ଓଡିଶା

odisha

ETV Bharat / bharat

ନକ୍ସଲ ଦମନରେ ଛତିଶଗଡ଼କୁ ବଡ଼ ସଫଳତା; 4 ମାସରେ 80 ନିହତ - Chhattisgarh Naxal Encounter - CHHATTISGARH NAXAL ENCOUNTER

CHHATTISGARH NAXAL ENCOUNTER: ଛତିଶଗଡ଼ରେ ନକ୍ସଲ ଦମନରେ ବଡ଼ ସଫଳତା । ଗତ 4 ମାସରେ ଛତିଶଗଡ଼ରେ 80 ନକ୍ସଲ ନିହତ, 150 ଜଣ ଆତ୍ମସମର୍ପଣ ଓ 125 ଗିରଫ । ଅଧିକ ପଢନ୍ତୁ

CHHATTISGARH NAXAL ENCOUNTER
CHHATTISGARH NAXAL ENCOUNTER

By ETV Bharat Odisha Team

Published : Apr 18, 2024, 8:33 PM IST

ନୂଆଦିଲ୍ଲୀ: ନକ୍ସଲ ପ୍ରବଣ ଅଞ୍ଚଳ ଛତିଶଗଡ଼କୁ ମିଳିଛି ବଡ଼ ସଫଳତା । ନିରନ୍ତର ଭାବେ ନକ୍ସଲ ଦମନ ଅଭିଯାନ ରାଜ୍ୟ ପୋଲିସ ଓ ଯବାନଙ୍କ ପକ୍ଷରୁ ଜାରି ରହିଥିବା ବେଳେ ଗତ 16 ତାରିଖରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ 29 ନକ୍ସଲ ନିପାତ ହୋଇଛନ୍ତି । ଗତ 4 ମାସର ରିପୋର୍ଟ ଦେଖିଲେ ରାଜ୍ୟରେ 80 ଜଣ ନକ୍ସଲ ନିହତ ହୋଇଥିବା ବେଳେ 150ଜଣ ଆତ୍ମସମର୍ପଣ ଓ 125 ଜଣଙ୍କୁ ଗିରଫ କରାଯାଇଛି ।

କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ବାମପନ୍ଥୀ ଉଗ୍ରବାଦ ସହ ଜଡିତ ହିଂସା ଦେଶରେ 52% ହ୍ରାସ ପାଇଛି । 2004ରୁ 2014 ତୁଳନାରେ 2014-23 ମସିହାରେ 6035ରୁ 1868ରେ ମୃତ୍ୟୁ ସଂଖ୍ୟା ପହଞ୍ଚିଛି, ଯାହାକି 69 ପ୍ରତିଶତ । ଛତିଶଗଡ଼ରେ ଡିସେମ୍ବର 2023ରେ ବିଷ୍ଣୁ ଦେଓ ସରକାର ଆସିବା ପରେ ପ୍ରୋ-ଆକ୍ଟିଭ ଅପରେସନ ଆରମ୍ଭ ହୋଇଥିଲା । ଏହି ଅପରେସନ ପରେ ଚଳିତ ବର୍ଷ ଜାନୁଆରୀରୁ ଏପ୍ରିଲ ମଧ୍ୟରେ 80 ନକ୍ସଲ ନିହତ ହୋଇଥିବା ବେଳେ 125 ଜଣ ଗିରଫ ଓ 150 ଆତ୍ମସମର୍ପଣ କରିଛନ୍ତି ।

ଏହା ବି ପଢନ୍ତୁ- ନିର୍ବାଚନ ପୂର୍ବରୁ ଅଶାନ୍ତ କାଙ୍କେର; ଗୁଳି ବିନିମୟ ବେଳେ 29 ନକ୍ସଲ ମୃତ, 3 ଯବାନ ଆହତ

