ଓଡିଶା

odisha

ETV Bharat / bharat

‘ଜେଲର ତାଲା ଭାଙ୍ଗିବ’: 6ମାସ ପରେ ମୁକୁଳିଲେ ସଞ୍ଜୟ ସିଂ - Sanjay Singh Out Of Tihar jail - SANJAY SINGH OUT OF TIHAR JAIL

AAP's Sanjay Singh Out Of Tihar After 6 Months:6 ମାସ ପରେ ତିହାର ଜେଲରୁ ବାହାରିଲେ ଆପ ସାଂସଦ ସଞ୍ଜୟ ସିଂ । ଗତକାଲି ସୁପ୍ରିମକୋର୍ଟ ଦେଇଥିଲେ ବେଲ । କର୍ମୀଙ୍କୁ କହିଲେ ଉତ୍ସବର ସମୟ ନୁହେଁ ସଂଘର୍ଷର ସମୟ । ଜେଲର ତାଲା ନିଶ୍ଚିୟ ଭାଙ୍ଗିବ । ଅଧିକ ପଢନ୍ତୁ

‘ଜେଲର ତାଲା ଭାଙ୍ଗିବ’: 6 ମାସ ପରେ ମୁକୁଳିଲେ ସଞ୍ଜୟ ସିଂ
‘ଜେଲର ତାଲା ଭାଙ୍ଗିବ’: 6 ମାସ ପରେ ମୁକୁଳିଲେ ସଞ୍ଜୟ ସିଂ

By ETV Bharat Odisha Team

Published : Apr 3, 2024, 9:39 PM IST

ନୂଆଦିଲ୍ଲୀ: ଦୀର୍ଘ 6 ମାସ ପରେ ଜେଲରୁ ବେଲରେ ମୁକ୍ତ ହେଲେ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ । ଗତକାଲି ତାଙ୍କୁ ସୁପ୍ରିମକୋର୍ଟ ବେଲ ପ୍ରଦାନ କରିବା ସହ ଜାମିନ ସର୍ତ୍ତାବଳି ତଳକୋର୍ଟ ନିର୍ଦ୍ଧାରିତ କରିବେ ବୋଲି କହିଥିଲେ । ଆଜି ସେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସଂଧ୍ୟାରେ ସଞ୍ଜୟ ତିହାର ଜେଲରୁ ମୁକ୍ତ ହୋଇଛନ୍ତି । ଶତାଧିକ ସମର୍ଥକ ଜେଲ ବାହାରେ ରୁଣ୍ଡ ହୋଇ ତାଙ୍କୁ ସ୍ବାଗତ କରିଛନ୍ତି । ବହୁମାତ୍ରାରେ ପୋଲିସ ଫୋର୍ସର ଉପସ୍ଥିତିରେ ଜେଲରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ସଞ୍ଜୟ ।

ସମର୍ଥକଙ୍କ ଏକ ବିଶାଳ ଶୋଭାଯାତ୍ରାରେ ସଞ୍ଜୟ ଜେଲରୁ ବାହାରିବା ସହ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ । କହିଛନ୍ତି, ଏହା ଉତ୍ସବ ପାଳନ କରିବାର ସମୟ ନୁହେଁ ବରଂ ସଂଘର୍ଷର ସମୟ । ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଜେଲରେ ଅଛନ୍ତି । ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଧ୍ୟ ଜେଲରେ ଅଛନ୍ତି । ଜେଲର ତାଲା ନିଶ୍ଚିତ ଭାଙ୍ଗିବ, ସେମାନେ ମଧ୍ୟ ମୁକ୍ତ ହେବ ବୋଲି ସଞ୍ଜୟ କର୍ମୀ ଓ ସମର୍ଥକଙ୍କୁ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- 6 ମାସ ପରେ ମୁକୁଳିବେ ସଞ୍ଜୟ, ସୁପ୍ରିମକୋର୍ଟରୁ ମିଳିଲା ବେଲ - Delhi Excise Policy Scam

ଦିଲ୍ଲୀ ଅବକାରୀ ଘୋଟାଲା ମାମଲା ସହ ସମ୍ପୃକ୍ତ ଏକ କାରବାରରେ ସଞ୍ଜୟ ଏକ କମ୍ପାନୀ ଠାରୁ 2କୋଟି ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା । ଗତବର୍ଷ ଅକ୍ଟୋବର 4ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବାସଭବନରେ ଚଢାଉ କରି ଜେରା କରିବା ପରେ ସଂଧ୍ୟାରେ ତାଙ୍କୁ ଗିରଫ କରିଥିଲା । ‘ପିଏମଏଲଏ’ ଆକ୍ଟରେ ତାଙ୍କ କୋର୍ଟ ଫରଓ୍ବାର୍ଡ କରାଯାଇଥିଲା । ‘ଇଡି’ ଏକାଧିକ ଥର ରିମାଣ୍ଡରେ ମଧ୍ୟ ନେଇସାରିଛି । ପରେ ଦୀର୍ଘ ମାସ ହେବ ତିହାର ଜେଲରେ ବିଚାର ବିଭାଗୀୟ ବନ୍ଦୀ ଭାବେ ରହିଥିଲେ । ଏହି କାର୍ଯ୍ୟାନୁଷ୍ଠାନ ଅବଧି ମଧ୍ୟରେ ତାଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଥିଲା । ଆମ ଆଦମୀ ପାର୍ଟି ପୁଣି ତାଙ୍କୁ ରାଜ୍ୟସଭାକୁ ପଠାଇଛି । ସେ ଜେଲରୁ ଆଜି ସଂସଦରେ ସଦସ୍ୟ ପଦର ଶପଥ ମଧ୍ୟ ନେଇଥିଲେ । ତାଙ୍କ ଦ୍ବାରା ଜାମିନ ଆବେଦନ ସର୍ବୋଚ୍ଚକୋର୍ଟରେ ପହଞ୍ଚିଥିଲା । ସାଧାରଣ ନିର୍ବାଚନର ମାତ୍ର 3 ସପ୍ତାହ ପୂର୍ବରୁ ଗତକାଲି ତାଙ୍କୁ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ । ଆଜି ସଂଧ୍ୟାରେ ସେ ଜେଲରୁ ମୁକ୍ତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details