ମେଷ:ଆଜି ଆପଣ ଭାରି ନିଃସ୍ୱାର୍ଥପର ଏବଂ ମଙ୍ଗଳକାରୀ ଅନୁଭବ କରିବେ । ଯଦିଓ କେତେକ ଆପଣଙ୍କର ଏହି ଦୟାଳୁ ମନୋଭାବ ରହିଛି, ଏହା ଏକ କଠିନ ପରିସ୍ଥିତିରୁ ବାହାରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ । ଏହା ମଧ୍ୟ ଆପଣଙ୍କୁ ମାନସିକ ଶାନ୍ତି ଦେବ ଯାହାକି ଆପଣ ଆବଶ୍ୟକ କରୁଛନ୍ତି । ଆପଣଙ୍କର ସନ୍ତୁଷ୍ଟ ଏବଂ ହସଖୁସିର ମନୋଭାବରୁ ଆପଣ ଉପକାର ପାଇପାରନ୍ତି । ସାଙ୍ଗମାନଙ୍କୁ ଆତିଥ୍ୟ ପ୍ରଦାନ କରି ଅର୍ଥ ସାରିବେ । ବଡମାନଙ୍କର ପ୍ରିୟ ହେବେ । ବନ୍ଧୁତ୍ୱ ନିବିଡତର ହେବ । ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଖୋଜୁଥିବା ଜିନିଷ ମିଳିବ ।
ବୃଷ: ଦିନଟି ଅତି ଉଜ୍ଜଳ ହେବ । ନୂତନ କାର୍ଯ୍ୟ ହାତକୁ ନେବେ । କର୍ମୀ ତଥା ବ୍ୟବସାୟୀମାନେ ଉନ୍ନତି କରିବେ । ଯଦି ଆପଣ ସଂମ୍ପର୍କ ଏବଂ ସର୍ବସାଧାରଣ ବକ୍ତା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଆଜି ଆପଣ ଶ୍ରୋତାମାନଙ୍କୁ ଉତ୍ସାହିତ କରିବେ ଏବଂ ଆନନ୍ଦ ଉପଭୋଗ କରିବାକୁ ଦେବେ । ଏପରିକି ବ୍ୟକ୍ତି ବିଶେଷଙ୍କ ସହିତ କଥାବାର୍ତ୍ତା ସମୟରେ ମଧ୍ୟ ଆପଣଙ୍କ ଶ୍ରୋତା ଅତ୍ୟନ୍ତ ପ୍ରଭାବିତ ହୋଇ ନିରବ ହୋଇଯିବେ । ଫଳରେ ଦୀର୍ଘକଳୀନ ଭାବରେ ଜଣାଶୁଣା ବ୍ୟକ୍ତିମାନଙ୍କ ସହିତ ଏବ ବିଶେଷ ସମ୍ପର୍କ ରହିବାର ସମ୍ଭାବନା ରହିଛି ।
ମିଥୁନ:ବିଶେଷ ଭାବରେ ମହିଳାମାନଙ୍କ ସହିତ କାରବାର କଲାବେଳେ ଆପଣଙ୍କ ଭାବ ପ୍ରବଣତା ଆପଣଙ୍କୁ ଅତ୍ୟଧିକ ଭାବରେ ପ୍ରଭାବିତ କରିବାକୁ ଦିଅନ୍ତୁ ନାହିଁ । ଆପଣ ମାୟାଜାଲରେ ଫସି ପାରନ୍ତି କାରଣ ମହିଳା ଜଣକ ଆପଣଙ୍କୁ ଭାବନାତ୍ମକ ଭାବରେ ଶୋଷଣ କରିପାରେ । କେବଳ ଗୋଟିଏ ଜିନିଷ ଆଜି ଆପଣଙ୍କ ପାଇଁ ମହିଳାଠାରୁ ଅଧିକ ବିପଦସଙ୍କୁଳ ତାହା ହେଉଛି ଜଳାଶୟ, ସେଥିରୁ ଦୂରରେ ରହନ୍ତୁ । ଆପଣ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଏକତ୍ର କରି ଆମୋଦ ପ୍ରମୋଦରେ ଦିନଟିକୁ କାଟିବାକୁ ଯୋଜନା କରିବେ ।
