ଓଡିଶା

odisha

ଆଜିର ରାଶିଫଳ: ଚମକିବ ଏହି ରାଶିଙ୍କ ଭାଗ୍ୟ, ପାଇବେ ଶୁଭ ଖବର - AJIRA RASIFALA

By ETV Bharat Odisha Team

Published : 18 hours ago

Ajira Rasifala 19 September: ଆଜି ଦିନ ଆପଣଙ୍କ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ରହିବେ ସତର୍କ ଏବଂ କେଉଁ ରାଶିର ବ୍ୟକ୍ତି ପାଇବେ ସଫଳତା । ଜାଣିବା ପାଇଁ ‘ଇଟିଭି ଭାରତ’ରେ ପଢନ୍ତୁ, ଆଜିର ରାଶିଫଳ

Ajira Rasifala
ଆଜିର ରାଶିଫଳ (Getty)

ଆଜିର ରାଶିଫଳ (ARIES)

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ସ୍ୱାସ୍ଥ୍ୟ ଉପରେ ରହିବ କୁପ୍ରଭାବ । ଥଣ୍ଡା, କାଶ ଏବଂ ସାମାନ୍ୟ ଅସୁସ୍ଥତା ଆପଣଙ୍କୁ ବ୍ୟସ୍ତ କରିପାରେ । ଅବଶ୍ୟ, ଏହା ଆପଣଙ୍କର ଚିନ୍ତାଧାରା ଏବଂ ପଦକ୍ଷେପକୁ ପ୍ରଭାବିତ କରିପାରିବ ନାହିଁ । କିଛି ସମୟ ବିଶ୍ରାମ ନିଅନ୍ତୁ, ଯେପରିକି ମୂଳ ହିଁ ସ୍ୱାସ୍ଥ୍ୟ ସମସ୍ୟା ଏଡାଯାଇପାରିବ । ଆପଣ ମଧ୍ୟ ସାମାନ୍ୟ ବିଚଳିତ ହୋଇପାରନ୍ତି, ତେଣୁ ଧ୍ୟାନ କରନ୍ତୁ କିନ୍ତୁ ମ୍ୟୁଜିକ୍‌ ଶୁଣି ନିଜକୁ ନିୟନ୍ତ୍ରଣ କରନ୍ତୁ ।

ଆଜିର ରାଶିଫଳ (TAURUS)

ବୃଷ:ଆଜିର ଦିନ ଆପଣଙ୍କ ପାଇଁ ଏକ ଭାଗ୍ୟଶାଳୀ ଦିନ । କ୍ଷମତା, ଆତ୍ମ ସମ୍ମାନ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ହେବାର ଅଛି । ଆପଣ କାର୍ଯ୍ୟରେ ପଦୋନ୍ନତି ହୋଇପାରେ କିମ୍ୱା ବ୍ୟବସାୟରେ ବଡ ପ୍ରକଳ୍ପ ପାଇପାରନ୍ତି । ବାଣିଜ୍ୟରେ କରିଥିବା କୌଣସି କାରବାର ଆପଣଙ୍କ ପାଇଁ ଲାଭଦାୟକ ହେବ । ପରିବାର ଏବଂ ପ୍ରିୟଜନଙ୍କ ସହିତ ଆପଣ ଆଜିର ସନ୍ଧ୍ୟା ହସ ଉଲ୍ଲାସରେ ବିତାଇ ପାରନ୍ତି । ସମ୍ଭବତଃ, ଏହା ଏକ ଉତ୍ତମ ଚିନ୍ତାଧାରା ହେବ ଯଦି ଆପଣ ଅଗ୍ରୀମ ଭାବରେ ମୁଭି ଟିକେଟ୍‌ କ୍ରୟ କରିବେ । ପରିବାର ସହିତ ସମୟ ବିତାଇବେ ।

ଆଜିର ରାଶିଫଳ (GEMINI)

