ଓଡିଶା

odisha

ଭାରତରେ ହୋଇପାରୁନି ବାସସ୍ଥାନ ନବୀକରଣ, କୁଆଡ଼େ ଯିବେ ବାଂଲାଦେଶୀ ଲେଖିକା ତସଲିମା ନସରିନ? - Taslima Nasreen In Trouble

By ETV Bharat Odisha Team

Published : Sep 10, 2024, 11:48 AM IST

Taslima Nasreen Is unable To Renew Residence Permit In India: ୧୩ ବର୍ଷ ଧରି ଭାରତରେ ଶରଣ ପଶିଥିଲେ ବାଂଲାଦେଶରୁ ବିତାଡିତ ଲେଖିକା ତସଲିମା ନସରିନ । ସରିଯାଇଛି ପରମିଟ୍, ହୋଇପାରୁନି ରିନ୍ୟୁ । ଏବେ ଦୋଛକିରେ ଜୀବନ ।

Taslima Nasreen
Taslima Nasreen (X and ETV Bharat Odisha)

ହାଇଦ୍ରାବାଦ: ପୁଣି ଥରେ ଚର୍ଚ୍ଚାରେପ୍ରସିଦ୍ଧ ବାଂଲାଦେଶୀ ଲେଖିକା ତସଲିମା ନସରିନ । ଏବେ ଚର୍ଚ୍ଚା ତାଙ୍କ ଚିନ୍ତାଙ୍କୁ ନେଇ । ନିଜ ଜୀବନ ବିପଦରେ ଥିବା କହିଛନ୍ତି ତସଲିମା । ସେ ବାଂଲାଦେଶରୁ ବିତାଡିତ ହେବା ପରେ ୟୁରୋପ ଓ ପରେ ପରେ ଭାରତରେ ରହି ଆସୁଥିଲେ । ଦେଢ ମାସରୁ ଉର୍ଦ୍ଧ୍ବ ସମୟ ହେଲାଣି ଭାରତରୁ ମିଳିଥିବା ବାସ କରିବା ଅନୁମତି ଅବଧି ଶେଷ ହୋଇଯାଇଛି ।

Taslima Nasreen (X)

ଭାରତ ଶରଣରେ ତସଲିମା:

ପ୍ରସିଦ୍ଧ ଲେଖିକା ତସଲିମା ନସରିନ ବର୍ତ୍ତମାନ ଭାରତରେ ଅଛନ୍ତି । ସେ ୨୦୧୧ରୁ ଭାରତରେ ରହି ଆସୁଛନ୍ତି । ହେଲେ ତାଙ୍କୁ ମିଳିଥିବା ଅନୁମତି ଅବଧି ଗତ ଜୁଲାଇରୁ ଶେଷ ହୋଇଯାଇଛି । ଗୋଟିଏ ପଟେ ଅବଧି ସରିଛି, ଅନ୍ୟପଟେ ଭିସା ରିନ୍ୟୁ ମଧ୍ୟ ହୋଇ ପାରୁନାହିଁ । ତସଲିମାଙ୍କ କହିବା ଅନୁଯାୟୀ, ଏନେଇ ପୁନର୍ବାର ଆବେଦନ କରିଥିଲେ ମଧ୍ୟ କୌଣସି ସରକାରୀ ଅଧିକାରୀଙ୍କ ଏନେଇ ନିଘା ନାହିଁ ।

Taslima Nasreen (X)

'ମୋତେ ଭାରତରେ ରହିବା ପସନ୍ଦ'

ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ବେଳେ ତସଲିମା କହିଛନ୍ତି, "ମୁଁ ଭାରତରେ ରହିବାକୁ ଚାହେଁ । ହେଲେ ପାଖାପାଖି ଦେଢ ମାସ ହେଲାଣି ମୁଁ ପରମିଟ୍ ରିନ୍ୟୁ କରିବାକୁ ଚାହୁଁଥିଲେ ବି ତାହା ହୋଇପାରୁନାହିଁ । ସବୁବେଳେ ମୁଁ ଅନଲାଇନ ଆପ୍ଲିକେସନ ଚେକ୍ କରୁଛି । ହେଲେ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ନାହିଁ । ଏମତି ଆଗରୁ କେବେ ହୋଇନାହିଁ ।"

Taslima Nasreen (X)

'ପରମିଟ୍ ନମିଳିଲେ ମରିଯିବି'

