ରାୟପୁର: ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଲାଲବାହିନୀ ଉପରେ ଲଗାମ ଲଗାଇବାକୁ ଜାରି ରହିଛି ଉଦ୍ୟମ । ରାଜ୍ୟର ନକ୍ସଲ ପ୍ରବଣ ଜିଲ୍ଲା ବସ୍ତରରେ ନକ୍ସଲ ନିରୋଧୀ ଅଭିଯାନ ଜୋରଦାର କରାଯାଇଛି । ଏଥିଲାଗି ଜିଲ୍ଲାରେ 80ରୁ ଅଧିକ ସୁରକ୍ଷାବଳ କ୍ୟାମ୍ପ ସ୍ଥାପିତ କରାଯାଇଛି । ତେବେ ନକ୍ସଲ ନିହତରେ ଚଳିତବର୍ଷ ରେକର୍ଡ ହୋଇଛି । ଚଳିତ ବର୍ଷ ଗତ 4 ମାସ ମଧ୍ୟରେ ସୁରକ୍ଷାକର୍ମୀ 91 ଜଣ ନକ୍ସଲଙ୍କୁ ନିହତ କରିଥିବା ବେଳେ 208ଙ୍କୁ ଗିରଫ କରାୟାଇଛି । ନିହତ ନକ୍ସଲଙ୍କ ମଧ୍ୟରେ ଅନେକ ହାର୍ଡକୋର ନକ୍ସଲ କମାଣ୍ଡର ସାମିଲ ଥିବା ଜଣାପଡ଼ିଛି ।
ବସ୍ତର ଆଇଜି ସୁନ୍ଦରରାଜ ପି କହିଛନ୍ତି, " ବର୍ଶଷ 2024ରେ ନକ୍ସଲଙ୍କ ଅଣ୍ଟା ଭଙ୍ଗାଯାଇଛି । ଅନେକ ବଡ କ୍ୟାଡର ନକ୍ସଲଙ୍କୁ ନିହତ କରାଯାଇଛି । ଯେଉଁଥିରେ ଡିଭିସିଏମ ଶଙ୍କର ରାଓ, ଅଶୋକ, ଜୋଗାନ୍ନାଙ୍କ ଭଳି ନାମ ସାମଲି । ଏହି ସମସ୍ତ ନକ୍ସଲଙ୍କ ମୁଣ୍ଡ ଉପରେ ମୋଟ 1 କୋଟି 80 ଲକ୍ଷରୁ ଅଧିକ ଟଙ୍କା ଲାଗିଥିଲା । ନକ୍ସଲ ନିରୋଧୀ ଅଭିଯାନ ବେଳେ ଅନେକ ଆଧୁନିକ ଅସ୍ତ୍ରଶସ୍ତ୍ର ନକ୍ସଲ କ୍ୟାମ୍ପରୁ ଜବତ କରାଯାଇଛି । ଯେଉଁଥିରେ 2ଟି LMG, 4ଟି ଏକ-47, ଗୋଟିଏ ଏସଏଲଆର, ବିସ୍ଫୋରକ ସାମଗ୍ରୀ ଓ ବିପୁଳ ବନ୍ଧୁକ ଜବତ ହୋଇଛି । "
ଏହା ବି ପଢନ୍ତୁ- ବିଗତ ଦଶନ୍ଧିରେ ଛତିଶଗଡ଼ର ବଡ ନକ୍ସଲ ଅପରେସନ; ଯେବେ ଥରହର ହୋଇଥିଲା ଲାଲବାହିନୀ, ଟଳିଥିଲେ ହାର୍ଡକୋର