ଓଡିଶା

odisha

ETV Bharat / bharat

ଆଜିର ରାଶିଫଳ; ଏହି ରାଶିଙ୍କ ଆର୍ଥିକ ସ୍ଥିତିରେ ଆସିବ ସୁଧାର, ବଢିବ ରୋଜଗାର - AJIRA RASIFALA

Ajira Rasifala: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ

ଆଜିର ରାଶିଫଳ; ଏହି ରାଶିଙ୍କ ଆର୍ଥିକ ସ୍ଥିତିରେ ଆସିବ ସୁଧାର, ବଢିବ ରୋଜଗାର
ଆଜିର ରାଶିଫଳ; ଏହି ରାଶିଙ୍କ ଆର୍ଥିକ ସ୍ଥିତିରେ ଆସିବ ସୁଧାର, ବଢିବ ରୋଜଗାର (ETV Bharat Odisha)

By ETV Bharat Odisha Team

Published : Sep 26, 2024, 12:00 AM IST

ମେଷ: ଆପଣଙ୍କ ଆଜିର ଦିନଟି ବେଶ ଖୁସିରେ କଟିବ । ସାବଧାନତାର ସହ ଆଜିର ଦିନଟି ଆରମ୍ଭ କରନ୍ତୁ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ସକାଳ ହେଉଛି ସବୁଠାରୁ ଉତ୍ତମ । ବ୍ୟବସାୟୀ ଏବଂ ପେଶାଦାରମାନେ ସେମାନଙ୍କ କାର୍ଯ୍ୟରେ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ ଏବଂ ସେମାନଙ୍କ ବରିଷ୍ଠ କାର୍ଯ୍ୟରେ ସନ୍ତୁଷ୍ଟ ଏବଂ ଖୁସୀ ହେବେ । ସରକାରଙ୍କ ଠାରୁ ଲାଭ ପାଇବାର ସମ୍ଭାବନା ରହିଛି ।

ଆଜିର ରାଶିଫଳ (ARIES)

ବୃଷ: ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ହେବ । ଆପଣଙ୍କ ବନ୍ଧୁଙ୍କ ସହିତ ଆନନ୍ଦରେ ସମୟ ବିତାଇବେ । ଖେଳକୁଦ କିମ୍ୱା ମନୋରଞ୍ଜନ କରି ମଉଜ ମଜଲିସରେ ଦିନ କାଟିବେ । ଅନ୍ୟ ପକ୍ଷରେ, ଆପଣଙ୍କ ଅଧା ଦିନ ଅର୍ଥ ଯୋଗାଡ କରିବାରେ ବିତାଇବେ । ଆଜିର ଦିନଟି ଆପଣଙ୍କ ପାଇଁ ନୂଆ କାମ ଆରମ୍ଭ କରିବାକୁ ଅନୁକୂଳ ସମୟ ନୁହେଁ । କାହା ସହ ମତଭେଦ ହୋଇପାରେ । ଆପଣଙ୍କ ପରିବାରରେ ଶାନ୍ତି ବଜାୟ ରଖନ୍ତୁ । ବିଦ୍ୟାର୍ଥୀ ସଫଳତା ପ୍ରାପ୍ତ କରିପାରିବେ ।

ଆଜିର ରାଶିଫଳ (TAURUS)

ମିଥୁନ: ଆପଣ ଆପଣଙ୍କ ରାରିପଟେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବେ, ଯାହାକି ଆପଣଙ୍କ ମନୋବୃତ୍ତି ଏବଂ ପ୍ରଚେଷ୍ଟାରେ ପ୍ରତିଫଳିତ ହେବ । ଅତ୍ୟନ୍ତ ହସ ଖୁସୀରେ ପରିବାର ଏବଂ ବନ୍ଧୁ ମେଳରେ ଦିନଟି ବିତାଇବେ । ହୁଏତ ଆପଣ ଅନେକ ସପିଂ କରିବା ଯାଇପାରନ୍ତି ଏବଂ ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ଖାଇପାରନ୍ତି । ପାରିବାରିକ ଜୀବନ ଶାନ୍ତ ରହିବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ଫଳପ୍ରଦ ହେବ । ଆପଣ ଅପରାହ୍ନରେ ଆପଣଙ୍କ ଘରର ରୂପ ବଦଳାଇବାକୁ ଯୋଜନା କରନ୍ତୁ ।