ମିଥୁନ:ସମସ୍ତ ବାଦବିବାଦ ଏବଂ ସଂଘର୍ଷ ପରେ, ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ଅଛନ୍ତି ଏବଂ ଆଜି ଦିନ ସମସ୍ତ ପ୍ରକାର ଆଶୀର୍ବାଦ ଦେବାକୁ ପ୍ରତିଶ୍ରୁତିବଦ୍ଧ । ଅତି କମ୍‌ରେ ଆପଣ ସନ୍ତୁଷ୍ଟି ଅନୁଭବ କରିବେ ଏବଂ ଦିନ ଶେଷରେ ଶାନ୍ତିରେ ଶୋଇପାରିବେ । ବନ୍ଧୁମାନଙ୍କଠାରୁ ଉପହାର ଏବଂ ସହକର୍ମୀ ମାନଙ୍କଠାରୁ ସହଯୋଗ ଆଶା କରିପାରିବେ । ପରିବାର ଏବଂ ପ୍ରିୟଜନଙ୍କ ସହିତ ଆପଣ ଆଜିର ସନ୍ଧ୍ୟା ହସ ଉଲ୍ଲାସରେ ବିତାଇ ପାରନ୍ତି ।

ଆଜିର ରାଶିଫଳ (CANCER)

କର୍କଟ:ଆଜି ସଫଳତାର ସହ ସମସ୍ତ କାର୍ଯ୍ୟ ସମାପନ ହେବ । ଆପଣ ଆପଣଙ୍କ ସିନିଅର୍‌ମାନଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଇପାରନ୍ତି, ଏବଂ ସେମାନେ ଆପଣ ପରଫରମାନ୍ସରେ ଅତ୍ୟନ୍ତ ଖୁସି ହୋଇପାରନ୍ତି । ଆପଣଙ୍କର ପଦୋନ୍ନତି ହୋଇପାରେ । ଘର ଆଡୁ, ଆପଣ ଆପଣଙ୍କ ପରିବାର ବର୍ଗଙ୍କ ସହ ଯୋଗାଯୋଗ କରି ଖୁସି ହେବେ ଏବଂ ଆପଣ ଏକ ନୂଆ ଜିନିଷ କରିବେ ଯାହାକି ଘରର ସୌନ୍ଦର୍ଯ୍ୟ ବୃଦ୍ଧି କରିବ ।

ଆଜିର ରାଶିଫଳ (LEO)

ସିଂହ: ଆଜି ନିଜର ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଚିକିତ୍ସା ପାଇଁ କିଛି ଅର୍ଥ ଖର୍ଚ୍ଚ କରିପାରନ୍ତି । ଆଜି ବାହାରକୁ ଯାଇ ରାତ୍ରିଭୋଜନ କରନ୍ତୁ ନାହିଁ । ଅର୍ଥହାନୀ ଚିନ୍ତା ଆଜି ଦିନସାରା ଆପଣଙ୍କୁ ବିବ୍ରତ କରିବ । ସେପରି ଚିନ୍ତା ପରିହାର କରନ୍ତୁ । ଧ୍ୟାନ ଓ ଠାକୁରଙ୍କର ପ୍ରାର୍ଥନାରେ ନିଜକୁ ନିୟୋଜିତ କଲେ ମାନସିକ ଶାନ୍ତି ପାଇବେ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କ ଠାରୁ ସହଯୋଗ ପାଇବେ। ଆପଣ ନିଜର ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ ଉପକୃତ ହେବେ । ବିବାହିତ ମହିଳାମାନେ ସେମାନଙ୍କ ନିଜ ଜନ୍ମିତ ସ୍ଥାନରୁ ଶୁଭ ଖବର ପାଇବେ ।

ଆଜିର ରାଶିଫଳ (VIRGO)