କର୍କଟ: ଆଜି ପାଇଁ ଆପଣଙ୍କ ଦିନ ଆନନ୍ଦ ଏବଂ ଖୁସିଭରା ରହିବ । ଏକ ନୂଆ ପ୍ରକଳ୍ପର ଶୁଭାରମ୍ଭ, ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ମିଳନ ଆପଣଙ୍କୁ ଅଧିକ ଆନନ୍ଦ ଦେବ । ଆପଣଙ୍କ ପାଖରେ ଯାହା ଅଛି, ତାହା ଆପଣଙ୍କୁ ଭଲ ଭାଗ୍ୟ ଆଡକୁ ଟାଣିନେବ ଏବଂ ଆପଣ ଅଧିକ ଉତ୍ସାହ ରହିବେ । ଅପରାହ୍ନରେ ଗ୍ରହମାନଙ୍କର ଶୁଭ ଦୃଷ୍ଟି ଯୋଗୁଁ ସକାଳର ଯନ୍ତ୍ରଣା ପ୍ରଶମିତ ହୋଇ ଶାରୀରିକ ଓ ମାନସିକ ସୁସ୍ଥତା ଫେରିପାରେ । ଅଫିସର ସୁସ୍ଥ ବାତାବରଣ ରହିବା ସହିତ ସହକର୍ମୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସୌହାର୍ଦ୍ଦତା ବୃଦ୍ଧି ପାଇବ ।
ସିଂହ:ସମସ୍ତ ଦୃଷ୍ଟିକୋଣରୁ ଆଜିଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ, ପରିବାର ସହିତ ହସଖୁସିରେ କଟିବ, କିନ୍ତୁ ପରିସ୍ଥିତି ସାଧାରଣ ହିଁ ରହିବ । ଆବଶ୍ୟ, ଯଦି ଆପଣ ଅସୁବିଧାର ସମ୍ମୁଖୀନହ୍ନୁଅନ୍ତି, ସେମାନେ ସମସ୍ତେ ଆପଣଙ୍କ ପଛରେ ଛିଡା ହେବେ । ଅନ୍ତିମରେ ଆପଣଙ୍କ ପାଇଁ ଏହା ଏକ ଅନ୍ୟନ୍ତ ଶୁଭ ଦିନ ନୁହେଁ । ଆର୍ଥିକ ଲାଭର ଅଭାବ ରହିବ, ନୂଆ ସମ୍ପର୍କ ସୃଷ୍ଟି କରି ଆପଣ ଏହି ଅଭାବକୁ ଦୂର କରିବାରେ ସମର୍ଥ ହେବେ ।
କନ୍ୟା:ଆପଣ ଅନ୍ୟମାନଙ୍କୁ ନିଜର ନମ୍ର-ବ୍ୟବହାର ଏବଂ ମିଠା କଥାରେ ପ୍ରଭାବିତ କରିପାରିବେ । ଏହା ଆପଣଙ୍କୁ ଅନେକ ପ୍ରକାରରେ ସାହାଯ୍ୟ କରିବ । ବୌଦ୍ଧିକ ଦୃଷ୍ଟିକୋଣରୁ ଆପଣଙ୍କର ବିକାଶ ହେବ । ଆପଣଙ୍କ ଦୃଷ୍ଟିକୋଣରେ ମଧ୍ୟ ହଠାତ୍ ପରିବର୍ତ୍ତନ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ, ଉଭୟ ଶାରିରୀକ ଏବଂ ମାନସିକ ଭଲ ରହିବ । କେତେକ ଭଲ ଖବର ଆପଣଙ୍କ ଅପେକ୍ଷାରେ ଅଛି । ଦୁଃଖରୁ ନିବୃତ୍ତ ହେବେ । ଆୟ ଓ ପ୍ରତିଷ୍ଠା ବଢିବ । ବନ୍ଧୁ ମିଳନ ହେବ । ପରିବାରଜନଙ୍କ ସହ ଦିନଟି ଖୁସିରେ ଅତିବାହିତ ହେବ ।