ଆଜିର ରାଶିଫଳ (GEMINI)

କର୍କଟ: ଆପଣଙ୍କ ଖର୍ଚ୍ଚ ଆୟ ଅପେକ୍ଷା ଅଧିକ ହେବ; ତେଣୁ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଆଖି ସମସ୍ୟା ଦେଖାଦେଲେ, ଜଣେ ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାନ୍ତୁ ଯେପରିକି ଅଧିକ କ୍ଷତି ନହେବ । ଆପଣଙ୍କ ରାଗ ଏବଂ ଜିଭ ନିୟନ୍ତ୍ରଣରେ ରଖନ୍ତୁ କିମ୍ୱା ଆପଣ ଅନ୍ୟଙ୍କ ବିରୋଧି ହେବେ । କିନ୍ତୁ ସନ୍ଧ୍ୟା ବେଳକୁ ସବୁକିଛି ଠିକ ହୋଇଯିବ ଏବଂ ଆପଣ ନିଜ ସାଙ୍ଗମାନଙ୍କ ସହ ଆନନ୍ଦରେ ସମୟ ବିତାଇବେ । ବନ୍ଧୁ ଗହଣରେ ଏବଂ ପରିବାର ସଦସ୍ୟମାନଙ୍କ ସହ ହସ ଖୁସିରେ ସମୟ କାଟିବା ପାଇଁ ବାହାରକୁ ଭ୍ରମଣ କରିବାକୁ ଯାଇପାରନ୍ତି ।

ଆଜିର ରାଶିଫଳ (CANCER)

ସିଂହ: ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ରହିବ । ଦିନର ପ୍ରଥମ ଭାଗ ଭଲ ଖବରରେ ଭରା ରହିବ । ବ୍ୟକ୍ତିଗତ କିମ୍ବା ପେଶାଗତ ହେଉ । ଯେହେତୁ ଖବର ଲାଭଦାୟକ ହେବ, ଆପଣ ଅତ୍ୟନ୍ତ ଖୁସୀ ଅନୁଭବ କରିବେ । ଶାନ୍ତ ରହନ୍ତୁ; ଆୟରେ ବୃଦ୍ଧି ହୋଇପାରେ ଏବଂ ଅନ୍ୟ ଆର୍ଥିକ ସୁତ୍ର ମଧ୍ୟ ପାଇପାରନ୍ତି । ନିଜ ଜୀବନସାଥୀଙ୍କୁ ମୂଲ୍ୟବାନ ଉପହାର ଦେଇପାରନ୍ତି । କଳା ପ୍ରତି ଆକର୍ଷିତ ହେବେ, ସଫଳତା ପ୍ରଦର୍ଶନ କରିବାକୁ ସକ୍ଷମ ହେବେ ।

ଆଜିର ରାଶିଫଳ (LEO)

କନ୍ୟା: ଆଜି ପରିବାର ସହିତ ସଂପର୍କ ମଜଭୁତ ହେବ; ବନ୍ଧୁ ଏବଂ ସଂପର୍କୀୟ ମାନଙ୍କ ସହିତ ମିଶିବେ ଏବଂ ତାଙ୍କ ସହିତ ହସଖୁସୀରେ ଦିନ ଅତିବାହିତ ହେବ । ଯଦି ସମ୍ଭବ, ତାଙ୍କ ସହିତ ବାହାରକୁ ଯାଆନ୍ତୁ । ପ୍ରକଳ୍ପ ସଫଳ ହେବ ଏବଂ ବରିଷ୍ଠମାନେ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ । ଅନ୍ୟର ଆଦେଶ ମାନିବା ବଦଳରେ ନିଜ ଢଙ୍ଗରେ ସମସ୍ୟା ଗୁଡ଼ିକୁ ସମାଧନ କରିବାକୁ ପସନ୍ଦ କରିବେ । କୌଣସି କାମରେ ଅସନ୍ତୁଷ୍ଟ ପ୍ରକାଶ ନକରି ଶାନ୍ତ ରହିଲେ ଅନେକ ବିବାଦରୁ ଦୂରେଇ ରହିପାରିବେ ।

ଆଜିର ରାଶିଫଳ (VIRGO)

