଦପ୍ରମୋଦ ଆପଣଙ୍କୁ ଅତ୍ୟନ୍ତ ଖୁସି ରଖିପାରେ । ବ୍ୟବସାୟ ଆଡକୁ ଦେଖିବାକୁ ଗଲେ, ଆପଣ ଆର୍ଥିକ ଭାବରେ ଲାଭବାନ ହେବେ । ଆପଣ ଆପଣଙ୍କ ପାର୍ଟନରଙ୍କଠାରୁ ଲାଭ ପାଇପାରନ୍ତି । ଛୋଟ ଯାତ୍ରାର ଅନୁଭବ ଆପଣଙ୍କର ସର୍ବଦା ମନେ ରହିବ । ସାମାଜିକ ଭାବରେ ଆପଣ ସମ୍ମାନ ଅର୍ଜନ କରିବେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LEO)

ସିଂହ: ବ୍ୟସ୍ତତା ଆପଣଙ୍କୁ ଆଜି ଅସୁବିଧାରେ ପକାଇପାରେ । ଦ୍ୱନ୍ଦ୍ୱ ଏବଂ ଦୁଃଖ ଲାଗି ରହିବ । କିଛି କାରଣ ବଶତଃ, ଆପଣ କାର୍ଯ୍ୟ କରିବାବେଳେ ଅନେକ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ଆପଣଙ୍କ ପେଶାରେ ଆପଣ ସହକର୍ମୀଙ୍କଠାରୁ କମ୍‌ ସାହାଯ୍ୟ ସହଯୋଗ ପାଇବେ । ବରିଷ୍ଠମାନଙ୍କ ସହ କଥାବାର୍ତ୍ତା କରିବା ବେଳକୁ ସାବଧାନତା ଅବଲମ୍ବନ କରନ୍ତୁ । ନିଜର ପ୍ରତିଦ୍ୱନ୍ଦ୍ବୀଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁନାହିଁ । ଅନ୍ୟଥା ସେମାନେ ଆପଣଙ୍କୁ ଉତ୍ତେଜିତ କରିପାରନ୍ତି । କ୍ରୋଧ ଉପରେ ନିୟନ୍ତ୍ରଣ ରଖି ନମ୍ର ଓ ଶାନ୍ତ ରୁହନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (VIRGO)

କନ୍ୟା: ଆଜି ଦିନଟି ଛାତ୍ରମାନଙ୍କ ପାଇଁ କଠିନ ରହିବ । ଆପଣଙ୍କର ଲକ୍ଷ୍ୟ ଘୁଞ୍ଚିଯାଇପାରେ; ପିଲାମାନେ ଦିନସାରା ଆପଣଙ୍କୁ ବ୍ୟସ୍ତ କରି ପକାଇବେ । ଆଜି, ନିବେଶକମାନେ ସାବଧାନତା ଅବଲମ୍ବନ କରିବେ । ଆପଣଙ୍କୁ କୌଣସି ପ୍ରକାର ଭୌତିକ ତର୍କ ଏବଂ ଆଲୋଚନାଠାରୁ ବିରତି ରହିବାକୁ ପରାମର୍ଶ ଦିଆଯାଉଛି । ଏଣୁ ଦିନର ଅଧାରେ ଆପଣଙ୍କ କାର୍ଯ୍ୟକ୍ରମ ଅନ୍ୟ ଗତି ନେବ । ଆପଣଙ୍କ ଶରୀର ଅସୁସ୍ଥ ହୋଇପାରେ ଏବଂ ଏହାକୁ ଠିକ୍‌ କରିବାରେ ବହୁତ ପଇସା ଖର୍ଚ୍ଚ ହୋଇପାରେ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (LIBRA)