ଯଦି ମୋତେ ଭାରତରେ ରହିବାକୁ ସରକାର ଅନୁମତି ପ୍ରଦାନ ନକରନ୍ତି ତେବେ ହୁଏତ ମୋ ଜୀବନ ଚାଲିଯାଇପାରେ । ମୋ ଜୀବନ ନିଶ୍ଚିତ ଯାଇପାରେ । କାରଣ ଆଉ କେଉଁଠିକୁ ଯିବାକୁ ମୋ ପାଖରେ ରାସ୍ତା ନାହିଁ । ଏହାସହ ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ଖାଲିଦା ଜିୟାଙ୍କ ପାଇଁ ସେ ଦେଶରୁ ବିତାଡିତ ହୋଇଥିବା କଥା କହିଛନ୍ତି ।

ବାଂଲାଦେଶ ହିଂସା ସହ ରହିଛି କି ସମ୍ପର୍କ ?

ସେପଟେ ବାଂଲାଦେଶ ହିଂସା ସମ୍ପର୍କରେ ତସଲିମା କହିଛନ୍ତି,' ମୋର ବାଂଲାଦେଶର ବର୍ତ୍ତମାନ ସ୍ଥିତି ସହ କିଛି ସମ୍ପର୍କ ନାହିଁ । କି ରାଜନୀତି ସହ ଜଡିତ ନାହିଁ । ମୋର ପରମିଟ୍ ବାଲଂଦେଶ ବିବାଦ ପୂର୍ବରୁ ଶେଷ ହୋଇଯାଇଥିଲା ।'

ଏହା ବି ପଢନ୍ତୁ...ବାଂଲାଦେଶରେ ହସିନା ସରକାରର ପତନ; ଭାରତୀୟ ସୁରକ୍ଷା ଗତିଶୀଳତାକୁ ଝଟକା - The Fall Of Hasinas Regime

୧୯୯୪ରେ ବାଂଲାଦେଶ ଛାଡିଥିଲେ ତସଲିମା:

ପ୍ରସିଦ୍ଧ ଲେଖିକା ତସଲିମା ନସରିନଙ୍କ ଯାତ୍ରା ଏତେ ସହଜ ନଥିଲା । ତାଙ୍କ ଦ୍ବାରା ଲିଖିତ ପୁସ୍ତକ ବା ଆର୍ଟିକିଲକୁ ନେଇ ସେ ସବୁବେଳେ ବିବାଦରେ ରହିଆସୁଥିଲେ । ୧୯୯୪ ମସିହାରେ ମୁସଲିମ ଲ ଅନୁସାରେ ତାଙ୍କ ବିରୋଧରେ ଫତୱା ଜାରି ହୋଇଥିଲା । ତେଣୁ ସେ ଦେଶ ଛାଡି ୟୁରୋପ ଚାଲିଯାଇଥିଲେ । ସେଠାରେ କିଛି ବର୍ଷ ରହିବା ପରେ ସେ ଭାରତରେ ରହିଆସୁଛନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି, ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଜାରି ରହିବା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଦେଶ ଛାଡ଼ି ଭାରତରେ ଶରଣ ପଶିଥିବା ବେଳେ, ଏବେ କଣ କରିବେ ଲେଖିକା ନସରିନଷ ଯଦି ଭାରତରୁ ଅନୁମତି ନମିଳେ, ତେବେ ସେ କୁଆଡ଼େ ଯିବେ ?

Taslima Nasreen Books (X)

ଏହା ବି ପଢନ୍ତୁ...ବାଂଲାଦେଶ ହିଂସା ଘଟଣା: କେମିତି ସୁରକ୍ଷିତ ଦେଶ ଛାଡିଲେ ଶେଖ ହସିନା, ହୋଇଥିଲା କି କିଛି ବୁଝାମଣା ? - Bangladesh violence

ଏହା ବି ପଢନ୍ତୁ...Bangladeshi infiltrators: ଚିହ୍ନଟ ହେବେ ବାଂଲାଦେଶୀ ଅନୁପ୍ରବେଶକାରୀ, ଜିଲ୍ଲାପାଳ-ଏସପିଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Identify Bangladeshi infiltrators

ଏହା ବି ପଢନ୍ତୁ...ଇସ୍ତଫା ପୂର୍ବରୁ ଦେଶକୁ ସମ୍ବୋଧିତ କରିବାକୁ ଚାହୁଁଥିଲେ ହସିନା: ଷଡଯନ୍ତ୍ର ପଛରେ ଏହି ଦେଶ, ଅଧୁରା ଭାଷଣରେ ରହିଛି ଗୁମର - Sheikh Hasina Undelivered Speech

ABOUT THE AUTHOR

...view details