ଓଡିଶା

odisha

ETV Bharat / bharat

ମୁଣ୍ଡ ଉପରେ ନିର୍ବାଚନ: କଂଗ୍ରେସକୁ ଝଟକା ଦେଲା ଆୟକର, ଭରିବ 1700 କୋଟି - Congress Income Tax Notice

Congress Income Tax Notice: 2024 ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା ପରେ ଝଟକା । ଦିଲ୍ଲୀ ହାଇକୋର୍ଟରୁ ଝଟକା ପରେ 1700 କୋଟି ଟଙ୍କାର ଆୟକର ନୋଟିସ ପଠାଇଲା ଆୟକର ବିଭାଗ । ଅଧିକ ପଢନ୍ତୁ

Congress Income Tax Notice
Congress Income Tax Notice

By ETV Bharat Odisha Team

Published : Mar 29, 2024, 1:17 PM IST

Updated : Mar 29, 2024, 1:51 PM IST

ନୂଆଦିଲ୍ଲୀ: କଂଗ୍ରେସକୁ ଆଉ ଏକ ଝଟକା । ଦଳକୁ ଆୟକର ବିଭାଗର ନୋଟିସ । କଂଗ୍ରେସକୁ 1700 କୋଟି ଟଙ୍କାର ନୋଟିସ ପଠାଇଛି ଆୟକର ବିଭାଗ । 2017-18ରୁ 2022-21 ବର୍ଷକୁ ନେଇ ଏହି ନୋଟିସ ପଠାଯାଇଥିବା ସୂଚନା ରହିଛି । 1700 କୋଟିର ଜରିମାନା ଏବଂ ସୁଧ ଭରିବ କଂଗ୍ରେସ । କଂଗ୍ରେସ ନେତା ଅଜୟ ମାକନ ଏନେଇ ସୂଚନା ଦେଇଛନ୍ତି ।

ମୁଣ୍ଡ ଉପରେ 2024 ଲୋକସଭା ନିର୍ବାଚନ ରହିଥିବା ବେଳେ ଆୟକର ବିଭାଗ ସମସ୍ୟାକୁ ଦ୍ବିଗୁଣିତ କରିଛି । 2017ରୁ 2021 ମଧ୍ୟରେ ଆୟକର ବିଭାଗର ଜରିମାନା ଉପରେ ପୁନଃ ଯାଞ୍ଚ କରିବା ପାଇଁ କଂଗ୍ରେସ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା । ହେଲେ ମାର୍ଚ୍ଚ 22 ତାରିଖରେ କୋର୍ଟ କଂଗ୍ରେସର ଆବେଦନକୁ ଖାରଜ କରି ପାର୍ଟିକୁ ଏକ ନୋଟିସ ପଠାଇଛନ୍ତି । କୋର୍ଟ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ଆଇଟିଏଟି)ର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଏହା ପୂର୍ବରୁ ଆୟକର ବିଭାଗ 210କୋଟି ଟଙ୍କା ଜୋରିମାନା ଲଗାଇବା ସହ ପାଣ୍ଠି ଫ୍ରିଜ୍ କରିଥିଲା । ତେବେ ଏହାକୁ ବିରୋଧ କରିଛି କଂଗ୍ରେସ । ଆୟକର ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ବିଜେପିକୁ ଟାର୍ଗେଟ କରିଛି କଂଗ୍ରେସ । ଆଗକୁ ଲୋକସଭା ନିର୍ବାଚନ ରହିଥିବା ବେଳେ କଂଗ୍ରେସକୁ ଦେବାଳିଆ କରିବା ପାଇଁ ବିଜେପି ଆୟକର ଅଧିକାରୀଙ୍କୁ ବ୍ୟବହାର କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ:କଂଗ୍ରେସ ଆକାଉଣ୍ଟ ଅଚଳ ପ୍ରସଙ୍ଗ: ମୋଦି ସରକାର ଉପରେ ବର୍ଷିଲେ ସୋନିଆ ଓ ରାହୁଲ, ଗଲେ ସୁପ୍ରିମକୋର୍ଟ - Congress Frozen Account Row

କଂଗ୍ରେସ ନେତା ଅଜୟ ମାକନ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, "ଆମେ ସମାନ ପାରାମିଟର ବ୍ୟବହାର କରି ବିଜେପିର ସମସ୍ତ ଉଲ୍ଲଘଂନକୁ ବିଶ୍ଳେଷଣ କରିଛୁ, ଯାହା ସେମାନେ ଆମର ଉଲ୍ଲଘଂନକୁ ବିଶ୍ଳେଷଣ କରିବା ପାଇଁ ବ୍ୟବହାର କରିଥିଲେ । ବିଜେପି ଉପରେ 4600 କୋଟି ଟଙ୍କାର ଜରିମାନା ରହିଛି । ଆୟକର ବିଭାଗ ଏହି ରାଶି ଦେବା ପାଇଁ ମଧ୍ୟ ଦାବି କରିବା ଉଚିତ । ଆମକୁ ଯେଉଁ ନୋଟିସ ଆସିଛି ତାହା 1993-94 ପର୍ଯ୍ୟନ୍ତ ଆସିଛି । ସୀତାରାମ କେଶାରୀଙ୍କ ସମୟରୁ ଏହି ନୋଟିସ ଆସିଛି । ସୀତାରାମ କେଶାରୀଙ୍କ ସମୟରୁ ଆମକୁ 53 କୋଟି ଟଙ୍କା ଦେବାକୁ ଦାବି କରାଯାଇଛି । ମୋଟ ଉପରେ ଆୟକର ବିଭାଗ କଂଗ୍ରେସକୁ 1823 କୋଟି ଟଙ୍କା ଟ୍ୟାକ୍ସ ଦେବା ପାଇଁ ନୋଟିସ କରିଛି । "

ସେ ଆହୁରି ମଧ୍ୟ କହିଛନ୍ତି, "ଆସନ୍ତା ସପ୍ତାହ ଆରମ୍ଭରେ ଏହି ଆୟକର ବିଜ୍ଞପ୍ତି ବିରୋଧରେ କଂଗ୍ରେସ ସୁପ୍ରିମକୋର୍ଟର ଦ୍ବାରସ୍ଥ ହେବ । ନିର୍ବାଚନ ଆୟୋଗର ୱେବସାଇଟରେ ନିର୍ବାଚନ ବଣ୍ଡ ସମ୍ବନ୍ଧରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଯଦି ବିଜେପି ଗ୍ରହଣ କରିଥିବା ପାଣ୍ଠିର ମୂଲ୍ୟାଙ୍କନ କରାଯାଏ ତେବେ ଦଳ କେତେ ଦୁର୍ନୀତି କରିଛି ତାହା ସ୍ପଷ୍ଟ ହୋଇପାରିବ । "

Last Updated : Mar 29, 2024, 1:51 PM IST

ABOUT THE AUTHOR

...view details