ତୁଳା: ଆଜି ଦିନଟିରେ ଆପଣ ଦାୟିତ୍ୱହୀନତା ଏବଂ ବ୍ୟସ୍ତତା ଅନୁଭବ କରିବେ । ଆପଣ ଆପଣଙ୍କ ମାଆଙ୍କ ବିଷୟରେ ବ୍ୟସ୍ତ ହୋଇପାରନ୍ତି । ସମ୍ପତ୍ତି ସମ୍ପର୍କିତ କାଗଜ ପତ୍ରରେ କଥାବାର୍ତ୍ତା କରିବାବେଳେ ସତର୍କ ରୁହନ୍ତୁ । ଯଦି ସମ୍ଭବ, ଭମଣ କରନ୍ତୁ ନାହିଁ । ଆପଣଙ୍କ ପରିବାରର ପରିବେଶ ଅସ୍ଥିର ଅବସ୍ଥାରେ ରହିପାରେ । ଆପଣଙ୍କ ପ୍ରତି ଲଜ୍ୟାଶୀଳ ହେଉଥିବା ପରିସ୍ଥିତି ଭିତରକୁ ଯିବା ବର୍ଜନ କରନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SCORPIO)

ବିଛା: ଆପଣ ଆଜି ଅତ୍ୟନ୍ତ ଭାବବିହ୍ୱଳ ହୋଇପାରନ୍ତି; ମାନସିକ ସନ୍ତୁଳନକୁ ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅଧିକା ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଆପଣ ଆପଣଙ୍କ ବନ୍ଧୁଙ୍କ ସାଙ୍ଗରେ ଯୋଗାଯୋଗ କରିବା ପାଇଁ ଆନ୍ତରିକ ଭାବରେ ଚେଷ୍ଟା କରିବେ ମାତ୍ର ଅସଫଳ ରହିବେ । ଆପଣ ଅନୁଷ୍ଠାନ ଭିତରକୁ ପ୍ରବେଶ କରିବା କ୍ଷଣି ଏହା ଆପଣଙ୍କୁ ଲାଭ ଉପକରଣ ଯୋଗାଇବ କିମ୍ବା ସେମାନଙ୍କ ସହ ନୂଆ ପ୍ରକଳ୍ପ ଆରମ୍ଭ କରିପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (SAGITTARIUS)

ଧନୁ: ଆଜି ଦିନରେ ଆପଣ ଦ୍ୱନ୍ଦ୍ୱପୂର୍ଣ୍ଣ ରହିବେ । ଆପଣଙ୍କ ପରିବାରର ପରିବେଶ ଅସ୍ଥିର ଅବସ୍ଥାରେ ରହିପାରେ । ନିୟମିତ କାର୍ଯ୍ୟ କରିବାରେ ଆପଣ ସମ୍ପୂର୍ଣ୍ଣ ଭାବରେ ଅକ୍ଷମ ରହିବେ । ଆପଣ ଚିନ୍ତିତ ଅନୁଭବ କରିପାରନ୍ତି । ଆଜି କୌଣସି ପ୍ରକାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ନେବାରୁ ବିରତ ରୁହନ୍ତୁ । ଆପଣ କେବଳ ପେଶା ଏବଂ ଘରୋଇ କାମରେ ମଜ୍ଜି ରହିବେ । ପିଲାମାନଙ୍କ ପାଇଁ ସଫଳତାରୂପକ ସ୍ୱାଦ ସେମାନଙ୍କୁ ପାଠପଢା ଦିଗରେ ଆଗକୁ ବଢିବା ପାଇଁ ଆଗ୍ରହ ଜନ୍ମାଇବ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (CAPRICORN)

ମକର:ଆପଣ ଗୋଟିଏ ପ୍ରାର୍ଥନା ସହ ଦିନଟିକୁ ଆରମ୍ଭ କରନ୍ତୁ ଯାହାକି ଆପଣଙ୍କୁ ଅନୁକୂଳ ରଖିବ । ଆଜି ଆପଣ ଧର୍ମ କାର୍ଯ୍ୟ କଳାପରେ ମଜ୍ଜି ରହିବେ । ଆପଣଙ୍କ ପରିବାରର ପରିବେଶ ଅନୁକୂଳ ରହିବ । ଆପଣଙ୍କ ସାଙ୍ଗ ଏବଂ ପ୍ରିୟଜନମାନଙ୍କଠାରୁ କିଛି ଉପହାର ପାଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ସବୁଆଡେ ବହୁଳ ଭାବରେ ଚହଳ ପକାଇବ । ଆପଣଙ୍କ ବରିଷ୍ଠମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇପାରନ୍ତି ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (AQUARIUS)

