Watch Video: ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ

By

Published : Jun 22, 2022, 7:33 PM IST

thumbnail
ଗଞ୍ଜାମ: ଚଳନ୍ତା ଟ୍ରକରେ ଲାଗିଲା ନିଆଁ । ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଏବଂ ହେଲ୍ପର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଘାଟି ଠାରେ । ଏକ ମାଛ ବୋଝେଇ ଟ୍ରକ ଆନ୍ଧ୍ରରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ସମୟରେ ହଠାତ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା । ଏହା ଦେଖି ଟ୍ରକ ଡ୍ରାଇଭର ଏବଂ ହେଲ୍ପର ଚଳନ୍ତା ଗାଡିରୁ ଡେଇଁ ପଡ଼ିଥିଲେ । ଉଭୟ ସାମାନ୍ଯ ଆହତ ହୋଇଥିବାବେଳେ ଟ୍ରକଟି ଘାଟିରୁ ପ୍ରାୟ ୩୦ଫୁଟ ତଳକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.