ଓଡିଶା

odisha

ETV Bharat / bharat

ପଞ୍ଜାବ ପରେ ଦିଲ୍ଲୀରେ ମଧ୍ୟ ସବୁ ଲୋକସଭା ଆସନରେ ଏକାକୀ ଲଢିବ AAP - Arvind Kejriwal

Lok Sabha Election 2024: ପଞ୍ଜାବ ପରେ ଦିଲ୍ଲୀରେ ମଧ୍ୟ ଏକାକୀ ସମସ୍ତ ଆସନରେ ଲଢିବ ଆମ ଆଦମୀ ପାର୍ଟି । ଦଳମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ କଲେ ଘୋଷଣା । ଅଧିକ ପଢନ୍ତୁ

ପଞ୍ଜାବ ପରେ ଦିଲ୍ଲୀରେ ମଧ୍ୟ ସବୁ ଲୋକସଭା ଆସନରେ ଏକାକୀ ଲଢିବ ଆପ, କେଜ୍ରିଓ୍ବାଲ କଲେ ଘୋଷଣା
ପଞ୍ଜାବ ପରେ ଦିଲ୍ଲୀରେ ମଧ୍ୟ ସବୁ ଲୋକସଭା ଆସନରେ ଏକାକୀ ଲଢିବ ଆପ, କେଜ୍ରିଓ୍ବାଲ କଲେ ଘୋଷଣା

By ETV Bharat Odisha Team

Published : Feb 11, 2024, 6:51 PM IST

ନୂଆଦିଲ୍ଲୀ:ସାଧାରଣ ନିର୍ବାଚନ ଯେତିକି ପାଖଉଛି, ‘ଇଣ୍ଡିଆ’ ମେଣ୍ଟରେ ଫାଟ ସେତିକି ବଢୁଛି । ଛିଡୁନି ସହଯୋଗୀ ଦଳଙ୍କ ମଧ୍ୟରେ ଆସନ ବୁଝାମଣା ଅଙ୍କ ।ପଞ୍ଜାବ ପରେ ଦିଲ୍ଲୀରେ ମଧ୍ୟ ସମସ୍ତ ଲୋକସଭା ଆସନରେ ଆମ ଆଦମୀ ପାର୍ଟି ଏକକୀ ଲଢିବାକୁ ଯାଉଛି । ଦିଲ୍ଲୀରେ ମଧ୍ୟ ସମସ୍ତ 7 ସଂସଦୀୟ ଆସନରେ କଂଗ୍ରେସ ସହ କୌଣସି ଆସନ ବୁଝାମଣା ହେବ ନାହିଁ ବୋଲି ଦଳମୁଖ୍ୟ ତଥା ସ୍ଥାନୀୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ଘୋଷଣା କରିଛନ୍ତି ।

ଆଜି ପଞ୍ଜାବରେ ଏକ ସଭାକୁ ସମ୍ବୋଧିତ କରିବା ବେଳେ ଏହି ଘୋଷଣା କରିଛନ୍ତି କେଜ୍ରିଓ୍ବାଲ । ଗତକାଲି କେଜ୍ରିଓ୍ବାଲ ପଞ୍ଜାବରେ ଦଳ ଏକାକୀ ଲଢିବା ନେଇ ଘୋଷଣା କରିଥିଲେ । ଏହାର ମାତ୍ର 24 ଘଣ୍ଟା ପରେ ଦିଲ୍ଲୀରେ ମଧ୍ୟ ଦଳ ସମାନ ଆଭିମୁଖ୍ୟ ଗ୍ରହଣ କରିଛି । ଯାହା ଇଣ୍ଡିଆ ମେଣ୍ଟର ନେତୃତ୍ବକାରୀ ଦଳ କଂଗ୍ରେସ ପାଇଁ ଅଡୁଆ ବଢାଇଛି । କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି, ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ପରେ ଦୁଇଟି ରାଜ୍ୟରେ ସରକାର ଗଠନ କରିଥିବା ତୃତୀୟ ପାର୍ଟି । ଦଳ ଦିଲ୍ଲୀ ଓ ପଞ୍ଜାବରେ ଶାସନରେ ରହିଛି । ଦଳ ଉଭୟ ସ୍ଥାନରେ ଭଲ ସ୍ଥିତିରେ ଥିବାରୁ ଉଭୟ ସ୍ଥାନରେ ଅଧିକ ସଂସଦୀୟ ଆସନ ଜିତିବାକୁ ଆଶା ରଖିଛି । ତେଣୁ ଦଳ କଂଗ୍ରେସ ସହ କୌଣସି ବୁଝାମଣା କରିବାକୁ ଚାହୁଁନି ।

କେଜ୍ରିଓ୍ବାଲ କହିଥିଲେ, ଦିଲ୍ଲୀବାସୀ ଏଥର ନିର୍ଣ୍ଣୟ କରିସାରିଛନ୍ତି ଯେ, ସମସ୍ତ 7 ଆସନରେ ଆପକୁ ଭୋଟ ଦେବେ । ତେଣୁ ଦଳ ଦିଲ୍ଲୀରେ କୌଣସି ଆସନ ବୁଝାମଣା କରିବାକୁ ଚାହୁଁନି । ଦଳ ଗୋଆ, ଗୁଜୁରାଟ, ଓ ହରିୟାଣାରେ ମଧ୍ୟ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଦେବାକୁ ଯାଉଛି । ଏଥିପାଇଁ 13 ତାରିଖରେ ଦଳ ପଲିଟିକାଲ ଆଫାଏର୍ସ କମିଟି ବୈଠକ ଆହୁତ କରିବାକୁ ଯାଉଛି । ବୈଠକ ପରେ ଏହି ରାଜ୍ୟମାନଙ୍କରେ ମଧ୍ୟ ଦଳ ପ୍ରାର୍ଥୀ ଘୋଷଣା କରିବ । ହେଲେ ଏଠାରେ କେତେ ସଂଖ୍ୟକ ପ୍ରାର୍ଥୀ ଦେବ ସେ ନେଇ କୌଣସି ସୂଚନା ମିଳିନି ।

ଏହା ମଧ୍ୟ ପଢନ୍ତୁ : -ମଧ୍ୟପ୍ରଦେଶରେ ମୋଦି, ଭେଟିଦେଲେ 7550 କୋଟିର ପ୍ରକଳ୍ପ

ସୂଚନାଯୋଗ୍ୟ, ଦିଲ୍ଲୀରେ 7 ଲୋକସଭା ଆସନରୁ ସମସ୍ତ ଆସନରେ ବିଜେପି ଦଖଲରେ ରହିଛି । 2014 ଓ 2019 ରେ ଆମ ଆଦମୀ ପାର୍ଟି ଏଠାରେ ଲଢିଥିବା ବେଳେ ଖାତା ଖୋଲିପାରିନଥିଲା । 7 ରୁ 5 ଆସନରେ ଆପ ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଥିଲେ । ବିଜେପି ସମସ୍ତ 7 ଆସନ ଦଖଲ କରି 56.9 ପ୍ରତିଶତ ଭୋଟ ହାସଲ କରିବାର ସଫଳ ହୋଇଥିଲା । ଦ୍ବିତୀୟ ଦଳ ଭାବେ କଂଗ୍ରେସ ମାତ୍ର 22.6 ପ୍ରତିଶତ ଭୋଟ ପାଇଥିଲା । ହେଲେ ଚଳିତବର୍ଷ ଆମ ସମସ୍ତ ଆସନରେ ଏକାକୀ ପ୍ରାର୍ଥୀ ଦେଉଥିବା ବେଳେ ବିଜେପି ସହ ଦଳର ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details