କୁମ୍ଭ:ଆଜି ନିଜ ଶରୀର, ସୁଖାଦ୍ୟ, ଏବଂ ବ୍ୟାୟାମ ଇତ୍ୟାଦିରେ ଅବହେଳା କରନ୍ତୁ ନାହିଁ । ଠିକରେ ବିଶ୍ରାମ ମିଳିବ ନାହିଁ । ନିଜେ ଅସୁସ୍ଥତା ଅନୁଭବ କରିବେ, ଯେଉଁଥିରେ ମାନସିକ ସ୍ଥିରତା ଦରକାର । ଯଥା ସମ୍ଭବ ବିଶ୍ରାମ ନିଅନ୍ତୁ । ଅସୁସ୍ଥତା ଅନୁଭବ କଲେ ଛୁଟି ନେଇଯାଆନ୍ତୁ । କଚେରୀ କାମରେ ସାବଧାନ ଏବଂ କାହା କଥାରେ ମନ ଲଗାନ୍ତୁ ନାହିଁ । ପଇସାପତ୍ର ବ୍ୟୟ ଓ ରାଗିଯିବା ଅଭ୍ୟାସ ପ୍ରତି ସାବଧାନ ହୁଅନ୍ତୁ । ଆଜି, ନିଜ ପ୍ରିୟଜନ ଆପଣଙ୍କୁ ବିରୋଧ କରିବେ । ଏହାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ, ବରଂ ସେମାନଙ୍କ ନିର୍ଦ୍ଦେଶକୁ ନିରୀକ୍ଷଣ କରନ୍ତୁ, ହୁଏତ ଆପଣ ଭୁଲ ଥାଇପାରନ୍ତି, ଭୁଲ ଥିଲେ ବଦଳି ଯାଆନ୍ତୁ ।

କେମିତି ରହିବ ଆପଣଙ୍କ ଦିନ? ଜାଣନ୍ତୁ, ଆଜିର ରାଶିଫଳ (PISCES)

ମୀନ:ସାମାଜିକ ପ୍ରତିଷ୍ଠାକୁ ଅବମାନନା କରନାହିଁ, ଆଜି ସେଥିଯୋଗୁଁ କଷ୍ଟ ପାଇପାରନ୍ତି । ଆଜି ଆପଣ ମାନସିକ ଭାବରେ ଆରାମ ଏବଂ ଶାରୀରିକ ପକ୍ଷେ ବେଶ୍‌ ସୁସ୍ଥ ରହିବେ । ନୂଆ କାମ ହାତକୁ ନେବା ପାଇଁ ଆପଣଙ୍କ ଆଗ୍ରହ ଆପଣଙ୍କୁ ପ୍ରୋତ୍ସାହନ କରିବ । ଆପଣଙ୍କର ଘରୋଇ ଜୀବନ ବନ୍ଧୁତ୍ୱପୂର୍ଣ୍ଣ ରହିବ । ବନ୍ଧୁ ଏବଂ ପ୍ରିୟଜନମାନଙ୍କ ସହ ଯାତ୍ରା କରିପାରନ୍ତି । ଆଉ ମଧ୍ୟ ଆର୍ଥିକ ଲାଭ ହୋଇପାରେ । ଆପଣ ଧାର୍ମିକ କାର୍ଯ୍ୟରେ ମନଦେବେ ଏବଂ ତୀର୍ଥସ୍ଥାନ ଦର୍ଶନ କରିବେ ।

ABOUT THE AUTHOR

...view details