ନକ୍ସଲ ପ୍ରବଣ ଅଞ୍ଚଳରେ ହିଂସାକାଣ୍ଡକୁ ରୋକିବା ଲାଗି ଗତବର୍ଷ ଠାରୁ ଉଦ୍ୟମ ଚଳାଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶାନୁସାରେ ସୁରକ୍ଷା କର୍ମୀମାନେ ସକ୍ରିୟ ଭାବେ ନକ୍ସଲ ଅପରେସନ ଲଗାତାର ଭାବେ ଚଳାଇ ଆସୁଥିଲେ । ଏଥିଲାଗି ଏକ ଉଚ୍ଚ ସ୍ତରୀୟ କମିଟି ମଧ୍ୟ ଗଠନ ହୋଇଥିଲା । ଏହି କମିଟିରେ ଡିଜିପି, CRPFର ଡିରେକ୍ଟର ଜେନେରାଲ, ବିଏସଏଫ, ଭାରତ-ତିବ୍ବତୀୟ ସୀମା ବଳ, ଇଣ୍ଟଲିଜେନ୍ସ ବ୍ୟୁରୋ ଓ ଆଣ୍ଟି-ମାଓର ଅନେକ ଅଧିକାରୀ ମଧ୍ୟ ସାମିଲ ଥିଲେ । ଏହାପରେ ଗ୍ରାଉଣ୍ଡ ଲେଭଲରେ ସକ୍ରିୟ ଭାବେ ଏହି ଅପରେସନ ଆରମ୍ଭ ହୋଇଥିଲା ।

ଏହା ବି ପଢନ୍ତୁ- ବିଗତ ଦଶନ୍ଧିରେ ଛତିଶଗଡ଼ର ବଡ ନକ୍ସଲ ଅପରେସନ; ଯେବେ ଥରହର ହୋଇଥିଲା ଲାଲବାହିନୀ, ଟଳିଥିଲେ ହାର୍ଡକୋର

ଗତ ମଙ୍ଗଳବାର ସୁରକ୍ଷାକର୍ମୀମାନେ ଛତିଶଗଡ଼ କାଙ୍କେର ଜିଲ୍ଲାରେ ଏକ ବଡ଼ ଧରଣର ନକ୍ସଲ ଦମନ ଅପରେସନକୁ ସଫଳ କରିଥିଲେ । ଯେଉଁଥିରେ ନକ୍ସଲଙ୍କ କିଛି ପ୍ରମୁଖ ସଦସ୍ୟଙ୍କ ସହ ମୋଟ 29ଜଣ ନକ୍ସଲଙ୍କୁ ନିପାତ କରିଥିଲେ । ଗୋଟିଏ ଏନକାଉଣ୍ଟରରେ ଏହା ଏକ ବଡ଼ ଧରଣର ସଫଳତା ବୋଲି କୁହାଯାଉଛି । ଏହି ଅପରେସନ ସମୟରେ 3 ଜଣ ଯବାନ ଆହତ ହୋଇତିବା ବେଳେ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ ହୋଇଛି । ଏହାସହ 2019 ପରଠାରୁ ପ୍ରାୟ 250ରୁ ଊର୍ଦ୍ଧ୍ବ ମାଓ କ୍ୟାମ୍ପକୁ ମଧ୍ୟ ନଷ୍ଟ କରାଯାଇଛି ।

କାଙ୍କେର ଜିଲ୍ଲାରେ 2010ରେ 96ଟି ହିଂସାକାଣ୍ଡ ଘଟିଥିବା ବେଳେ 2022ରେ 45କୁ ହ୍ରାସ ପାଇଥିଲା, ଯାହାକି ପ୍ରାୟ 56 ପ୍ରତିଶତ । ଗତ 5 ବର୍ଷ ମଧ୍ୟରେ ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ 5000 ପୋଷ୍ଟ ଅଫିସ ସ୍ଥାପନ କରାଯାଇଛି । ଏହାସହ 1298ଟି ବ୍ୟାଙ୍କ ଶାଖା, 1348 ATM 30ଟି ମାଓ ପ୍ରବଣ ଜିଲ୍ଲାରେ ସ୍ଥାପିତ ହୋଇଛି । ଏହାବାଦ ନକ୍ସଲ ପ୍ରବଣ ଅଞ୍ଚଳରେ 2690 କୋଟି ଟଙ୍କା ବ୍ୟୟରେ 4885ଟି ମୋବାଇଲ ଟାୱାର ଓ 10ହଜାର 718 କୋଟି ଟଙ୍କା ବ୍ୟୟରେ 9356 କିମି ରାସ୍ତା ନିର୍ମାଣ କରାଯାଇଛି । ସେହିପରି ସ୍ଥାନୀୟ ଯୁବକଙ୍କ ଲାଗି 121ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ, 43ଟି ଆଇଟିଆଇ, 38ଟି ଦକ୍ଷତା ବିକାଶ କେନ୍ଦ୍ର ମଧ୍ୟ ଖୋଲାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details