ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ରହିବ । କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ବନ୍ଧୁ ବାନ୍ଧବକୁ ଆତିଥ୍ୟତା ପ୍ରଦାନ କରିବେ । ଏଥିପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି । ବରିଷ୍ଠଙ୍କ ପ୍ରିୟପାତ୍ର ହେବେ । ବନ୍ଧୁତ୍ବ ନିବିଡତର ହେବ । ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି ।
ବୃଷ: ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଦିନଟି ଶୁଭ । ନୂତନ କାର୍ଯ୍ୟ ହାତକୁ ନେବେ । ବ୍ୟବସାୟୀ ମାନେ ଉନ୍ନତି କରିବେ। ଉଚ୍ଚ ପଦସ୍ଥଙ୍କ ଦ୍ବାରା ପ୍ରଶଂସା ଭାଜନ ହେବେ । ବେତନ ବୃଦ୍ଧି ହେବ । ପୁରୁଣା କାମ ଶେଷ କରିବେ । ପରିବାର ବର୍ଗ ଭଲ ପାଇବା ସହ ସମ୍ମାନ ଜଣାଇବେ । ଆକର୍ଷଣୀୟ ଉପହାର ମିଳିପାରେ ।
ମିଥୁନ: ଆଜି ଦିନଟି ଭଲରେ କଟିନପାରେ । ପୂରା ଦିନ ଚିନ୍ତିତ ରହିବେ । କାମରେ ଧ୍ୟାନ ଦେଇପାରିବେନି । ସାଙ୍ଗ ସାଥି ଅସୁବିଧାର କାରଣ ହୋଇପାରନ୍ତି । ସନ୍ତାନଙ୍କ ଚିନ୍ତାରେ ବ୍ୟସ୍ତ ରହିବେ । ଅଫିସ କାମ ପାଇଁ ଚିନ୍ତିତ ରହିବେ ।
କର୍କଟ: ଆଜି ତୁମର ଦିନଟି ଦୁଃଖପୂର୍ଣ୍ଣ ହେବ । ଚିକିତ୍ସିତ ହୋଇପାରନ୍ତି । ନିଜ ଉପରେ ଭରସା ରଖନ୍ତୁ । ଅସାମାଜିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଖରାପ କାମ ଦୁଃଖର କାରଣ ହେବ | କାର୍ଯ୍ୟାଳୟରେ କାମ କରିବା ପାଇଁ ଅନିଚ୍ଛା ପ୍ରକାଶ କରିବେ । ଘରର ପରିବେଶ ଖରାପ କରନ୍ତୁ ନାହିଁ ।
ସିଂହ: ଆଜି ଆଶାନୁରୁପ ଫଳ ମିଳିବ ନାହିଁ । ଜୀବନ ସାଥୀ ସହ କଳହ ହେବ । ବ୍ୟବସାୟୀ ସତର୍କ ରୁହନ୍ତୁ । ସ୍ବାସ୍ଥ୍ୟ ଭଲ ରହିବ ନାହିଁ । ସ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହେବେ । ସାମାଜିକ ସ୍ଥିତି ସୁଦୃଢ ହେବ । ବନ୍ଧୁ ମିଳନ ହେବ ।
କନ୍ୟା: ଆଜି ଦିନଟି ଭଲରେ କଟିବ । ପାରିବାରିକ ଶାନ୍ତି ଓ ସମୃଦ୍ଧି ମିଳିବ । ମୌଜ କରିବେ । ଦୁଃଖରୁ ଲାଘବ ମିଳିବ । ଆୟ ଓ ପ୍ରତିଷ୍ଠା ବଢିବ । ବନ୍ଧୁ ମିଳନ ହେବ । ପରିବାରଜନଙ୍କ ସହ ହସଖୁସିରେ ଦିନ କଟିବ ।