କନ୍ୟା: ଆଜି ଆପଣ ନିଜେ କୌଣସି ନୂଆ ଦୁଃସାହାସିକ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ରାସ୍ତା କଡରେ ବିକ୍ରି ହେଉଥିବା ପାଟି ସୁଆଦିଆ ଖାଦ୍ୟ ଖାଇବା ବନ୍ଦ କରନ୍ତୁ ନଚେତ୍‍ ନିଜର ସ୍ୱାସ୍ଥ୍ୟର ଅବନତି ଘଟିପାରେ । ଆପଣ ନିଜର କ୍ରୋଧକୁ ବାରଣ କରିବା ସଙ୍ଗେ ସଙ୍ଗେ ତିକ୍ତ ବାର୍ତ୍ତାଳାପକୁ ମଧ୍ୟ ସଞ୍ଜତ କରନ୍ତୁ ନଚେତ୍‍ ଆପଣ କିଛି ଅପ୍ରୀତିକର ଘଟଣାର ସମ୍ମୁଖୀନ ହୋଇପାରନ୍ତି । ପରିବାରର ସଦସ୍ୟଙ୍କ ସହ ତର୍କ ବିତର୍କ ଯୋଗୁଁ ଆପଣଙ୍କ ମନ ଅଶାନ୍ତ ରହିବ । ଜଳାଶୟ ବା ଜଳଠାରୁ ଦୂରତାକୁ ରକ୍ଷା କରନ୍ତୁ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଆପଣ ବେଆଇନ ବା ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ ନଚେତ୍‍ ଭୁଲବୁଝାମଣା ବା ଝଗଡା ହୋଇପାରେ ।

ଆଜିର ରାଶିଫଳ (LIBRA)

ତୁଳା: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ଆତ୍ମସନ୍ତୋଷ ଲାଭ କରିବେ । ଆଜି ଆପଣ ନିଜର ପସନ୍ଦ ମୁତାବକ ସୌଖିନ ପଦାର୍ଥ, ନୂଆ ଲୁଗାପଟା ଓ ଗହଣା କିଣାକିଣି କରିପାରନ୍ତି । ଆପଣଙ୍କ ଶରୀର ସୁସ୍ଥ ରହିବ । ମାନସିକ ଶାନ୍ତି ମଧ୍ୟ ଅତୁଟ ରହିବ । ସାମାଜିକ ଜୀବନରେ ନିଜର ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଏହି ଖୁସିରେ ସୁସ୍ୱାଦୁ ଭୋଜନ କରି ଆତ୍ମତୃପ୍ତି ଲାଭ କରିବେ ।

ଆଜିର ରାଶିଫଳ (SCORPIO)

ବିଛା:ଆଜି ଆପଣଙ୍କ ଉପରେ ମିଶ୍ରିତ ପ୍ରଭାବ ରହିବ । ନିଶ୍ଚିତ ଭାବରେ, ଆପଣ ବ୍ୟବସାୟ-ସମ୍ପର୍କିତ ଭ୍ରମଣ ଏଡାନ୍ତୁ କିମ୍ୱା ଅତିକମ୍‌ରେ ରାତ୍ରି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଅନ୍ତୁ । ଛାତ୍ରମାନଙ୍କ ପାଇଁ ଏବଂ ଶିକ୍ଷା କ୍ଷେତ୍ରରେ ଆଜି ଦିନଟି ଶୁଭ ରହିବ । ତେଣୁ, ଶିକ୍ଷକ, ଲେଖକ ଏବଂ ପ୍ରଶିକ୍ଷିଣକାରୀ ସମସ୍ତେ ଲାଭବାନ ହେବେ । ଆର୍ଥିକ କ୍ଷତି ସହ୍ୟ କରିବାକୁ ପଡିପାରେ । ଆଇନ ସମ୍ପର୍କିତ କୌଣସି କାଗଜପତ୍ର ଠାରୁ ଦୂରେଇ ରୁହନ୍ତୁ ଏବଂ କୌଣସି କାଗଜରେ ଦସ୍ତଖତ କରିବା ପୂର୍ବରୁ ବାରମ୍ୱାର ଯାଞ୍ଚ କରନ୍ତୁ ।

ଆଜିର ରାଶିଫଳ (SAGITTARIUS)

ଧନୁ:ଆଜି ଦିନ ଆପଣଙ୍କ ପାଇଁ ମଧ୍ୟମ ଧରଣର ରହିବ । ଆପଣ ଯେତେବି କଠିନ ପରିଶ୍ରମ କରନ୍ତୁ, ଆପଣଙ୍କ କୌଣସିଥିରେ ଆଗ୍ରହ ରହିବ ନାହିଁ । ଆପଣଙ୍କ ଆଖି ଏବଂ କାନ ଖୋଲା ରଖିବା ପାଇଁ ଯେତେ ସମ୍ଭବ ଚେଷ୍ଟା କରନ୍ତୁ, ଯେହେତୁ ଆଗକୁ ରାସ୍ତା ସହଜ ଅନୁଭବ ହେଉନାହିଁ । ସମ୍ଭାବନା ଅଛି ଯେ ସର୍ବ ସାଧାରଣରେ ଆପଣଙ୍କ ଯୁକ୍ତିତର୍କ ହେବ ଏବଂ ଆପଣ ନିଜର ମାନସିକ ଶାନ୍ତି ହରାଇ ପାରନ୍ତି ଏବଂ ତା ସହିତ ସାମାଜିକ ଆତ୍ମସମ୍ମାନ ପ୍ରତି ମଧ୍ୟ ଆଘାତ ହୋଇପାରେ ।