ତୁଳା:ଆଜି ଦିନ ବ୍ୟସ୍ତତାରେ ଭରା ରହିବ, ଆପଣ ସବୁଠାରୁ ହତାଶ ଅନୁଭବ କରିବେ । ପିଲାମାନଙ୍କ ସହିତ ଭିନ୍ନ ମତ ହୋଇପାରେ, ଯେଉଁଥି ପାଇଁ ଆପଣ ଅଶାନ୍ତି ହୋଇପାରନ୍ତି । କାର୍ଯ୍ୟରେ, ପରିସ୍ଥିତି ଅନୁକୂଳ ହେବ ନାହିଁ ଯେତେତୁ ଆପଣ ଜାଣିବେ ଯେ ବରିଷ୍ଠମାନେ ଆପଣଙ୍କ କାମରେ ଅଶାନ୍ତି ଅଛନ୍ତି । ଆଜି ଆପଣଙ୍କ ପାଇଁ ପ୍ରତି ସେକେଣ୍ଡ ମୂଲ୍ୟବାନ ହେବ । ସବୁ ଠିକ ଠାକ କରିବା ପାଇଁ ପୁରୁଣା ସମୟ ଭଳି ଆଜି ଆପଣ ଯୋଜନା କରିପାରନ୍ତି ।

ଆଜିର ରାଶିଫଳ (LIBRA)

ବିଛା: ଦୁର୍ଭାଗ୍ୟ ଜନକ ପରିସ୍ଥିତିରୁ ଧାର୍ମିକ କାର୍ଯ୍ୟ ଏବଂ ଭଗବାନଙ୍କ ପ୍ରତି ବିଶ୍ୱାସ ଆପଣଙ୍କୁ ରକ୍ଷା କରିବ । ଆଜି ମନ ଅସ୍ଥିର ରହିବ ଏବଂ ବିରକ୍ତିଭାବ ଆସିବ; କିଛି କହିବା ପୂର୍ବରୁ ଦୁଇଥର ଭାବନ୍ତୁ ଯେହେତୁ ଏହା ନିଆଁରେ ଘିଅ ଢାଳିବା ଭଳି ହେବ । ଆପଣଙ୍କ ପରିବାରକୁ ବ୍ୟସ୍ତ କରୁଥିବା ସମସ୍ୟା ଆପଣଙ୍କ ମନକୁ ଆନ୍ଦୋଳିତ କରିପାରେ । ଆପଣ ସେହି ସବୁ ସମସ୍ୟାକୁ ସଫଳତାର ସହ ସମାଧାନ କରିପାରିବେ ।

ଆଜିର ରାଶିଫଳ (SCORPIO)

ଧନୁ: ଆଜି ଆପଣ ଆମୋଦପ୍ରମୋଦରେ ଦିନଟିକୁ କାଟିବେ । ଅନୁକୂଳ ଶକ୍ତି ଆପଣଙ୍କୁ ପ୍ରଭାବିତ କରିବ, ଫଳରେ ଘର ପରିବେଶ ଶାନ୍ତ ରହିବ । ଅବଶ୍ୟ ସନ୍ଧ୍ୟା ବେଳକୁ ପରିସ୍ଥିତି ସଂପୂର୍ଣ୍ଣ ଓଲଟା ହେବାର ସମ୍ଭାବନା ରହିଛି । ବ୍ୟାବସାୟୀମାନେ ଦେଶ ସମ୍ପର୍କୀୟଙ୍କ ସହ ବ୍ୟବସାୟ ବୃଦ୍ଧି କରିପାରନ୍ତି । ଠିକ ଢଙ୍ଗରେ କହିବାର ଦକ୍ଷତା ଆଜି ଆପଣଙ୍କୁ ନିଜ କାର୍ଯ୍ୟ ହାସଲ ପାଇଁ ସାହାଯ୍ୟ କରିବ । ଭଲ ନିଷ୍ପତ୍ତି ନେଇ ଆଜିର ଦିନରେ କାମ ଆରମ୍ଭ କରିବା ପାଇଁ ଆପଣଙ୍କ ପାଇଁ ଶୁଭ ଫଳପ୍ରଦ ହେବ ।

ଆଜିର ରାଶିଫଳ (SAGITTARIUS)

