thumbnail

By

Published : Mar 2, 2022, 12:50 PM IST

Updated : Feb 3, 2023, 8:18 PM IST

ETV Bharat / Videos

Air Strike in Kharkiv: ଖାର୍କିଭରେ ଫସିଛନ୍ତି ଡାକ୍ତରୀ ଛାତ୍ର, କହିଲେ ଘର ପାଖରେ ପଡୁଛି ବୋମା

ବାଲେଶ୍ବର: ଦିନକୁ ଦିନ ଉଗ୍ର ରୂପ ନେଉଛି ୟୁକ୍ରେନ-ଋଷ ଯୁଦ୍ଧ । ଗତକାଲି(ମଙ୍ଗଳବାର) ରାତିରେ କିଭର ଟିଭି ଟାୱାରକୁ ବିସ୍ଫୋରଣରେ ଉଡାଇ ଦେଇଛି ଋଷ । ହେଲେ ଏହାରି ଭିତରେ ଫସି ରହିଛନ୍ତି ବାଲେଶ୍ଵର ଜିଲ୍ଲା ବସ୍ତା କାଇଁନ୍ଦା ଅଞ୍ଚଳର ଡାକ୍ତରୀ ଛାତ୍ର ଆକାଶ ପରିଡା ଓ ବାଲିଆପାଳ ବ୍ଲକର ଶ୍ରୀରାମପୁରର ବିବେକାନନ୍ଦ ପାତ୍ର । ସେଠାକାର ପରିସ୍ଥିତି ଦେଖି ଭୟଭୀତ ଅବସ୍ଥାରେ ଉଭୟ ଏକ ଭିଡ଼ିଓ ମାଧ୍ୟମରେ ଉଦ୍ଧାର ପାଇଁ ଗୁହାରି କରିଛନ୍ତି। ସେମାନଙ୍କ କହିବା ଅନୁସାରେ, ଖାର୍କିଭ ଅଞ୍ଚଳରେ ଥିବା ଏକ ସୁଉଚ୍ଚ ବିଲ୍ଡିଂ ଉପରେ ଏୟାର ଷ୍ଟ୍ରାଇକ କରିଛି ଋଷ । ଏମିତିକି ସେମାନେ ରହୁଥିବା ଆପାର୍ଟମେଣ୍ଟ ନିକଟରୁ ମାତ୍ର ୨ ଶହ ମିଟର ଦୂରତାରେ ମଙ୍ଗଳବାର ଦିନ ବୋମା ପଡିଥିଲା। ଏଥିପାଇଁ ଉଭୟ ଏବେ ଆପାର୍ଟମେଣ୍ଟଠୁ ୮ ଶହ ମିଟର ଦୂରରେ ଥିବା ମେଟ୍ରୋ ଷ୍ଟେସନରେ ରହୁଛନ୍ତି। ବିବେକ ଓ ଆକାଶ ରହୁଥିବା ସ୍ଥାନରୁ ହଙ୍ଗେରୀ, ରୋମାନିଆ ଓ ପୋଲାଣ୍ଡ ସୀମା ଆଦି ୧୭ ଶହ କିଲୋମିଟର ଦୂର। ତେଣୁ ସେମାନେ ସୀମା ପର୍ଯ୍ୟନ୍ତ ଆସି ଅପରେସନ ଗଙ୍ଗାରେ ସାମିଲ ହୋଇ ଭାରତ ଫେରିବା ସମ୍ଭବପର ହେଉନାହିଁ । ଏଥିପାଇଁ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଭିଡ଼ିଓ ମାଧ୍ୟମରେ ଉଭୟ ଗୁହାରି କରିଛନ୍ତି। ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Feb 3, 2023, 8:18 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.