ନୂଆଦିଲ୍ଲୀ:ଉଲ୍ଲେଖନୀୟ ସେବା ପାଇଁ ଗଣତନ୍ତ୍ର ଦିବସ ୨୦୨୫ରେ ସମ୍ମାନୀତ ହେବେ ପୋଲିସ ଅଧିକାରୀ । ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ସେବାରେ ନିୟୋଜିତ ଅଧିକାରୀଙ୍କ ମଧ୍ୟରେ ଦେଶର ୯୪୨ ଜଣ କର୍ମଚାରୀଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରେ ରାଜ୍ୟରୁ ୧୯ ଜଣ ପୋଲିସ ବିଭାଗ, ଅଗ୍ନିଶମ ବିଭାଗରେ ୫ ଜଣଙ୍କୁ, ସିଭିଲ ଡିଫେନ୍ସ ବିଭାଗରେ ୩ ଜଣଙ୍କୁ ଓ କଏଦୀ ଓ କାରାଗାର ସୁଧାର କ୍ଷେତ୍ରରେ ୨ଜଣଙ୍କୁସମ୍ମାନୀତ କରାଯିବ ।
ରାଜ୍ୟର କାହାକୁ ମିଳିବ କେଉଁ ପୁରସ୍କାର:
ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟର ୨୯ ଜଣଙ୍କୁ ମିଳିବ ପୁରସ୍କାର । ସେମାନଙ୍କ ମଧ୍ୟରୁ ୫ ଜଣ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନୀତ ହେବେ । ସେହିଭଳି ୬ ଜଣ ପୋଲିସ କର୍ମଚାରୀଙ୍କୁ ସାହସିକତା କ୍ଷେତ୍ରରେ ସମ୍ମାନୀତ କରାଯିବ ଓ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୧୧ ଜଣଙ୍କୁ ମିଳିବ ପୁରସ୍କାର ।ପୋଲିସ ସେବା ବିଭାଗରେ ୨ଜଣଙ୍କୁ, ଅଗ୍ନିଶମ ସେବା ବିଭାଗରେ ଜଣଙ୍କୁ ଓ ହୋମଗାର୍ଡ ଓ ସିଭିଲ ଡିଫେନ୍ସ ବିଭାଗରେ ୨ ଜଣଙ୍କୁରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ ।
ଓଡ଼ିଶାର ୫ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର:
ଦେଶର ମୋଟ ୧୦୧ ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଶାର ରହିଛନ୍ତି । ସେମାନେ ହେଲେ
ପୋଲିସ ସେବା ବିଭାଗ
୧.ସରୋଜ କୁମାର ସାମଲ(ସୁପରିଣ୍ଟେଡେଣ୍ଟ ଅଫ ପୋଲିସ)
୨.ସତ୍ୟବାଦୀ ମଲ୍ଲିକ (କନଷ୍ଟେବଳ)
ଅଗ୍ନିଶମ ବିଭାଗ
୧.ଭ୍ରମରବର ସେଠ୍ (ଲିଡିଂ ଫାୟାରମ୍ୟାନ)
ହୋମଗାର୍ଡ ଓ ସିଭିଲ ଡିଫେନ୍ସ ବିଭାଗ
୧.ପ୍ରମୋଦ କୁମାର ରାଉତ( ସିଭିଲ ଡିଫେନ୍ସ ଭଲ୍ୟୁଣ୍ଟର)
୨. ସୌଭାଗ୍ୟ ପ୍ରଧାନ (ହୋମଗାର୍ଡ କମ୍ପାନୀ କମାଣ୍ଡର)
ଉଲ୍ଲେଖନୀୟ ସେବା ପାଇଁ ପଦକ:
ଉଲ୍ଲେଖନୀୟ ସେବା ପାଇଁ ଦେଶର ୭୪୬ ଜଣଙ୍କୁ ସମ୍ମାନୀତ କରାଯିବ । ସେମାନଙ୍କ ମଧ୍ୟରୁ ଓଡ଼ିଶାର ପୋଲିସ ସେବା ବିଭାଗରେ ୧୧ ଜଣ, ଅଗ୍ନିଶମ ବିଭାଗରେ ୪ଜଣ, ସିଭିଲ ଡିଫେନ୍ସ ବିଭାଗରେ ଜଣଙ୍କୁ ଓ କଏଦୀ ଓ କାରାଗାର ବିଭାଗରେ ୨ ଜଣଙ୍କୁ ପୁରସ୍କୃତ କରାଯିବ ।
ପୋଲିସ ସେବା ବିଭାଗରେ
୧.ପାରିତୋଷ ମଣ୍ଡଳ (କନଷ୍ଟେବଳ)
୨.ଏସକେ ଅବଦୁଲ ଫାୟାଜ(ସବ- ଇନ୍ସପେକ୍ଟର)
୩.ମହମ୍ମଦ ତୋଶିଫ ରବାନୀ(କନଷ୍ଟେବଳ)
୪. ତ୍ରିଲୋଚନ ବୁଢିଆ (କନଷ୍ଟେବଳ)
୫. ଶରତ ଚନ୍ଦ୍ର ବେହେରା (ଆସିସଷ୍ଟାଣ୍ଡ ସବ- ଇନ୍ସପେକ୍ଟର)
୬.ତେଜ ବାହାଦୂର ଗୁରୁଙ୍ଗ (ଆସିସଷ୍ଟାଣ୍ଡ ସବ- ଇନ୍ସପେକ୍ଟର)
୭.ଅତୁଳ କୁମାର ବିଶ୍ୱାଳ (ହାବିଲଦାର)
୮. ଜୟନ୍ତୀ ସୁନା (ହାବିଲଦାର)
୯.ମନୋଜ କୁମାର ଜେନା (ହାବିଲଦାର)
୧୦.ନରେଶ କୁମାର ଚୌଧୁରୀ (କନଷ୍ଟେବଳ)