ମକର:ଆଜି ଆପଣଙ୍କର ମଧୁର ଭାଷା ଅନେକ ଅସୁବିଧା ଦୂର କରିବା ଘରର ପରିସ୍ଥିତି ଶାନ୍ତ ଏବଂ ଆଶାବାଦୀ ରହିବ । ଆପଣଙ୍କ ସମ୍ମାନ ଏବଂ ଆତ୍ମ ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆର୍ଥିକ ଲାଭ ହେବ । ଆପଣ ନୂଆ କାର୍ କିଣିପାରନ୍ତି ଏବଂ ସାଙ୍ଗମାନଙ୍କ ସହିତ ଯାଆନ୍ତୁ ଏବଂ ମଜା କରନ୍ତୁ । ଲମ୍ୱା ଡ୍ରାଇଭ୍‌ରେ ଯିବା ଏକ ଭଲ ଚିନ୍ତାଧାରା ହେବ । ଆପଣ ଆପଣଙ୍କ ବନ୍ଧୁ ଓ ପରିବାର ସଦସ୍ୟମାନଙ୍କ ସହ ଅଧିକ ସମୟ ବିତାଇବେ । ସନ୍ଧ୍ୟାରେ ଆନନ୍ଦ ଉପଭୋଗ କରନ୍ତୁ ।

ଆଜିର ରାଶିଫଳ (CAPRICORN)

କୁମ୍ଭ:ଯେହେତୁ ଆପଣ ଆଜି ସୃଜନଶୀଳ ମନୋବୃତ୍ତିରେ ଅଛନ୍ତି, ଅଫିସିଆଲ କାମରେ କମ୍‌ ଧ୍ୟାନ ରହିବ; ଆପଣଙ୍କର ସୃଜନଶୀଳ ରସ ପ୍ରବାହିତ ହେବାକୁ ଦିଅନ୍ତୁ । ପିଲାଙ୍କ ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ଆପଣଙ୍କୁ ବ୍ୟସ୍ତ କରିଦେବ; ଏକ ଚିଲ୍‌ ପିଲ୍‌ ନେଇ କୋହଳ ଅନୁଭବ କରିବାକୁ ଚେଷ୍ଟା କରନ୍ତୁ । କାର୍ଯ୍ୟରେ ପରିସ୍ଥିତି ଉନ୍ନତି କରିବ । ଆପଣ ବିଭିନ୍ନ ଧାରଣାଗୁଡିକୁ ଆଜି କାର୍ଯ୍ୟକାରୀ କରିବେ ଓ କୌଶଳରେ ଲଗାଇବେ ଏବଂ ପ୍ରଶଂସାର ପାତ୍ର ସାଜିବେ । ଆପଣ ଆଜି ଜୀବନର ମୂଲ୍ୟ ବୁଝିପାରିବେ ।

ଆଜିର ରାଶିଫଳ (AQUARIUS)

ମୀନ:ବ୍ୟସ୍ତତା ଆପଣଙ୍କ କାର୍ଯ୍ୟର ଗତି ଧୀର କରିଦେଇପାରେ ଏବଂ ନିଷ୍ପତ୍ତି ନେବାର ଦକ୍ଷତା ମଧ୍ୟ କମ୍‌ କରିଦେଇପାରେ । ଜମି କିମ୍ୱା ସମ୍ପତ୍ତି ବିଷୟରେ କୌଣସି ଆଲୋଚନା କରନ୍ତୁ ନାହିଁ, ଏଭଳି ପରିସ୍ଥିତିକୁ ଏଡାନ୍ତୁ ଯାହାକି ଆପଣଙ୍କ ଗୁଣର ପ୍ରତିକୂଳ ଲକ୍ଷଣ ବୃଦ୍ଧି କରିପାରେ । ଏସିଡିଟି ଭଳି ହଜମ ସମସ୍ୟା ଦେଖା ଦେଇପାରେ ଯାହାକି ଆପଣଙ୍କୁ କଷ୍ଟ ଦେବ । ପରିବାରରେ ମତଭେଦ ରହିପାରେ ଓ ଆପଣଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଚିନ୍ତା ରହିବ । ଚାକିରି କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଆପଣ ତାଙ୍କର ବିଶେଷ ଯତ୍ନ ନିଅନ୍ତୁ । ସମ୍ପତ୍ତିର ଦସ୍ତାବିଜ କରିବା ସମୟରେ ବିଶେଷ ଧ୍ୟାନ ଦେବେ ।

ଆଜିର ରାଶିଫଳ (PISCES)

ABOUT THE AUTHOR

...view details