ଓଡିଶା

odisha

ETV Bharat / bharat

ଓ୍ବାଏନାଡରୁ ଲଢିବେନି ରାହୁଲ ! କେରଳରେ 4 ଆସନରେ ପ୍ରାର୍ଥୀ ଦେଲା ‘ଇଣ୍ଡିଆ’ ମେଣ୍ଟ ସହଯୋଗୀ ସିପିଆଇ

CPI announces four candidates for Kerala Lok Sabha seats including Wayanad: ଓ୍ବାଏନାଡରୁ ସମେତ କେରଳରେ 4 ଆସନରେ ପ୍ରାର୍ଥୀ ଦେଲା ‘ଇଣ୍ଡିଆ’ ମେଣ୍ଟ ସହଯୋଗୀ ‘ସିପିଆଇ’ । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 26, 2024, 9:52 PM IST

ଓ୍ବାଏନାଡରୁ ଲଢିବେନି ରାହୁଲ
ଓ୍ବାଏନାଡରୁ ଲଢିବେନି ରାହୁଲ

ଥିରୁଅନନ୍ତପୁରମ:ଗତ ସାଧାରଣ ନିର୍ବାଚନ (2019) ପରି ଏଥର କେରଳର ଓ୍ବାଏନାଡ ସଂସଦୀୟ କ୍ଷେତ୍ରରୁ କଂଗ୍ରେସର ଷ୍ଟାରନେତା ରାହୁଲ ଗାନ୍ଧୀ ନିର୍ବାଚନ ଲଢିନପାରନ୍ତି । କାରଣ ଆଜି କଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟରେ ସହଯୋଗୀ ଦଳ ଥିବା ଭରତୀୟ କମ୍ୟୁୁନିଷ୍ଟ ପାର୍ଟି (ସିପିଆଇ) ଓ୍ବାଏନାଡ ସମେତ କେରଳର 4 ପ୍ରମୁଖ ସଂସଦୀୟ ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଦଳର ବରିଷ୍ଠ ମହିଳା ନେତ୍ରୀ ଆନିଏ ରାଜାଙ୍କୁ ଦଳ ଓ୍ବାଇନାଡରୁ ଟିକେଟ ଦେଇଛି । ଏହି ଆସନରୁ ଏବେ ରାହୁଲ ଗାନ୍ଧୀ ସାଂସଦ ରହିଛନ୍ତି । ସେହିପରି ରାଜଧାନୀ ଥିରୁଅନନ୍ତପୁରମ ଆସନରୁ ଦଳ ପନ୍ନିଆନ ରବିନ୍ଦ୍ରନ, ଥ୍ରୀସୁର ଆସନରୁ ଭି.ଏସ ସୁନିଲ କୁମାର ଓ ମାଭେଲିକାରାରୁ ଅରୁଣ କୁମାରଙ୍କୁ ନିର୍ବାଚନ ଗ୍ରାଉଣ୍ଡକୁ ଓହ୍ଲାଇଛି ।

ବିଜେପି ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ଥିବା ଦେଶର ଦକ୍ଷିଣତମ ରାଜ୍ୟ କେରଳରେ ମୋଟ 20 ସଂସଦୀୟ ଆସନ ରହିଛି । ଗତ ନିର୍ବାଚନରେ ରାହୁଲ ଗାନ୍ଧୀ ନିଜ ପାରମ୍ପରିକ ଆସନ ଉତ୍ତର ପ୍ରଦେଶର ଆମେଠୀ ସହ କେରଳର ଓ୍ବାଏନାଡରୁ ନିର୍ବାଚନ ଲଢିଥିଲେ । ରାହୁଲ ଆମେଠୀରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ପରାଜିତ ହୋଇଥିଲେ । ଓ୍ବାଏନାଡ ଆସନ ହିଁ ତାଙ୍କୁ ସଂସଦକୁ ନିର୍ବାଚିତ କରିଥିଲା । ତେବେ ଚଳିତ ଥର ରାହୁଲ କେଉଁ ଆସନରୁ ନିର୍ବାଚନ ଲଢିବେ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ଦଳ ଘୋଷଣା କରିଛି । ଉତ୍ତର ପ୍ରଦେଶର ରାଏ-ବରେଲୀ ଆସନରୁ ଲଢିଆସୁଥିବା କଂଗ୍ରେସ ଭେଟେରାନ ତଥା ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚଳିତ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି । ଏହି କାରଣରୁ ଏହି ଆସନରୁ ଝିଅ ତଥା ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ଡେବ୍ୟୁ କରିପାରନ୍ତି । ତେବେ ରାହୁଲଙ୍କୁ ନେଇ ଏବେ ମଧ୍ୟ ଅନିଶ୍ଚିତତା ଲାଗି ରହିଛି ।

ଏହା ମଧ୍ୟ ପଢନ୍ତୁ:- କୋର୍ଟରୁ କୌଣସି ପ୍ରତିବନ୍ଧକ ନାହିଁ, ଶାହାଜାହାନକୁ ତୁରନ୍ତ ଗିରଫ କର: କୋଲକାତା ହାଇକୋର୍ଟ

ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି କଂଗ୍ରେସକୁ ମୋଟ 17 ଆସନ ଛାଡିଛି । ଏହା ମଧ୍ୟରେ ଆମେଠୀ ଓ ରାଏ-ବରେଲୀ ମଧ୍ୟ ରହିଛି । ତେଣୁ ପୂର୍ବ ପରି ଆମେଠୀ ପାଇଁ ଦଳ ରାହୁଲଙ୍କ ନାମ ଘୋଷଣା କରିପାରେ । କିଛି ଗଣମାଧ୍ୟମର ରିପୋର୍ଟ ଅନୁସାରେ, ରାହୁଲ ଉତ୍ତର ପ୍ରଦେଶ ସମେତ ପୂର୍ବ ଥର ପରି ଦୁଇଟି ଆସନରୁ ନିର୍ବାଚନ ଲଢିପାରନ୍ତି । ହେଲେ ମେଣ୍ଟରେ ସହଯୋଗୀ ଦଳ ‘ସିପିଆଇ’ କେରଳରେ ପ୍ରାର୍ଥୀ ଘୋଷଣା ପରେ ରାହୁଲ ଓ୍ବାଇନାଡରୁ ଲଢିନପାରନ୍ତି ବୋଲି ଅନୁମାନ କରାଯାଉଛି । କିମ୍ବା ଇଣ୍ଡିଆ ମେଣ୍ଟରେ ସିପିଆଇ ଅସନ୍ତୁଷ୍ଟ ଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details