ଆଜିର ରାଶିଫଳ (CAPRICORN)

ମକର: ଆପଣଙ୍କ ଆଖିରେ ବିଳମ୍ବରେ ନଜର ଆସିଥିବା କୌଣସି ଜିନିଷ ଆରମ୍ଭ କରିବା ପାଇଁ ଆଞ୍ଜି ହେଉଛି ଏକ ମହତ୍ୱପୁର୍ଣ୍ଣ ଦିନ । ଆପଣଙ୍କ ଚିନ୍ତାଧାରାକୁ ଗ୍ରାସ କରିଥିବା ଜିନିଷ ହେଉଛି ଆପଣଙ୍କ ଜୀବନ, ପେଶା କିମ୍ୱା ବ୍ୟବସାୟ ସହିତ ଜଡିତ । ତାହା କାର୍ଯ୍ୟକାରୀ କରିବା ପାଇଁ ଏହା ହିଁ ଉତ୍କୃଷ୍ଟ ସମୟ । ଆଜି ଆପଣଙ୍କ ଯାହା ଚିନ୍ତାଧାରା ଅଛି କିମ୍ୱା ଆଗରୁ ଯାହା ଭାବିଛନ୍ତି, ତାକୁ କାର୍ଯ୍ୟକାରୀ କରନ୍ତୁ ।

ଆଜିର ରାଶିଫଳ (AQUARIUS)

କୁମ୍ଭ:ଆଜିର ଦିନରେ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ । ଏଣୁ ଯୁକ୍ତିତର୍କରୁ ନିଜକୁ ଦୂରେଇ ରଖନ୍ତୁ । ଆପଣଙ୍କ କଥା ଉପରେ ନିୟନ୍ତ୍ରଣ ନ ରହିଲେ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ । ଯାହା ଏକ ବଡ ଧରଣର କଳହରେ ପରିଣତ ହୋଇପାରେ । ପରିବାର ଭିତରେ ଏକ ବାକ୍‌ଯୁଦ୍ଧ ଆପଣଙ୍କ ମନର ଶାନ୍ତି ଏବଂ ନିରବତାକୁ ନଷ୍ଟ କରିଦେଇପାରେ । ଛାତ୍ରମାନଙ୍କୁ ପାଠପଢାରେ ଧ୍ୟାନ ଦେବାକୁ ହେବ । ହୁଏତ ସଫଳତା ପାଇବା ପାଇଁ ବିଛି ସମୟ ନେଇପାରେ । ଧୈର୍ଯ୍ୟ ରଖନ୍ତୁ ।

ଆଜିର ରାଶିଫଳ (PISCES)

ମୀନ: ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ଏବଂ ସ୍ପଷ୍ଟତା ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ଏକ ଅନ୍ତ୍ୟନ୍ତ ଶୁଭ ଦିନ । ଆପଣଙ୍କ ଉପରେ ସ୍ୱାସ୍ଥ୍ୟକର ପ୍ରଭାବ ରହିବ ଏବଂ ଏହା ଯୋଗୁଁ ଏକ ନୂଆ ପ୍ରକାରର ଶାରିରୀକ ଫିଟ୍‌ନେସ୍‌ ଆପଣ ବଜାୟ ରଖିପାରିବେ । କାର୍ଯ୍ୟ, ଘର ଏବଂ ଅବକାଶ କ୍ଷେତ୍ରରେ ଆପଣ କରିଥିବା ସମସ୍ତ ପ୍ରଚେଷ୍ଟା ସଫଳ ହେବେ ଏବଂ ଆପଣ ସବୁଠାରୁ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିପାରିବେ ।

ABOUT THE AUTHOR

...view details